ବିବାହର ରସମ ବେଳେ ଥାନାରେ ଯାଇକି ପହଞ୍ଚିଲେ କନ୍ୟା, ନିଜ ଗାଁ ଲୋକଙ୍କ ବିରୁଦ୍ଧରେ ରୁଜ୍ଜୁ କଲେ ମାମଲା,ଜାଣନ୍ତୁ ପୁରା ଘଟଣା

ଭାରତରେ ଏମିତି ପରମ୍ପରା ଅଛିକି ଯେତେବେଳେ ଗାଁ କିମ୍ବା ମହଲ୍ଲାର କୌଣସି ଘରେ ବରଯାତ୍ରୀ ଆସନ୍ତି ସେତେବେଳେ ଗାଁର ସମସ୍ତ ଲୋକ ତାଙ୍କର ସ୍ବାଗତ ପାଇଁ ପ୍ରସ୍ତୁତ ରୁହନ୍ତି। ଗାଁର ସମସ୍ତ ଲୋକ ବିବାହରେ ସହଯୋଗ ଓ ଯୋଗଦାନ ଦେବା ପାଇଁ ନିଜେ ଆଗକୁ ଆସନ୍ତି। ଓ ସମସ୍ତଙ୍କର ଏହି ଆଶା ଥାଏକି ବିବାହ ପରେ ଖୁସି ଖୁସି ହୋଇ ଝିଅ ଶ୍ୱଶୁର ଘରକୁ ବିଦା ହେଉ। କିନ୍ତୁ ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାରେ ଏକ ଗାଁରେ କିଛି ଏମିତି ହୋଇଛିକି କିଛି ଗାଆଁ ଲୋକଙ୍କ ପାଇଁ ଝିଅର ବିବାହରେ ବାଧା ସୃଷ୍ଟି ହୋଇଛି, ଯେଉଁ କାରଣରୁ ବିବାହର ରସମ ଭିତରେ ଥାନାକୁ ଯିବାକୁ ପଡ଼ିଛି ଓ ଯାହାଫଳରେ ବିବାହ ବନ୍ଦ ହୋଇଗଲା। ସମ୍ପୂର୍ଣ ମାମଲା କଣ ଜାଣନ୍ତୁ।

ଏହି ମାମଲା ଗାଜିପୁର ଜିଲ୍ଲାର ଗହମର ଥାନା ଅଞ୍ଚଳର ଅଇଠୀ-ଗୋଇଠୀ ବସ୍ତିର ଅଟେ। ଏଠାରେ ମଙ୍ଗଳବାର ଦିନ ରାତିରେ ବରଯାତ୍ରୀ ଓ ଡିଜେରେ ଡାନ୍ସ କରିବାକୁ ନେଇ ଗାଁ ଲୋକ ଓ ବରଯାତ୍ରୀ ମଧ୍ୟରେ ଭିଡ଼ିଗଲେ, ଯାହାଫଳରେ ଚାଚାଙ୍କର ମୃତ୍ୟୁ ହୋଇଗଲା। ଏହି ମାମଲାରେ ଝିଅ ନିଜେ ଥାନାରେ ପହଞ୍ଚି ନିଜର ଗାଁର ୯ଜଣ ଲୋକଙ୍କ ବିରୁଦ୍ଧରେ ମୁକଦ୍ଦମା ରୁଜ୍ଜୁ କରାଇଲେ।

ମଦର ନିଶାରେ ଡାନ୍ସ କରିବାକୁ ଲାଗିଲେ କିଛି ଗାଁ ଲୋକ:-

ମଙ୍ଗଳବାର ଦିନ ସନ୍ଧ୍ୟାରେ ଗହମର ଥାନା ଅଞ୍ଚଳରେ ଅଇଠୀ-ଗୋଇଠୀ ଗାଁରେ ଭାଁବରକୋଲ ଥାନା ଅଞ୍ଚଳରେ କୁଣ୍ଡେଶ୍ୱର ଗାଁରେ ବରଯାତ୍ରୀ ଆସିଥିଲା। ବରଯାତ୍ରୀ ଗାଁର ପ୍ରାଇମେରୀ ସ୍କୁଲ ପାଖରେ ଛିଡା ହୋଇଥିଲା। ବରଯାତ୍ରୀଙ୍କ ପାଇଁ ଡିଜେର ପ୍ରବନ୍ଧନ କରିଥିଲେ ଓ ଯେତେବେଳେ ବରଯାତ୍ରୀ ଦ୍ଵାରପୂଜା ନେଇ ବାହାରିବାକୁ ଲାଗିଲେ ଲୋକମାନେ ନାଚିବାକୁ ଲାଗିଲେ। ଏହି ସମୟରେ ଗାଁର କିଛି ଯୁବକ ମଦର ନିଶାରେ ଡାନ୍ସ କରିବାକୁ ଲାଗିଲେ। ଏହାକୁ ନେଇ ଗାଁ ଲୋକ ଓ ବରଯାତ୍ରୀଙ୍କ ମଧ୍ୟରେ ଝଗଡା ହେଲା, ଯାହାଫଳରେ ଗାଁ ଲୋକ ସେଠାରୁ ରାଗି ଚାଲିଗଲେ।

