ଋଷ ୟୁକ୍ରେନ ବିବାଦକୁ ନେଇ ଦ୍ଵନ୍ଦରେ ଭାରତ,ଆମେରିକା ୟୁକ୍ରେନକୁ ସମର୍ଥନ କରୁଥିବା ବେଳେ ଋଷ ଭାରତର ମିତ୍ର, କାହା ସପକ୍ଷରେ ରହିବ ଭାରତ ?

ୟୁକ୍ରେନ ଓ ଋଷ ବିବାଦ ଏବେ ଉଗ୍ରରୂପ ନେବାକୁ ବସିଛି । ଗୋଟିଏ ପଟେ ଋଷର ଲକ୍ଷ ଲକ୍ଷ ସେନା ଯବାନ ଏବେ ୟୁକ୍ରେନକୁ ଘେରି ରହିଥିବା ବେଳେ ୟୁକ୍ରେନ ଓ ଆମେରିକା ମିଳିତ ଭାବେ ଏହାକୁ ସାମ୍ନା କରିବାକୁ ସୀମାରେ ଜଗି ବସିଛନ୍ତି । ଧୀରେ ଧୀରେ ଏଭଳି ଘନାଉଛି ଋଷ-ୟୁକ୍ରେନ ବିବାଦ । ୟୁକ୍ରେନ ସୀମାରେ ମୁତୟନ ଥିବା ସୈନ୍ୟ ଛାଉଣି ନିକଟକୁ ଋଷ ପଠାଇଛି ରକ୍ତ ଓ ଅନ୍ୟାନ୍ୟ ଜରୁରୀ ମେଡିକାଲ ସାମଗ୍ରୀ । ଫେବ୍ରୁଆରୀରେ ଯୁଦ୍ଧ ଆସନ ବୋଲି ସୂଚନା ମିଳିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଋଷ ଏହି ପ୍ରସ୍ତୁତି ଆରମ୍ଭ କରିଛି ।

ଫଳରେ ଯୁଦ୍ଧ ଯେ ଅନିର୍ବାଯ୍ୟ- ଏହା ପ୍ରମାଣିତ ହେବାରେ ଲାଗିଛି । ୟୁକ୍ରେନ ସୀମାରେ ଲକ୍ଷାଧିକ ସୈନ୍ୟଙ୍କୁ ଋଷ ମୁତୟନ କରିଥିବାବେଳେ ଅଧିକ ଯୁଦ୍ଧାସ୍ତ୍ର ପଠାଯାଉଥିବା ସୂଚନା ମିଳିଛି । ସେପଟେ ଖୁବ୍ କମ୍ ଦିନ ମଧ୍ୟରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବ ବୋଲି କହିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ । ୟୁକ୍ରେନ ସୀମାରେ ଋଷ ଚଳାଇଛି ରଣନୀତିକ ପରମାଣୁ ସମରାଭ୍ୟାସ । ଏବଂ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷାଣ । ଯାହାକୁ ଦେଖିଲା ପରେ ଋଷ-ୟୁକ୍ରେନ ଯୁଦ୍ଧ ଆଶଙ୍କା ଅଧିକ ଘନୀଭୂତ ହେଉଛି ।

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତ୍ୟକ୍ଷ ତଦାରଖରେ ଆଜି ୟୁକ୍ରେନ୍‌ ସୀମାରେ ବାଲିଷ୍ଟିକ୍‌ ଏବଂ କ୍ରୁଜ୍‌ ‌ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଉଭୟ ସ୍ଥଳ ଓ ଜଳଭାଗରେ ଲକ୍ଷ୍ୟଭେଦ କରିଥିବା ବେଳେ ୟୁକ୍ରେନ୍‌ ବାୟୁସୀମାରେ ରୁଷ୍‌ର ଯୁଦ୍ଧ ବିମାନଗୁଡ଼ିକର ଗର୍ଜନ ଆତଙ୍କ ସୃଷ୍ଟି କରିଛି ।

ତେବେ ସୂଚନା ମୁତାବକ ୮ ବର୍ଷ ତଳେ ୟୁକ୍ରେନ ଅନ୍ତର୍ଗତ କ୍ରିମିଆକୁ ଋଷ କବଜା କରିବା ସହ ସେଠାରେ ଥିବା ବିଭିନ୍ନ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କୁ ସମର୍ଥନ କରିଥିଲା । ତେଣେ ଯଦି ୟୁକ୍ରେନ ଉପରେ ଋଷ ଆକ୍ରମଣ କରେ ତେବେ ଆମେରିକା ନୀରବ ରହିବ ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ କହିଛନ୍ତି ଜୋ ବିଡେନ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଋଷର ନିରାପତ୍ତା ସମ୍ପର୍କରେ ୭ ନାଟୋ ଓ ଆମେରିକା କୌଣସି ଗୁରୁତ୍ୱ ନଦେଇ ଏକପାଖିଆ ନୀତି ଅବଲମ୍ବନ କରୁଛନ୍ତି । ତେବେ ଏହାରି ମଧ୍ୟରେ ୟୁକ୍ରେନ ଏବଂ ଋଷ ଯୁଦ୍ଧରେ ଭାରତ ରହିଛି ବିଷମ ପରିସ୍ଥିତିରେ ।

ଏହାର କାରଣ ହେଉଛି ୟୁକ୍ରେନ କୁ ଯୁଦ୍ଧରେ ଆମେରିକା ପୂର୍ଣ୍ଣ ସହଯୋଗ କରୁଛି । ଆଉ ଆପଣମାନେ ସମସ୍ତେ ତୋ ବହୁତ ଭଲ ଭାବରେ ଜାଣିଥିବେ ଯେ ଆମେରିକା ସହିତ ଭାରତ ର ସମ୍ପର୍କ ବହୁତ ନିବିଡ଼ । ଏପଟେ ଋଷ୍ ଭାରତର ମଧ୍ୟ ପାରମ୍ପରିକ ଘନିଷ୍ଠ ମିତ୍ର । ଭାରତକୁ ୠଷ୍ ଠାରୁ ସବୁବେଳେ ସହଯୋଗ ମିଳିଥାଏ ଏଭଳିକି ଅସ୍ତ୍ର ଶସ୍ତ୍ର ମଧ୍ୟ ଯୋଗାଇ ଥାଏ । ତେବେ ଏଭଳି ପରିସ୍ଥିତି ରେ ଯଦି ଆଗାମୀ ଭବିଷ୍ୟତରେ ଯୁଦ୍ଧ ହୁଏ ତେବେ ଭାରତ କାହାକୁ ସମର୍ଥନ କରିବ ସେ ନେଇ ଆମ ଦେଶ ଏବେ ଦ୍ବନ୍ଦରେ ।

Leave a Reply

Your email address will not be published. Required fields are marked *