କରୋନା ପରେ ପରେ ଆସିଲାଆଉ ଏକ ନୁଆଁ ଭାଇରସ “ଲାସା”,ନେଲାଣି ଲୋକଙ୍କ ଜୀବନ,ଜାଣନ୍ତୁ ଏହି ରୋଗର ଲକ୍ଷଣ ଓ ଉପଚାର

କୋରନା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଯାଇନାହିଁ । ଏହି ମହାମାରୀ କୁ ରୋକିବା ପାଇଁ ଆମେ ଟିକା ର ଦୁଇଟି ଡୋଜ୍ ନେଉଛୁ , ମାତ୍ର ସଚେତନ ହେଉନାହିଁ । ଯାହା ଫଳରେ ଏହା ସଂକ୍ରମଣ ର ସମ୍ଭାବନା ବଢ଼ି ଯାଉଛି । ତେବେ ଭାରତ ଓ ଅନ୍ୟ ଦେଶ ମାନଙ୍କରେ ବର୍ତ୍ତମାନ କରୋନା ଭାଇରସରୁ ଲୋକେ ସମ୍ପୂର୍ଣ୍ଣ ଭାବରେ ରକ୍ଷା ପାଇନାହାଁନ୍ତି ଓ ଏହି ସମୟରେ ଆଉ ଏକ ରୋଗ ପ୍ରବେଶ କରିଛି ଯାହାର ନାମ ହେଉଛି ଲାସା ଭାଇରସ ।

ବ୍ରିଟେନରେ ପ୍ରଥମ ମାମଲାରେ ଜଣେ ଏଥିରେ ମୃତ୍ୟୁବରଣ କରିସାରିଲେଣି । ସାରା ବିଶ୍ବ କୋଭିଡ ଭାଇରସରେ ଆକ୍ରାନ୍ତ ହେଉଥିବା ବେଳେ ଲୋକଙ୍କୁ ଭୟଭୀତ କରିଛି ଆଉ ଏକ ମାରାତ୍ମକ ଭୂତାଣୁ ଲାସା ଭାଇରସ୍ । ଏହା ଲୋକଙ୍କୁ ଲାସା ଜ୍ବରରେ ପୀଡ଼ିତ କରାଉଛି । ମୂଷା ଠାରୁ ଏହି ଭାଇରସ ବ୍ୟାପୁଛି ବୋଲି ଯାହା ଜଣା ପଡ଼ିଛି । ତେବେ ଏହା ଘାତକ ଭାବେ ଆକ୍ରମଣ କରିପାରେ ବୋଲି ବୈଜ୍ଞାନିକ ଓ ଡାକ୍ତର ମାନେ କହିଛନ୍ତି ।

ବ୍ରିଟିଶ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମୁତାବିକ, ବ୍ରିଟେନରେ ତିନୋଟି ମାମଲା ସାମ୍ନାକୁ ଆସିଥିବାରୁ ଏଥିରେ ଜଣଙ୍କର ଲଣ୍ଡନ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି । କୁହାଯାଉଛି ଏହି ତିନିଜଣ ଗୋଟିଏ ପରିବାରର ଅଟେ ଓ ଏମାନେ ଏବେଏବେ ପଶ୍ଚିମ ଆଫ୍ରିକାରୁ ଫେରିଥିଲେ । ତେବେ ସେପଟେ ଏକ୍ସପର୍ଟ ମାନଙ୍କ କହିବା କଥା ହେଲା ଏହାର ମୃତ୍ୟୁ ପରିମାଣ ଏକ ପ୍ରତିଶତ ରହିଛି । କିନ୍ତୁ ଏହା କରୋନା ସଂକ୍ରମିତ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କ ଠାରେ ଅଧିକ ଆଶଙ୍କା ଦେଖାଦେଉଛି ।

ଲାସା ଜ୍ୱର ଓ ଲାସା ଭାଇରସ ସେହି ପରିବାର ସହିତ ଜଡ଼ିତ ଯାହାକୁ ଇବୋଲା ଓ ମାର୍ଗବର୍ଗ ଭାଇରସ ହୋଇଛି । ଏହି ଭାଇରସ ପ୍ରଥମେ ୧୯୬୯ ମସିହାରେ ନାଇଜେରିଆର ଲାସା ସହରରେ ଖୋଜା ଯାଇଥିଲା । ଡାକ୍ତର ଙ୍କ ଅନୁସାରେ ଲାସା ଭାଇରସ ଜଣେ ବ୍ୟକ୍ତି ଠାରେ ଗମ୍ଭୀର ନହେବା ପର୍ଯ୍ୟନ୍ତ ବ୍ୟାପେନାହିଁ । ଏହାର ଲକ୍ଷଣ ୧ ରୁ ୩ ସପ୍ତାହ ମଧ୍ୟରେ ବିକଶିତ ହୋଇଥାଏ । ଏହାର ଲକ୍ଷଣରେ ଥକାପଣ, ମୁଣ୍ଡବିନ୍ଧା, ଦୁର୍ବଳ ଲାଗିବା ଓ ଜ୍ୱର ସାମିଲ ରହିଛି ।

ଆଉ କିଛି ମାମଲାରେ ଶ୍ଵାସକ୍ରିୟାରେ ସମସ୍ୟା, ଛାତିରେ ଯନ୍ତ୍ରଣା, ମୁହଁ ଫୁଲିଯିବା, ବାନ୍ତି ଲାଗିବା ପରି ଲକ୍ଷଣ ଦେଖା ଦେଇଥାଏ । କରୋନା ରୋଗ ବ୍ୟାପିଥିବା ସମୟରେ ଲାସା ଭାଇରସ ବହୁତ ଖତରନାକ ସାବ୍ୟସ୍ତ ହୋଇପାରେ । ତେବେ ଏହି ସମୟରେ ସେହି ସ୍ଥାନକୁ ଯାଆନ୍ତୁ ନାହିଁ ଯେଉଁ ସ୍ଥାନରେ ମୂଷା ରହୁଛନ୍ତି ଓ ଏହାସହ ଘରେ ସଫା ସୁତରା ରେ ସଠିକ ଧ୍ୟାନ ରଖନ୍ତୁ ।

ତେବେ ଏହି ରୋଗ ରେ ପୀଡ଼ିତ ହୋଇଥିବା ଲୋକ ଙ୍କ ଥରେ ଦୁଇ ସପ୍ତାହ ପରେ ମଲ୍ଟି ଅର୍ଗାନ ଗୁଡ଼ିକ ଫେଲ ମାରିଯିବା ପରେ ରୋଗୀର ମୃତ୍ୟୁ ଘଟିଥାଏ । ତେବେ ଏହି ରୋଗ ମଧ୍ୟ ଲାସା ଭାଇରସ ହାତ ମିଶାଇବା ଦ୍ଵାରା, ଆଲିଙ୍ଗନ କରିବା ଦ୍ଵାରା କିମ୍ବା ପାଖରେ ବସିବା ଦ୍ଵାରା ସଂକ୍ରମଣ ହୋଇଥାଏ ।

Leave a Reply

Your email address will not be published. Required fields are marked *