ଝଗଡାରେ ଚାଚାଙ୍କର ହେଲା ମୃତ୍ୟୁ:-

ଏହା ପରେ ଦ୍ଵାରପୂଜା ହେଲା ଓ ପୁଣି ଜୟମାଳାର କାର୍ଯ୍ୟକ୍ରମ ଆରମ୍ଭ ହେଲା। ଏହି ସମୟରେ କିଛି ବରଯାତ୍ରୀ ଦେଖୁଥିଲେ ଓ କିଛି ବରଯାତ୍ରୀ ଭୋଜନ କରୁଥିଲେ। ଝିଅ ପକ୍ଷର ଲୋକ ବରର ଚାଚାଙ୍କୁ ବାକି ବରଯାତ୍ରୀଙ୍କୁ ଖାଇବା ପାଇଁ କହିଲେ। ଯାହାପରେ ଚାଚା ସମୀୟାନେରେ ଯିବାକୁ ଲାଗିଲେ। ସେହି ସମୟରେ ରାଗି ରହିଥିବା ଲୋକ ଚାଚାଙ୍କୁ ଘେରି ଲାଠିରେ ପିଟିଲେ। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଗଲା। ଏହି ସମୟର ରକ୍ଷା କରିବାକୁ ଯାଇଥିବା ଅନ୍ୟ କିଛି ବରଯାତ୍ରୀଙ୍କୁ ମଧ୍ୟ ପିଟିଦେଲେ। ଏହା ପରେ ସେମାନେ ସେଠାରୁ ପଳାଇଗଲେ।

ବିବାହର ରସମ ମଝିରେ କନ୍ୟା ପହଞ୍ଚିଲେ ଥାନାରେ:-

ଘଟଣା ବିଷୟରେ ଜଣାପଡିବା ମାତ୍ରେ କନ୍ୟା ଘଟଣାସ୍ଥଳରେ ପହଞ୍ଚିଲେ ଓ ସେ ୧୧୨ ନମ୍ୱର ଡାଏଲ କରି ପୋଲିସକୁ ଏହି ବିଷୟରେ ସୂଚନା ଦେଲେ। ପୋଲିସ ଆସିବାରେ ବିଲମ୍ୱ ହେବାରୁ ସେ ନିଜେ ଥାନାରେ ପହଞ୍ଚିଗଲେ। ଯାହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ନିଜ କବଜାରେ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଲା। ଏହି ସମୟରେ ସମସ୍ତ ବରଯାତ୍ରୀ ଚାଲିଗଲେ କିନ୍ତୁ ଲୋକ ରହିଲେ ଓ ସେମାନେ ବିବାହର ରସମକୁ ସମ୍ପୂର୍ଣ କରିଲେ। ଲୋକମାନେ ମୃତକଙ୍କ ପୋଷ୍ଟମର୍ଟମ କରିବା ବାହାନାରେ ଚାଲିଗଲେ। ଯାହାଫଳରେ କନ୍ୟାଙ୍କର ବିଦାୟ ହୋଇପାରିନଥିଲା।

ପୋଲିସ ୫ଜଣ ଲୋକଙ୍କୁ ଗିରଫ କରିଲେ:-

ଏହି ଘଟଣାକୁ ନେଇ ଥାନାଧ୍ୟକ୍ଷ ତ୍ରିବେଣୀ ଲାଲ ସେନ କହିଲେ ଘଟଣାସ୍ଥଳରେ ବର ଦ୍ବାରା ସୂଚନା ଦିଆଗଲା। ସୂଚନା ଅନୁସାରେ ୯ ଜଣ ଲୋକଙ୍କ ବିରୁଦ୍ଧରେ ଧାରା ୩୦୪, ୩୨୩, ୫୦୭ ଓ ୪୨୭ ଆଇପିସି ଅନ୍ତର୍ଗତ ମୁକଦ୍ଦମା ରୁଜ୍ଜୁ କରାଗଲା। ପାଞ୍ଚଜଣ ଆରୋପିଙ୍କୁ ଗିରଫ ମଧ୍ୟ କରାଯାଇସାରିଛି।

Leave a Reply

Your email address will not be published. Required fields are marked *