ଗୋଟିଏ ମଞ୍ଚରେ ଅନୁଭବ ଓ ବାବୁଶାନ,ବାଳୁଙ୍ଗା ଟୋକା ଗୀତରେ କଲେ ଦମଦାର ଡ୍ୟାନ୍ସ,ଦେଖନ୍ତୁ ଭିଡ଼ିଓ

ସାଥିରେ କାମ କରିଲେ ଦୁଇ ସୁପର ଷ୍ଟାର । ଏକାଠି ଗୋଟିଏ ଷ୍ଟେଜ ଉପରେ ସାଙ୍ଗ ରେ ଓଲିଉଡର ଦୁଇ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବାବୁଶାନ ମହାନ୍ତି କୁ ଦେଖିବାକୁ ମିଳୁଛି । ଅନେକ ଦିନ ର ବ୍ୟବଧାନ ପରେ ଦୁହେଁ ଏକାଠି ହୋଇଛନ୍ତି । ଏଥର କୌଣସି ଝଗଡା କିମ୍ବା ବିବାଦ କରି ନାହାନ୍ତି ବୋଲି ଶୁଣିବାକୁ ମିଳିଛି । ଉଭୟ ଙ୍କୁ ଏଥର ଷ୍ଟେଜ ଶେୟାର କରୁଥିବାର ଦେଖିବାକୁ ମିଳୁଛି ।

ଯାହା ଆପଣ ତ ଜାଣିଥିବେ ଅନୁଭବ ଏବଂ ବାବୁଶାନଙ୍କ ମଧ୍ୟରେ ଗତ ନିର୍ବାଚନରେ ବିବାଦ ଦେଖା ଦେଇଥିଲା । ଅନୁଭବ ଏବଂ ବାବୁଶାନ ଦୁହେଁ ଦୁହିଁଙ୍କୁ ଟାର୍ଗେଟ କରିଥିବା କଥା ସାମ୍ନା କୁ ମଧ୍ୟ ଆସିଚି । ଅନୁଭବ ଏବଂ ବାବୁଶାନ ଙ୍କ ମଧ୍ୟରେ ଗଣ୍ଡୋଗୋଳ ହୋଇଥିବାର ମଧ୍ୟ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ର ବିଷୟ ପାଲଟି ଥିଲା କିନ୍ତୁ ଏବେ ଏହି ଦୁଇ ଅଭିନେତା ଙ୍କୁ ଷ୍ଟେଜ ଶେୟାର କରୁଥିବାର ଦେଖି ଦର୍ଶକ ଅନେକ ଖୁସି ପାଉଛନ୍ତି ।

https://youtu.be/FaZWN-CpSkk

ଜି ସାର୍ଥକ ରେ କିଛି ଦିନ ପୂର୍ବ ରୁ ଆରମ୍ଭ ହେଇଛି ଯାହା ଅନୁଭବ ଙ୍କ ଷ୍ଟେଜ ଶୋ ଅଟେ ଆଉ ଏହା ର ନାମ ‘ଦାଦାଗିରି ହୃଦୟରୁ’ ଆରମ୍ଭ ହେଇଚି । ଏହି ଶୋ’ର ଏକ ଝଲକରେ ଅନୁଭବଙ୍କ ସହ ଅଭିନେତା ବାବୁଶାନ ମହାନ୍ତି ନଜର ଆସିଛନ୍ତି ବୋଲି ଜଣ ପଢୁଛି ।

ଅନୁଭବ ଙ୍କ ଏହି ଶୋ ଟି ରେ ବାବୁଶାନଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ଦମନ’ ର ପ୍ରମୋଶନ କରିବାକୁ ଆସିଥିଲେ । ଆଉ ଏଥିରେ ଏହି ଉଭୟ କଳାକାର ଙ୍କୁ ଷ୍ଟେଜରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଏହି ଶୋ’ରେ ବାବୁଶାନ ଗୀତ ଗାଇଛନ୍ତି ଓ ଅନୁଭବ ର ସୁପର ହିଟ ହୋଇଥିବା ଗୀତ ‘ବାଳୁଙ୍ଗା ଟୋକା’ ରେ ଲୁଙ୍ଗି ପିନ୍ଧି ଡ୍ୟାନ୍ସ କରିଥିବାର ମଧ୍ୟ ନଜର ଆସିଛନ୍ତି ।

ପୂର୍ବରୁ ଦୁହିଁଙ୍କୁ ଏକାଠି କୌଣସି ଚଳଚ୍ଚିତ୍ର ଅଭିନୟ କରୁଥିବା ଦେଖି ନାହାନ୍ତି ଦର୍ଶକ । ଉଭୟ ପରସ୍ପରକୁ ନିଜ ର ଶତ୍ରୁ ବୋଲି ମାନିବା ସହ ଅନେକ ସମୟରେ ପରସ୍ପର କୁ ଟାର୍ଗେଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଦର୍ଶକ ମାନଙ୍କୁ ।

Leave a Reply

Your email address will not be published. Required fields are marked *