ମାୟନଗରୀକୁ ହିରୋଇନ ହେବାକୁ ଆସି ହେଇଗଲେ ଦେଶର ସବୁଠୁ ବଡ଼ ରାଣୀ ମହୁମାଛି ଯାହାକୁ ଘରକୁ ଡାକିଥିଲେ ପ୍ରଧାନମନ୍ତ୍ରୀ

ଭାରତ ର ବଡ଼ ବେଶ୍ୟା । ଯିଏ ପ୍ରଧାନ ମନ୍ତ୍ରୀ ଙ୍କୁ ବିବାହ ପାଇଁ ଦେଇଥିଲେ ପ୍ରସ୍ତାବ । ମାୟା ନଗରୀ ରୁ ହିରୋଇନ ହେବାକୁ ଯାଇ ଗଢି ତୋଳିଲେ ସହର ର ସବୁ ଠାରୁ ବଡ ବେଶ୍ୟା ଲୟ। ବେଶ୍ୟା ବୃତ୍ତି ରେ ସେମିତି ଦବଦବା ରାଜନୀତି ରେ ମଧ୍ୟ ସେମିତି ଦବଦବା । ହିରୋଇନ ରୁ ବାଟ ବଦଳି ଗଲା ହୋଇ ଗଲେ ରେଡ୍ ଲାଇନ୍ ଅଞ୍ଚଳ ର ରାଣୀ ।

ଯୁବତୀ ସମୟ ରେ ଶରୀର ଉପରେ ଥିଲା ସମସ୍ତଙ୍କ ନଜର । ସ୍ବପ୍ନ ମଉଳି ଗଲା, ଛାତି ପଥର ହୋଇ ଗଲା , ଆଖି ରୁ ଲୁହ ଶୁଖି ଗଲା ମୁଁହ ଶୁଖି ଗଲା ଓ ପରେ ମେକ୍ ଅପ୍ ନେଇ ବନି ଗଲେ ରାଣୀ ମହୁମାଛି । ନାମ ହେଉଛି ଗଙ୍ଗୁ ବାଇ । ଆଜି ବି ବେଶ୍ୟା ଶାଳ ରେ ଲାଗିଛି ଫୋଟୋ । ଦେହଜୀବୀ ମାନେ ଗଙ୍ଗୁ ବାଇ କୁ ପୂଜା କରୁଛନ୍ତି । ଭାରତ ର ପ୍ରଧାନ ମନ୍ତ୍ରୀ ମଧ୍ୟ ଘରକୁ ଡାକି ଥିଲେ ଓ ସେଠାରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇ ଥିଲେ ।

କେବଳ ସେତିକି ନୁହଁ ନିଜ ସହ ହୋଇ ଥିବା ଅନ୍ୟାୟ କୁ ନେଇ ଜଣେ ବଡ଼ ଡନ ଙ୍କ ଘରେ ପହଞ୍ଚି ଯାଇ ଥିଲେ । ଗଙ୍ଗୁ ବାଇ ଙ୍କ ପ୍ରକୃତ ନାମ ଥିଲା ହରଜ୍ ବନ୍ଦ୍ ଦାସ । କାଡିଆୱାଡ ଥିଲା ତାଙ୍କ ଗ୍ରାମ ର ନାମ । ମାତ୍ର ଫିଲ୍ମ୍ ରେ ତାଙ୍କ ନାମ ଗଂଗୁ ବାଇ ରଖା ଯାଇଛି । ଯାହା ପ୍ରକୃତ ନାମ ନୁହେ । ବେଶ୍ୟା ଦୁନିଆ କୁ ଆସିବା ପରେ ଗଙ୍ଗା ନାମକୁ ଗଙ୍ଗୁ ବାଇ ନାମ ରଖିଥିଲେ । ଯାହା ଧୀରେ ଧୀରେ ହୋଇ ଗଲା କାଠିଆ ୱାଡା ।

ବାପା ତାଙ୍କ ର ପେଶା ରେ ଓକିଲ ଥିଲେ । ତାଙ୍କୁ ଫିଲ୍ମ ର ସୌକ ଥିଲା । ସେ ହେମା ମାଳିନୀ ର ଜଣେ ବହୁତ୍ ବଡ଼ ଫ୍ୟାନ ଥିଲେ । ମୁମ୍ବାଇ ଆସି ଫିଲ୍ମ ରେ ହିରୋଇନ୍ ହେବାକୁ ଚାହୁଥିଲେ ମାତ୍ର ସେ ତାଙ୍କ ବାପା ଙ୍କ ଆକାଉଣ୍ଟାଣ୍ଟ ରମଣୀ ଙ୍କ ପ୍ରେମ ରେ ପଡି ଯାଇଥିଲେ । ପରିବାର ଏହାକୁ ନେଇ ବିରୋଧ କରୁଥିଲେ । ଏହା ପରେ ଗୁଜରାଟ ରୁ ମୁମ୍ବାଇ କୁ ଦୁଇ ଜଣ ଆସିଥିଲେ । ହୋଟେଲ ରେ ରହିଲେ । ଏହା ପରେ ରମଣୀ ସେମାନଙ୍କ ପାଇଁ ଘର ଖୋଜିବାକୁ ଗଲେ । ଘର ମିଳିବା ପର୍ଯ୍ୟନ୍ତ ତାଙ୍କୁ ମାଉସୀ ଘର କହି ଛାଡ଼ି ଥିଲେ ।

ହେଲେ ତାହା କୌଣସି ମାଉସୀ ଘର ନ ଥିଲା । ଏହା ଥିଲା କାମାକ୍ଷା ପୂର ବେଶ୍ୟାଳୟ । ମୁମ୍ବାଇ ର ଏକ ରେଡ୍ ଲାଇଟ୍ ବଦନାମ୍ ଅଞ୍ଚଳ । କେବଳ ୫୦୦ ଟଙ୍କା ରେ ରମଣୀ ଙ୍କୁ ବିକ୍ରି କରି ଦେଇଥିଲେ । ଏହି ଠାରୁ ଆରମ୍ଭ ହୋଇ ଥିଲା ଗଙ୍ଗା ରୁ ଗଙ୍ଗୁ ବାଇ ର ଯାତ୍ରା । ପ୍ରଥମେ ସେ ବହୁତ ମନା କରିଥିଲେ କାନ୍ଦି ଥିଲେ । ପରେ ହାରି ଯାଇଥିଲେ । ଅଳ୍ପ ଆଲୁଅ ରେ ଅଜଣା ଲୋକ ଙ୍କ ସହିତ ଦେହ ବାଣ୍ଟିଲେ । ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହରୁ ଙ୍କୁ ବିବାହ ପ୍ରସ୍ତାବ ଦେଇ କହିଥିଲେ ମୋତେ ବିବାହ କରିଲେ ମୁଁ ବେଶ୍ୟା ବୃତ୍ତି ଛାଡ଼ି ଦେବି । ଏହାକୁ ନେଇ ନିର୍ମିତ ଫିଲ୍ମ ବର୍ତ୍ତମାନ ଚଞ୍ଚଲ୍ୟ ସୃଷ୍ଟି କରିଛନ୍ତି ।

Leave a Reply

Your email address will not be published. Required fields are marked *