କଂଗ୍ରେସ ବିଧାୟକ ସୁରରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ପୁଣି ଖୋଲିଲେ ମୁଂହ,ଆଉ କହିଲେ ଏମିତି କଥା,ଦେଖନ୍ତୁ ଭିଡ଼ିଓ

କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଆପଣ ମାନେ ଜାଣିଥିବେ। ସେ ସର୍ଵଦା ଅନ୍ୟକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି ଏବଂ ସର୍ଵଦା ଖୋଲା ଭାବରେ କଥା କୁହନ୍ତି। ତେବେ ସେ ସର୍ଵଦା ନିଜର କଥାରେ ଏବଂ ଭିନ୍ନ ଡାଇଲଗରେ ସବୁବେଳେ ଚର୍ଚ୍ଚିତ ରହିଥାନ୍ତି। ତେବେ ଲୋକମାନେ ମଧ୍ୟ ତାଙ୍କର ଏହି ଅନ୍ଦାଜଙ୍କୁ ବହୁତ ପସନ୍ଦ କରିଥାନ୍ତି। ତେବେ କିଛି ଦିନ ପୂର୍ବରୁ ସୁର ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏହି ଇଲେକ୍ସନକୁ ନେଇ ନିଜର ମତାମତ ପ୍ରଦାନ କରିଛନ୍ତି।

ତେବେ ସେ କଣ କହିଛନ୍ତି ଆସନ୍ତୁ ଜାଣିବା। ତେବେ ସେ କହିଛନ୍ତିକି ନବୀନ ବାବୁ ଭୋଟ ଖଣ୍ଡେ ପାଇଁ ପାଗଳ ହୋଇଗଲେଣି। ୧୦୦୦ ଟଙ୍କା ନିଅ ଭୋଟ ଦିଅ, ୨ ଖଣ୍ଡ ଭୋଟ ଦିଅ ୩୦୦୦ ନିଅ ଭୋଟ ଦିଅ। ୫୦୦୦ ଏହି କାମ ପାଇଁ ନିଅ ଦିଅ। ବିଜୁ ପଟ୍ଟନାୟକ ନାଁରେ ମୋ ବାପା ନାଁରେ ଘର ନିଅ ଭୋଟ ଦିଅ। କାଳିଆ ଯୋଜନା ନିଅ ଭୋଟ ଦିଅ। କେବଳ ଭୋଟକୁ ଆଖି ଆଗରେ ରଖି ନବୀନ ବାବୁ ଏପରି ବ୍ୟବସ୍ଥା କରିଛନ୍ତି।

ନବୀନ ବାବୁଙ୍କୁ ଧନ୍ୟବାଦ। ସେ ଭୋଟ ପାଇଁ କି ପାଗଳ ହେଉଛନ୍ତି। ଆଉ ମଧ୍ୟ ସୁର ରାଉତରାୟ କହିଛନ୍ତିକି ନବୀନ ବାବୁଙ୍କୁ ଲଜ୍ୟା ଲାଗୁନି। ତେବେ ସେ କହିଛନ୍ତିକି ଆପଣ ଭାରତର ନମ୍ୱର ୧ ମୁଖ୍ୟମନ୍ତ୍ରୀ ବୋଲି କହୁଛ। ଲୋକ ଗୁଡାକ ତୁମ ପକ୍ଷରେ ଅଛନ୍ତି। ଏ ଭୋଟ ଖଣ୍ଡେ ପାଇଁ କାଳିଆ ଯୋଜନା କରିଲ ଭୋଟ ନେଲ, ପିଠା ଯୋଜନା କରିଲ ଭୋଟ ନେଲ, ବିଜୁ ବାହିନୀ କରିଲ ଭୋଟ ନେଲ।

