ହଠାତ ବଦଳିଲା ଭାଗ୍ୟ, ଦିନ ମଜୁରିଆରୁ ହୋଇଗଲେ ହାଇଫାଇ ମଡେଲ…ସମ୍ପୂର୍ଣ ରହସ୍ୟ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭାଇରାଲ ଭିଡିଓ

ବର୍ତ୍ତମାନର ଏହି ଟେକ୍ନୋଲୋଜିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ନିଶ୍ଚିତ ଭାବରେ ସ୍ମାର୍ଟ ଫୋନ ଅଛି। ସେଥିପାଇଁ ପ୍ରତ୍ୟେକ ଦିନ ଯେଉଁ କିଛି ନା କିଛି ଘଟଣା ଘଟିଥାଏ, ଆପଣମାନେ ସେହି ଘଟଣା ଗୁଡ଼ିକ ଘରେ ବସି ମଧ୍ୟ ଜାଣି ପାରୁଥିବେ ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଘଟୁଥିବା ସମସ୍ତ ଘଟଣା ବିଷୟରେ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଆପଣମାନେ ଯାହାଫଳରେ ଘରେ ରହି ମଧ୍ୟ ସମସ୍ତ ତଥ୍ୟକୁ ଜାଣିପାରନ୍ତି।

ଆପଣମାନେ ଅନେକ ସମୟରେ ନିଶ୍ଚୟ ଦେଖୁଥିବେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ, ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ବେଳେବେଳେ ଏମିତି କିଛି ଘଟଣା ସବୁ ସୋସିଆଲ ମିଡ଼ିଆରେ ଭାଇରାଲ ହୁଏ ଯାହା ବିଷୟରେ ଲୋକମାନେ ଅବଗତ ହୋଇ ପାରିଥାନ୍ତି।

ସମୟ ଅନୁସାରେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ଅଟେ। ଯଦି ଜଣେ ହଠାତ ଗରିବ ରୁ ଧନୀ ହୋଇଯାଏ ତେବେ ତାହା ତାଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କଥା। ତେବେ ସୁଟ ବୁଟ ସାଙ୍ଗକୁ ଦାମୀ ଚଷମା। ଦାଢ଼ିର ଷ୍ଟାଇଲ୍ ଟ୍ରେଣ୍ଡ ଅନୁସାରେ। ଦିନ ମଜୁରିଆରୁ ହାଇଫାଇ ମଡେଲ। ଫଟୋଗ୍ରାଫର ଜୀବନର ମୋଡ଼ ବଦଳାଇ ଦେଲା। ଲୁଙ୍ଗି ଓ ଗାମୁଛା ପିନ୍ଧି ଦିନ କାଟୁଥିବା ୬୦ ବର୍ଷ ବୟସ୍କ ଶ୍ରମିକ କେବେ ଚିନ୍ତା କରିନଥିଲେ ସେ ଦିନେ ମଡେଲ ହୋଇପାରିବେ ବୋଲି।

ନିଜର ଆଜି ସେ ଲୁକ୍କାୟିତ ପ୍ରତିଭା ପାଇ ଇଣ୍ଟରନେଟରେ ସେନ୍ସେସନ ହୋଇ ଯାଇଛନ୍ତି। କୌଣସି ପ୍ରଫେସନାଲ ମତେଲଙ୍କ ଠାରୁ ସେ କମ ଦିଶୁ ନାହାନ୍ତି। ଯୁବ ପିଢ଼ିର ମଡେଲକୁ ମଧ୍ୟ କଡ଼ା ଟକ୍କର ଦେଉଛନ୍ତି। ପ୍ରଫେସନାଲ ମଡେଲ ପରି ଲୁକ। କେରଳର କୁଜିବର ସହରର ବାସିନ୍ଦା ମସ୍ତିକା। ସେ ଜଣେ ଦିନ ମଜୁରିଆ ଅଟନ୍ତି। ଦିନ ସାରା କାମ କଲେ ଦି ଓଳି ଦି ମୁଠା ଖାଇବା ପାଇଁ ମିଳେ। ନହେଲେ ଉପାସ ସକାଳ ହେଲା ମାତ୍ରେ ପୁରୁଣା ଛିଣ୍ଡା ଲୁଙ୍ଗି ପିନ୍ଧି କାମକୁ ବାହାରିଯାନ୍ତି। କଠିନ ପରିଶ୍ରମ ମଧ୍ୟ କରନ୍ତି। ତେବେ ଯେତେବେଳେ ଜଣେ ଫଟୋଗ୍ରାଫର ତାଙ୍କର ନିଜ ପ୍ରୋଜେକ୍ଟରେ ସାମିଲ କଲେ ଆଉ ସେହି ମସ୍ତିକାଙ୍କ ଭାଗ୍ୟ ବଦଳିଗଲା।

ମସ୍ତିକାଙ୍କ ପ୍ରତିଭାକୁ ଫଟୋଗ୍ରାଫର ଚିହ୍ନିଲେ। ରାତାରାତି ଆଜି ସେ ଷ୍ଟାର ପାଲଟି ଯାଇଛନ୍ତି। ଫଟୋଗ୍ରାଫର ଜଣକ ମେକଅପର ଆର୍ଟିଷ୍ଟ ସାହାଯ୍ୟରେ ତାଙ୍କର ସୁପର, ଗ୍ଲାମୋର , ମେକଅପ କଭର କରିଛନ୍ତି ତାଙ୍କର ଲୁକ ଦେଖି ଇଣ୍ଟରନେଟରେ ହଇଚଇ ସୃଷ୍ଟି ହୋଇଯାଇଛି।

ଦିନ ମଜୁରିଆ ଜଣକ ଏତେ ଷ୍ଟାଇଲିସ୍ ଦେଖାଯିବେ ବୋଲି କେହି ଚିନ୍ତା କରି ପାରୁନଥିଲେ। ଦିନ ମଜୁରିଆଙ୍କ ନ୍ୟୁ ମେକଓଭର। ଫଟୋଗ୍ରାଫର ସରିଫ୍ ଭାଓଲିଲ ଦିନ ମଜୁରିଆଙ୍କ ଲୁକ୍କାୟିତ ପ୍ରତିଭାକୁ ଚିହ୍ନି ତାଙ୍କର ପ୍ରୋଜେକ୍ଟ ପାଇଁ ତାଙ୍କୁ ବାଛିଥିଲେ। ତାଙ୍କର ସମ୍ପୂର୍ଣ୍ଣ ମେକ୍‌ଓଭର କରି ମଡେଲ ଭାବରେ ତାଙ୍କୁ ଉପସ୍ଥାପନ କରିଛନ୍ତି। ସରିଫ ବର୍ତ୍ତମାନ ମମିକ୍ଲଙ୍କ ଫୋଟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *