ଏକା ଆସୁଥିବା ଜଣେ ଯୁବତୀଙ୍କ ସହିତ ମଝି ରାସ୍ତାରେ ଘଟିଲା କିଛି ଏମିତି ଘଟଣା । ଆଉ ତାହା ପରେ ଆର୍ମି ଅଫିସର ଅସିକି ଯାହା କଲେ,ଦେଖନ୍ତୁ ଭିଡ଼ିଓ

ନମସ୍କାର ବନ୍ଧୁଗଣ ଆପଣ ମାନେ ଆଜିର ସ୍ୱାର୍ଥପର ଦୁନିଆ ରେ ବହୁତ ଲୋକ ଙ୍କୁ ଦେଖିଥିବେ ଯିଏ ସବୁଥିରେ ନିଜ ଫାଇଦା ହିଁ ଖୋଜିଥାନ୍ତି ଅନ୍ୟ କୁ ଫାଇଦା ଦେବା ଭାବନ୍ତି ନାହିଁ କାରଣ ଏଠାରେ କେହି କାହାର ନିଜର ନୁହେଁ । ସମସ୍ତେ ଦିନକୁ ଦିନ ପଶୁ ପାଲଟି ଯାଉଛନ୍ତି । ଅନ୍ୟ କୁ ସାହାଯ୍ୟ ନିଜର ମୁଣ୍ଡ ବ୍ୟଥା ବୋଲି ମଧ୍ୟ ଭାବୁଛନ୍ତି । ତେବେ କିନ୍ତୁ ସବୁ ମଣିଷ ଏଭଳି ନଥାନ୍ତି କିଛି ମଣିଷ ଏଭଳି ଅଛନ୍ତି ଯେଉଁ ମାନଙ୍କ ଭିତରେ ଆଜି ବି ମାନବିକତା ଭରି ରହିଛି ସେମାନେ ଅନ୍ୟର ସାହାର୍ଯ୍ୟ ମଧ୍ୟ କରୁଛନ୍ତି ।

ଅନ୍ୟକୁ ସାହାଯ୍ୟ କରି ହିଁ ସେମାନଙ୍କୁ ଶାନ୍ତି ମିଳିଥାଏ । ଯାହାର ସବୁଠାରୁ ବଡ଼ ଉଦାହରଣ ହେଲେ ଆମ ଆର୍ମି । ତେବେ ଆମେ ଯେଉଁ ମାନଙ୍କ ପାଇଁ ଘରେ ନିର୍ଭୟରେ ଶାନ୍ତିରେ ଶୋଇ ପାରୁଛୁ । ସେ ଆଉ କେହି ନୁହନ୍ତି, ଆମର ଆର୍ମି ଯବାନ ସେମନେ ନିଜର ଘର ପରିବାରକୁ ପଛରେ ପକାଇ ସମସ୍ତଙ୍କ ସେବା କରିବା କରିବା ପାଇଁ ସୁରକ୍ଷା ଦେଇଥାନ୍ତି । ଶତ୍ରୁର ଗୁଳିକୁ ନିଜ ଛାତିରେ ନେଇଥାନ୍ତି । ଆମେ ସମସ୍ତେ ଘରେ ସେମାନଙ୍କ ପାଇଁ ହିଁ ଘରେ ସୁରକ୍ଷାରେ ରହିପାରୁ।

ଆପଣ ମାନେ ଦେଖିବେ ଯେ ଅନେକ ସମୟରେ ଯବାନ ମାନେ ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ଜୀବନକୁ ରକ୍ଷା କରିଥାନ୍ତି ଏବଂ କୌଣସି ବି ଲୋକ ଯଦି କିଛି ବି ଅସୁବିଧା ରେ ପଡିଥାଏ ତାହେଲେ ସେମାନେ ଆଗପଛ କିଛି ବି ବିଚାର ନକରି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ତେବେ ବର୍ତ୍ତମାନ ସମୟରେ ଠିକ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲା ପରେ ଆପଣ ମାନଙ୍କ ମୁଣ୍ଡ ନିଶ୍ଚିତ ଭାବରେ ଉପରକୁ ହେଇଯିବ ଓ ସେମାନଙ୍କୁ ସେଲୁଟ କରିବା ପାଇଁ ଇଚ୍ଛା ହେବ ।

ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା । ଆଉ ଘଟଣାଟି ହେଉଛି କି ଜଣେ ଯୁବତୀଙ୍କ କାରର ଟାୟାର ଅଧା ରାସ୍ତାରେ ଖରାପ ହୋଇଗଲା । ହେଲେ ସେହି ରାସ୍ତା ଦେଇ ଅନେକ ଲୋକମାନେ ଯାତାୟତ କରୁଥିଲେ କିନ୍ତୁ କେହି ବି ମାନବିକତା ଦେଖାଇ ଜଣେ ଏକୁଟିଆ ଝିଅକୁ ସାହାଯ୍ୟ କରିବା ପାଇଁ ଆସିନଥିଲେ । ଆଉ କିଛି ବ୍ୟକ୍ତି ଉକ୍ତ ଯୁବତୀଙ୍କ ସହ ଅଶାଳୀନ ବ୍ୟବହାର ମଧ୍ୟ ଦେଖାଉଥିଲେ ।

ହେଲେ ଜଣେ ଆର୍ମି ଯବାନ ସେହି ରାସ୍ତା ଦେଇ ଯାଉଥିବା ବେଳେ ଯୁବତୀ ନ କହିବା ସତ୍ତ୍ବେ ବି ସେ ତାଙ୍କର ମାନବିକତା ଦେଖାଇ ଯୁବତୀଙ୍କ କାରରୁ ପୁରୁଣା ଟାୟାର ହଟାଇ ନୂଆ ଟାୟାର ଗୋଟେ ଲଗାଇ ଠିକ୍ କରିଦେଲେ ଏବଂ ଏହା ପରେ ଯୁବତୀ ଜଣଙ୍କ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ସୁରକ୍ଷିତ ଘରକୁ ଯାଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

Leave a Reply

Your email address will not be published. Required fields are marked *