ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଏପରି ବହୁତ ଘଟଣା ସାମ୍ନା କୁ ଆସୁଛି ଯାହାକୁ ଦେଝିବା ଏବଂ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସେହି ଘଟଣା ଉପରେ ଅନେକ ଚର୍ଚ୍ଚା ମଧ୍ୟ କରିଥାନ୍ତି । ତେବେ ଆପଣ ମାନେ ନିଶ୍ଚିତ ଶୁଣିଥିବେ କି ବୋହୂ କୁ ତା ଶାଶୂଘର ର ଲୋକମାନେ ତାକୁ ବିଭିନ୍ନ ନିର୍ଯାତନା ଏବଂ ଅତ୍ୟାଆଚାର ଦେଇଥାନ୍ତି କେତେବେଳେ ଯୌତୁକ ପାଇଁ ତ କେତେବେଳେ କିଛି ଅନ୍ୟ କାରଣ ପାଇଁ । ତେବେ ବର୍ତ୍ତମାନ ଏକ ଏହିଭଳି ଖବର ଶୁଣିବାକୁ ମିଳିଛି ।
ଜଣେ ମହିଳା ସୋସିଆଲ ମିଡ଼ିଆ ରେ ଲାଇଭ ଆସି ନିଜର ଏକ ଭିଡିଓ ଜରିଆରେ ସାଧାରଣ ଜନତା ଙ୍କୁ ନିଜର ଦୁଃଖ କଷ୍ଟ କୁ ବର୍ଣ୍ଣନା କରିଛନ୍ତି । ତେବେ ଆସନ୍ତୁ ଏହି ବିଷୟରେ ଆଲୋଚନା କରି ନେବା । ତେବେ କଟକ ରେ ବାସ କରୁଥିବା ଏହି ମହିଳା ଜଣଙ୍କ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ତେବେ ସେହିଥିରେ ସେ କହିଛନ୍ତି କି ପ୍ରଥମେ ତ ସେ ଯେଉଁ ସ୍ଵାମୀଙ୍କୁ ବିଶ୍ୱାସ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେହି ତାଙ୍କୁ ଅଧା ରାସ୍ତାରେ ଛାଡି ଦେଇଦେଲା । ତାପରେ ତାଙ୍କ ଶାଶୂ,ଶଶୁର, ଓ ଦେଢ଼ଶୁର ମିଶିକି ତାଙ୍କ ଉପରେ ଅତ୍ୟାଆଚାର କରିବା ଆରମ୍ଭ କରିଦେଲେ । ତେବେ ସେ ସବୁ ଭଲ ହୋଇଯିବ ଏହି ଆଶା ରେ ଚୁପ ଚାପ ଥିଲେ କିନ୍ତୁ ତାହା ହୋଇ ନଥିଲା ଏବଂ ଶେଷ ରେ ତାଙ୍କୁ କୋର୍ଟ ର ସାହାର୍ଯ୍ୟ ନେବାକୁ ପଡିଥିଲା ।
ତେବେ ସେ ଏହା ମଧ୍ୟ କହୁଛନ୍ତି କି ଯେଉଁ ସବୁ କୁହାଯାଏ କି ନାରୀ ପାଇଁ ଏତେ ସବୁ ଆଇନ ନିୟମ ରହିଛି ସୁବିଧା ରହିଛି । ସେସବୁ କେବଳ କହିବା ପାଇଁ ଯେତେବେଳେ ମୁଁ ଏହାର ସାହାର୍ଯ୍ୟ ନେବାକୁ ଚାହିଁଲି ସେତେବେଳେ ଜଣା ପଡିଲା । ତେବେ ମୋ କେସ କୁ ଆଉ ଜଣଙ୍କ କେସ ସହ ଯୋଡି ଦେଲେ ଏବଂ ପୁରା ଏକ ବର୍ଷ ପରେ ତାଙ୍କ ଏଫଆଇଆର ଗ୍ରହଣ କରାଗଲା । ତେବେ ଶେଷ ରେ ସେହି ମହିଳା ଜଣଙ୍କ କହିଲେ ଯଦି ତାଙ୍କର ଏହି ସମସ୍ୟା ର ସମାଧାନ ନ ହୁଏ ତେବେ ସେ ଆତ୍ମହତ୍ୟା କରିନେବେ ।
କାରଣ ଏହି କୋଭିଡ ସମୟରେ ନିଜର ଛୋଟିଆ ଝିଅ କୁ ନେଇ ସେ କେସ ଲଢ଼ି ପାରିବେ ନାହିଁ ତେଣୁ ତାଙ୍କୁ ସାହାର୍ଯ୍ୟ କରନ୍ତୁ ନଚେତ ସେ ଆତ୍ମହତ୍ୟା କରିନେବେ । କାରଣ ସେ କହିଛନ୍ତି କି ତାଙ୍କ ଶାଶୂ ଘର ଲୋକେ ତାଙ୍କ ଉପରେ ବହୁତ ଅତ୍ୟାଚାର କରୁଛନ୍ତି ଯାହା ସହ୍ୟ କରିବା ସମ୍ଭବ ହେଉ ନାହିଁ । ତା ସହ ସେ ନିଜର ତିନି ବର୍ଷର କୁନି ଝିଅ କୁ ନେଇ ସେ କୁଆଡେ କୁଆଡେ ଯିବେ । ତେଣୁ ତାଙ୍କୁ ନ୍ୟାୟ ଦରକାର । ତେବେ ସୂଚନା ଅନୁସାରେ ଏଭଳି ଲଜ୍ୟାଜନକ ଘଟଣା କଟକ ଜିଲ୍ଲାରେ ଦେଖିବାକୁ ମିଳିଛି ।