ଏହି ଭୋଟ ପାଇଁ ନବୀନ ବାବୁ କେତେ ସୁବିଧା କରିଛନ୍ତି, ୧୦୦୦ ଟଙ୍କା ଦେବେ ପ୍ରତି ରାସନ୍ କାର୍ଡଧାରୀଙ୍କୁ, ଘର ରିପେୟାରିଂ ପାଇଁ ୩୦୦୦ ଟଙ୍କା ଦେବେ(ଯାହାର ଇନ୍ଦିରା ଆବାସ ଘର ଭାଙ୍ଗି ଯାଇଥିବ), କାହାକୁ ବିଜୁ ପକ୍କା ଘର ସୁବିଧା ଦେଉଛ ତ ଆଉ କାହାକୁ ଦେଉନ, ଆମର ଏପଟେ ୧୪ଟା ଜିଲ୍ଲାର ପ୍ରାୟ ଲୋକଙ୍କର ଫନି ବାତ୍ୟାରେ ଘର ଭାଙ୍ଗି ଥିଲା ତାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ସୁବିଧା ମିଳିନି।

ରାଜ୍ୟରେ ହରିଜନ, ଆଦିବାସୀ, ଗରିବ ମାନଙ୍କୁ ବିଜୁ ପକ୍କା ଘର ଯୋଜନା ଯୋଗାଇ ଦିଅ। ଭୋଟ ପାଇଁ ଏମିତି ଷଡ଼ଯନ୍ତ୍ର କରନାହିଁ ଯାହାର ନାହିଁ ତାକୁ ସୁବିଧା ଦିଅ। ତୁମେ କଣ ତମ ହାତରୁ ଦେଉଛ ଗରିବ ଲୋକଙ୍କର ପଇସା, ଜନସାଧାରଣଙ୍କ ପଇସା ତାଙ୍କୁ ଦିଅ। ଗୋଟେ ପ୍ରକାରର ପ୍ରଲୋଭନ ଦିଅ ନିଅ। ଆମର ଏପଟେ ୯ ବର୍ଷ ଭିତରେ ହାରାହାରି ୩୦୦ ଲୋକ ମରିସାରିଲେଣି ତାହାର କ୍ଷତି ପୂରଣ କିଏ ଦେବ? ୨୦୧୨ ଜଗନ୍ନାଥ ଆସିଲେ କୁଆଡୁ? ଆମ ଜମି କଥା କଣ ହେଲା? ଇଲିଗାଲ କହିକି କିଛି ବୁଝିଲ ନାହିଁ।

ନବୀନ ବାବୁ କହୁଛନ୍ତିକି ସମସ୍ତଙ୍କ ଜୀବନ ମୋ ଜୀବନ ସହ ସମାନ ଏଇଟା କଣ ସତ? ତେବେ ଆମେ ନବୀନ ପଟ୍ଟନାୟକଙ୍କ ପାଇଁ ମଲୁନି। ଡିଜେଲ, ପେଟ୍ରୋଲର ଦର ବଢୁଛି। ବାଇଗଣ କିଲୋ ୧୦୦, ଭେଣ୍ଡି କିଲୋ ୧୦୦, ଖାଇବା ତେଲ ୨୫୦, ଡାଲି ୨୦୦ ଏହି ଦରଦାମରେ ଆମେ ଶଢ଼ି ସାରିଲୁଣି। ଯାହା କରୁଛ କର। ୨୦୨୪ରେ କଂଗ୍ରେସ କମିଙ୍ଗ। ମମିତା ମେହେର ଯେତେଦିନ ଯାଏ ନ୍ୟାୟ ପାଇନି ସେତେ ଦିନ ଯାଏଁ କଂଗ୍ରେସର ଏମିତି ସଂଘର୍ଷ ଚାଲିବ।

ପଞ୍ଚାୟତ ନିର୍ବାଚନ ପାଇଁ ଆମେ ଟିକେ ଖେଳାଇ ଯାଇଛୁ। ମୋଦି ମଧ୍ୟ ଯେଉଁ ଟଙ୍କା ବାଣ୍ଟୁଛନ୍ତି ସେଇଟା କଣ ତାଙ୍କ ବାପାଙ୍କ ପଇସା ତାଙ୍କ ବାପା ତ ଚା ବିକୁଥିଲେ। ସବୁ ଆମ ପଇସା ଆମକୁ ଦେଉଛନ୍ତି। ନବୀନ ବାବୁ ମଧ୍ୟ ସେୟା କରୁଛନ୍ତି। ଜନ ସାଧାରଣଙ୍କ ପଇସା ଯୋଜନା ଆକାରରେ ଦେଉଛନ୍ତି।

Leave a Reply

Your email address will not be published. Required fields are marked *