ନିର୍ବାଚନ ନା ରେ ଚାଲିଛି ଜବରଦସ୍ତି : ଗୀତା ଛୁଇଁ କହ,ଆମକୁ ଭୋଟ ଦେବୁ,ଦେଖନ୍ତୁ ଭିଡ଼ିଓ

ଆଗକୁ ଆସୁଚି ଇଲେକ୍ସନ ଆଉ ଆରମ୍ଭ ହେବାକୁ ଯାଉଛି ସରପଞ୍ଚ ପଦବୀରେ ଛିଡ଼ା ହେବାକୁ ଯାଉଥିବା କେଣ୍ଡିଡେଡଙ୍କର ନାମାଙ୍କନ ଦାଖଲ । ଏଠୀ କିଏ ଉଚ୍ଚଶିକ୍ଷିତ ଯାଇଥିବା ବେଳେ ଆଉ କିଏ ନିଜର ଚାକିରି ଛାଡି ଆସି ନିର୍ବାଚନ ପଡ଼ୁଛି ସମସ୍ତେ ଏଠି ଶିକ୍ଷିତ । ପଞ୍ଚାୟତ ପରେ ପୁନିନାସିବ ପୌର ଲଡେଇ ଆଉ ତା ପରେ ମଜା ନଗର ନିର୍ବାଚନ ର ପାଳି ପଢିବ ଆଉ ସେତେବେଳେ ପଢୁଆ ଆଉ ମହିଳା ପ୍ରତିଦ୍ୱନ୍ଦୀକୁ ଖୋଜିବେ ରାଜନୈତିକ ଦଳ ।

ରାଜନୀତି ରେ ଦକ୍ଷ ପ୍ରାର୍ଥୀଙ୍କ ଯେତିକି ଲୋଡା ରହିଥାଏ ତା ଠାରୁ ଅଧିକ ଜଣେ ଚିହ୍ନ ଚେହେରା ଓ ଲୋକୋ ପ୍ରିୟ ମଧ୍ୟ ସେତିକି ଆବଶ୍ୟକ ମଧ୍ୟ ହେଇଥାଏ । ଆଉ ଏହି ନିର୍ବାଚନ ର ପ୍ରଚାର ପାଇଁ ଲୋକ ଅନେକ ପ୍ରକାର ର ପ୍ରଚେଷ୍ଟା କିଏ ବୁଲି ବୁଲି ପ୍ରଚାର କଲା ବେଳେ ଆଉ କିଏ ପତ୍ରିକା ବାଣ୍ଟି ପ୍ରଚାର କରିଛନ୍ତି।

ଏହିପରି ପରିସ୍ଥିତିରେ କିଛି ନେତା ଲୋକୋକୁ ଧମକାଇ ସାଧାରଣ ଲୋକଙ୍କ ପାଖରୁ ଭୋଟ ଆଦାୟ କରୁଛନ୍ତି। ଗାଁ ର ଜଣେ ଲୋକକୁ ତାଙ୍କ ଘରେ ପଶି ତାଙ୍କୁ ଭୋଟ ଦେବାକୁ ଧମକାଇ ଥିଲେ। ଆଉ ସେହି ଲୋକୋର ଦୋକାନ ମଧ୍ୟ ରେ ପଶି ତାକୁ ଭୋଟ ଦେବା ପାଇଁ ବାଧ୍ୟ କରିଥିଲେ ଓ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।

ଲୋକ ଟି କୁ ପ୍ରଥମେ ଦଳର ଲୋକୋ ଭୋଟ ଦେବାକୁ କହିଥିଲେ ଯେତେବେଳେ ସେ ମନା କରିଥିଲେ ତାଙ୍କୁ ଗୀତା ଛୁଇଁ ଶପଥ କରିବାକୁ ମଧ୍ୟ ବାଧ୍ୟ କରିଥିଲେ। ନିକିତି ଚିହ୍ନ ଆଉ ମାଛ ଚିହ୍ନରେ ଭୋଟ ଦେବାକୁ ବାଧ୍ୟ କରୁଥିଲେ। ଯାହା କି ସରପଞ୍ଚ ପର୍ଥୀ ଓ ୱାଡ଼ମେମ୍ବର ପ୍ରାର୍ଥୀ ପାଇଁ ନିବର୍ଚାନ ପାଇଁ ଥିଲା। ଆଉ ଭୋଟ ନ ଦେଲେ ଦୋକାନ ଭାଙ୍ଗି ଦେବେ ବୋଲି କହୁଥିଲେ।

Leave a Reply

Your email address will not be published. Required fields are marked *