ଆଫ୍ରିକା ବୁଲିବାକୁ ଯାଇଥିବା ଏହି ଆମେରିକୀୟ ପରିବାର ସହ ଘଟିଗଲା ଲୋମ ହର୍ଷଣକାରୀ ଘଟଣା |

ଟେକ୍ନୋଲୋଜି ର ଏହି ଯୁଗରେ ଦୁନିଆରେ କେଉଁଠି କେଉଁ ଜାଗାରେ କଣ ଘଟୁଛି ତାହା ଦେଖିବା ଓ ଜାଣିବା ଆମ ସମସ୍ତଙ୍କ ପାଇଁ ବହୁତ ସହଜ ପାଲଟି ଯାଇଛି । ଏବଂ ଏହା ପଛରେ ଏକ ମାତ୍ର କାରଣ ହେଉଛି ସିସିଟିଭି ଏବଂ ସୋସିଆଲ ମିଡ଼ିଆ । କିନ୍ତୁ ବେଳେ ବେଳେ ଏହି କ୍ୟାମେରା ଗୁଡ଼ିକରେ କିଛି ଏଭଳି ଘଟଣା ରେକର୍ଡ ହୋଇ ଯାଇଥାଏ ଯାହାକୁ ଦେଖି ପ୍ରତ୍ୟେକ ଲୋକର ହୋସ ଉଡିଯାଏ । ତେବେ ଚାଲନ୍ତୁ ଏବେ ଆମେ ଆପଣ ମାନଙ୍କୁ ସେମିତି କିଛି ଘଟଣା ସମ୍ପର୍କରେ ଜଣାଇବୁ ।

୧. ପ୍ରଥମ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓଟି ହେଉଛି ମେ ମାସ ୨୦୨୧ ରେ ଓଡ଼ିଶାର ମାଲକାନିରି ଜିଲ୍ଲାରୁ ରେକର୍ଡ ହୋଇଥିଲା । ଯେତେବଳେ ଗୋଟେ ଗାଁରେ ଜଣଙ୍କ ଘରେ ଭୟଙ୍କର ଗୋଖର ସାପ ପଶି ଯାଇଥିଲା । ଏବଂ ତାହାକୁ ଦେଖି ପୁରା ଗାଁରେ ଭୟର ପରିସ୍ଥିତି ସୃଷ୍ଟି ହେଲା । ତେବେ ସେହି ଗୋଖର ସାପକୁ ଦେଖି ପରିବାର ଲୋକେ ଲୋକାଲ ସାପ ଧରାଳି ସ୍ନେହାସିଶଙ୍କୁ ଡକାଇଲେ ।

କିଛି ସମୟ ପରେ ସ୍ନେହାସିସ ଏବଂ ତାଙ୍କ ଟିମ୍ ସାପଟିକୁ ବାହାର କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ତାପରେ ଜଣା ପଡ଼ିଲା ଯେ ସାପଟି ନିଃଶ୍ୱାସ ନନେଇ ମୃତ୍ୟୁ ବରଣ କରିଥିଲା । ଏହାପରେ ଗୋଟେ ଷ୍ଟ୍ର ଦ୍ଵାରା ନିଃଶ୍ୱାସ ଦେଇ ତାର ଜୀବନ ବଞ୍ଚାଇ ଦେଲେ ।

୨. ଆଉ ଗୋଟିଏ ଘଟଣା ଦେଖିବାକୁ ମିଳିଥିଲା ୧ ଜୁନ ୨୦୨୧ ରେ ଫିଲିପାଇନ୍ସ ମାନଲା ସହରରେ । ସେଠାରେ ରହୁଥିବା ଆଲିକୁ ପ୍ୟାରେସ୍ ନାମକ ଜଣେ ମହିଳା ଜୁବୁଲି ନାମକ ଏକ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟରୁ ଯାଇ ଚିକେନ ଅର୍ଡର୍ କରିଥିଲେ । କିଛି ସମୟପରେ ଯେତେବଳେ ଅର୍ଡର୍ ଘରେ ପହଞ୍ଚିଲା ମହିଳା ଜଣକ ଦେଖିଲେ ଯେ ତାଙ୍କ ଅର୍ଡରରେ ଚିକେନ ପରିବର୍ତ୍ତେ ହାତ ପୋଛୁଥିବା ଏକ ଟାୱେଲ୍ କୁ ଫ୍ରାୟ କରି ପଠେଇ ଦିଆଯାଇଛି ।

ଏହାପରେ ମହିଳା ଜଣଙ୍କ ତାହାର ଫୋଟ ଆଉ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ । ପରେ ପୋଷ୍ଟ ଭାଇରାଲ୍ ହେବାପରେ ଯୁବଲି ରେଷ୍ଟୁରାଣ୍ଟକୁ ଗାଳି ମିଳିଲା । ସେଥିପାଇଁ ଉକ୍ତ ରେଷ୍ଟୁରାଣ୍ଟ ମହିଳାଙ୍କୁ କ୍ଷମା ମାଗିବା ସହ ସବୁ ଷ୍ଟାଫ୍ ଙ୍କୁ ବାହାର କରିଦେବାର ନିର୍ଦେଶ ଦେଲା ।

୩. ଆଉ ଗୋଟିଏ ଘଟଣା ହେଲା ଜୁଲାଇ ମାସ ୨୦୨୧ ରେ ଟିକଟକ୍ ରେ ଭାଇରାଲ୍ ହୋଇଥିବା ଏକ ଭିଡ଼ିଓ ରେ ଦେଖା ଯାଇଥିଲା ଯେ ଗୋଟିଏ ପୋଲିସ ଅଫିସର୍ ଗୋଟିଏ ଗାଡ଼ିକୁ ଚେକ୍ କରିବା ପାଇଁ ତାକୁ ଅଟକାଏ । କିନ୍ତୁ ଗାଡ଼ି ଅଟକାଇବା ପରେ ସେ ଦେଖିଲା ଯେ ସେଥିରେ ତାର ନିଜର ସ୍ତ୍ରୀ ବସିଥିଲା । ଯିଏ ଅନ୍ୟ ଏକ ଯୁବକ ଜଣଙ୍କ ସହ ବୁଲୁଥିଲା । ପୋଲିସ୍ ପ୍ରଥମେ ବହୁତ ରାଗିଗଲା । କିନ୍ତୁ ପରେ ସେ ନିଜର ଡ୍ୟୁଟି କଲା ଏବଂ ଡ୍ରାଇଭରକୁ ଚେକ୍ କଲାପରେ ତାକୁ ସେ ଝିଅ ବିଷୟରେ ପଚାରିଲା ।

ଆଉ ଡ୍ରାଇଭର ଜଣକ କହିଲା ଯେ ସେ ଝିଅ ତାର ଲଭର୍ ଅଟେ । ଏହାପରେ ପୋଲିସ୍ ଜଣକ ନିଜର ପରିଚୟ ଦେଇ ସେ ଝିଅକୁ ସେଠାରେ ଛାଡ଼ି ଚାଲିଯିବା ପାଇଁ ଡ୍ରାଇଭରକୁ କହିଲା । ଡ୍ରାଇଭର ଗଲାପରେ ପୋଲିସ୍ ଜଣକ ତାଙ୍କ ସ୍ତ୍ରୀଙ୍କୁ ନିଜର ମାଙ୍କୁ ଫୋନ୍ କରି ନିଜ ବାପା ଘରକୁ ଚାଲିଯିବାକୁ କହିଲା । ଏବଂ ପୋଲିସ୍ ସେଠାରୁ ଚାଲିଗଲେ ।

Leave a Reply

Your email address will not be published. Required fields are marked *