ଭାଇରଲ ଭିଡ଼ିଓକୁ ନେଇ ମୁଂହ ଖୋଲିଲେ ରାଜାବିରଙ୍କ ମାଆ,ଟଙ୍କା କଲେକସନ୍ କୁ ନେଇ ହୋଇଥିଲା ଯୁକ୍ତିତର୍କ,ଦେଖନ୍ତୁ ଭିଡ଼ିଓ

ରାଜବୀରଙ୍କ ମୁହଁକୁ ଦେଖିବାକୁ ଏବେ ଆଉ କାହା ମୁହଁ ନାହିଁ । ରାଜବୀରଙ୍କ ଏହି ଟଳମଳ ଆଖି ହୁଏତ ଆଉ କେତେଦିନ ବା କେତେସମୟ ଦେଖିବାକୁ ମିଳିପାରେ । ଜୀବନ ମରଣ ଭିତରେ ଆଉ ମାତ୍ର ଦିନ କେତୋଟି ବାକି ଅଛି । ରାଜବୀରଙ୍କ ଏହି ଅବସ୍ଥା ଦେଖିଲେ ନିଜକୁ ଅସହାୟ ଲାଗୁଛି । ଏମିତି ଲାଗୁଛି କିଏ ଚାଲିଯିବା ଆଗରୁ କାନ୍ଦି କାନ୍ଦି ବଞ୍ଚିବାକୁ ନେହୁରା ହେଉଛି । କିନ୍ତୁ ଗରିବ ସାଧାରଣ ମଣିଷଟିଏ ଦେଖିବା ଓ ଶୁଣିବା ଛଡା ତା ପାଖରେ ଆଉ କିଛି ବାଟ ନାହିଁ ।

୧୬ କୋଟି ଟଙ୍କାର ଇଞ୍ଜେକ୍ସନ ପାଇଁ ସାଧାରଣ ମଣିଷଟେ ପାଖରେ କୁଆଡୁ ବା ସକ୍ଷମ ଆସିବ । ବାପା ମା ଅହରହ ଚେଷ୍ଟା କଲା ପରେ ମଧ୍ୟ ହୋଇପାରୁନାହିଁ ଟଙ୍କା ଯୋଗାଡ । ହାତ ଯୋଡ଼ି, କାନି ପତେଇ ରାଜବୀରଙ୍କ ଜୀବନ ଭିକ୍ଷା ମାଗୁଛନ୍ତି ମା ଜଣଙ୍କ । ତେବେ ବନ୍ଧୁଗଣ ପୁଅକୁ ଭଲ କରିବାକୁ ଦରକାର ୧୬ କୋଟି ।ଏସସିବିରେ ବି ନାହିଁ ଏହାର ଚିକିତ୍ସା ବ୍ୟବସ୍ଥା । ପୁଅର ଚିକିତ୍ସା ଏଠାରେ ସମ୍ଭବ ନୁହେଁ କହି ଫେରାଇ ଦେଲେ ଏସସିବି କର୍ତ୍ତୃପକ୍ଷ । ପାଖରେ ଟଙ୍କା ନାହିଁ । ସମୟ ବି ନାହିଁ ।  ଶେଷ ରେ ସେ ମାଆ ରାଜବୀର କୁ କହି କହି ନିଜେ ମଧ୍ୟ ହାତ ଯୋଡି ସାହାଯ୍ୟ ମାଗୁଛନ୍ତି । ତେବେ ସୂଚନାଯୋଗ୍ୟ ଯେ ୧୯ ମାସର ରାଜବୀର ରଣା ବିରଳ ଜେନେଟିକ ରୋଗରେ ପୀଡ଼ିତ ।

ତେବେ ଏସବୁ ମଧ୍ୟରେ ଦେଖା ଦେଇଛି ଟଙ୍କା କଲେକ୍ସନ କୁ ନେଇ ଗଣ୍ଡଗୋଳ ଓ ବିବାଦ । ରାଜବୀରର ଟଙ୍କା ହାତେଇବା ପାଇଁ ଚାଲିଛି ଏବେ ବିଭିନ୍ନ ପ୍ରକାର ଷଡଯନ୍ତ୍ର । ରାଜବୀର ଟଙ୍କାରେ ଦଲାଲି । ଚିକିତ୍ସା ପାଇଁ ସଂଗୃହିତ ଅର୍ଥ ଉପରେ ଦଲାଲଙ୍କ ଆଖି । ରାଜବୀର ଚିକିତ୍ସା ଟଙ୍କାକୁ ହାତେଇବା ପାଇଁ ବଡ଼ ଷଡଯନ୍ତ୍ର । ଭାଇରାଲ୍ ଅଡିଓକୁ ନେଇ ବଢୁଛି ଚିନ୍ତା ।

ପୁଅର ଜୀବନ ବଂଚାଇବା ପାଇଁ ମା-ବାପା ସଂଘର୍ଷ କରୁଛନ୍ତି । ସୋସିଆଲ ମଡିଆରେ ଭାଇରାଲ ହେଉଛି ରାଜବୀର ପିତାମାତାଙ୍କ ଆକୁଳ ନିବେଦନ । କିନ୍ତୁ ଗରିବ ବାପା ମାଙ୍କୁ ପ୍ରତାରିତ କରିଛନ୍ତି ଦଲାଲ । ସହାୟତା ନାଁରେ କରୁଛନ୍ତି ଟଙ୍କା ଆତ୍ମସାତ । ରାଜବୀରଙ୍କ ଅର୍ଥରେ କରୁଛନ୍ତି ବିମାନ ଯାତ୍ରା । ଟଙ୍କା କଲେକ୍ସନ ପାଇଁ ମରସିଡିଜରେ ଯାଉଛନ୍ତି ଦଲାଲ ।

ରାଜବୀର ପାଇଁ ଟଙ୍କା କଲେକସନ୍ କୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ର ଭିଡ଼ିଓ ତଥା ତାଙ୍କର ଆଉ କିଛି ବ୍ୟକ୍ତିଗତ ଭିଡ଼ିଓ ସୁଟ କରି ନେଇ ଟଙ୍କା ପାଇଁ ତାଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କନ୍ଧମାଳ ଜିଲ୍ଲା ଆମ୍ବପଡା ଅଞ୍ଚଳର ରାଜବୀର ରଣାଙ୍କ ବାପା ମାଆ କୁଳମଣି ରଣା ଓ ତାଙ୍କ ପତ୍ନୀ ତମଲିକା ଦାସ । ଯାହାର କୌଣସି ସତ୍ୟତା ନାହିଁ । ରାଜବୀର ଙ୍କ ମା ଜଣଙ୍କ ନାମ ନେଇଛନ୍ତି ଯିଏ ହେଉଛନ୍ତି କଟକର ଗୋଟେ ଲୋକ ଦେବବ୍ରତ ଷଡ଼ଙ୍ଗୀ । ଯିଏ ତାଙ୍କୁ ହାରାସ୍ମେଣ୍ଟ କରୁଥିବା ନେଇ ସେ ଜଣାଇଛନ୍ତି । ତେବେ ସୂଚନା ଅନୁସାରେ ରାଜବୀରଙ୍କ ପାଇଁ ଏଯାଏଁ ୩କୋଟି ୧୭ ଲକ୍ଷ ଆରେଞ୍ଜ ହେଇଛି I

Leave a Reply

Your email address will not be published. Required fields are marked *