ଶ୍ରୀଲଙ୍କାର ଏହି ସ୍ଥାନରେ ଅଛି ସ୍ୱର୍ଗକୁ ଯିବା ପାଇଁ ରାସ୍ତା !

ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଲୋକପ୍ରିୟ ଶ୍ରୀଲଙ୍କାରେ ସବୁବେଳେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ପରିବାର ସହିତ ବୁଲିବା ପାଇଁ ଏହି ସ୍ଥାନ ସ୍ବର୍ଗଠାରୁ କମ୍‌ ନୁହେଁ । ଏଠାରେ ଆପଣ ସବୁଜ ବେଳାଭୂମି ସହିତ ସହରରେ ବୁଲିବାର ମଜା ନେଇପାରିବେ । ପ୍ରକୃତି ଦେଖିବାକୁ ଅନେକ ସୁନ୍ଦର ତାସହ ମାନରୋମା ମଧ୍ୟ । ଖୋଲା ନୀଳ ଆକାଶ ଘନ ବାଦଲ ଭିତରେ କେବେ ଆପଣ ସମୟ ବିତାଇବାକୁ ଚାହିଁଛନ୍ତି କି ।

କେବେ ପ୍ରକୃତିର ସେହି ଅକୁହା କଥାକୁ ଶୁଣିବାକୁ ଚାହିଁଛନ୍ତି କି । ନିଜର ସମସ୍ତ ଚିନ୍ତାକୁ ଦୂର କରିବା ପାଇଁ କେବେ ଏହି ପ୍ରକୃତି କୋଳରେ ହଜିବାକୁ ଚାହିଁଛନ୍ତି କି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠାରେ ଆପଣ ପ୍ରକୃତି ଏବଂ ପ୍ରକୃତିର ଅନନ୍ୟ ଉପାଦାନକୁ ମନ ଖୋଲି ଉପଭୋଗ କରି ପାରିବେ । ଏହା ହେଉଛି ମର୍ତ୍ତ୍ୟ ମଣ୍ଡଳରେ ସ୍ୱର୍ଗ ର ସୁଖ ଅନୁଭବ କରି ପାରିଲା ଭଳି ସ୍ଥାନ । ଭାରତର ପଡୋଶୀ ଦେଶରେ ରହିଛି ଏଭଳି ଏକ ସୁନ୍ଦର ଏବଂ ଭୟଙ୍କର ସ୍ଥାନ ।

ଯେଉଁଠିକାର ଶୀର୍ଷରେ ପହଞ୍ଚିଲେ ଆପଣ ପ୍ରକୃତି କଣ ତାହା ବାସ୍ ଗୋଟିଏ ଝଲକରେ ବୁଝି ଯାଇ ପାରିବେ । ହେଲେ ସେଠାକୁ ପହଞ୍ଚିବାର ରାସ୍ତା ଏତେ ସହଜ ନୁହେଁ । ଏହା ଅତ୍ୟନ୍ତ ଭୟଙ୍କର ସହିତ ବିପଦ ପୂର୍ଣ୍ଣ ମଧ୍ୟ । ଏହା ହେଉଛି ଶ୍ରୀଲଙ୍କାର ଆମ୍ବୁଲୱା ଟାୱାର । ଯାହା ଶୀର୍ଷରେ ଆପଣ ଛିଡ଼ା ହେଲା ଆପଣଙ୍କୁ ଚତୁର୍ପାଶ୍ୱରେ ମେଘାଚ୍ଛନ୍ନ ଦିଶିବ ।

ଆପଣଙ୍କୁ ମନେ ହେବ ଯେପରି ଆପଣ ବାଦଲ ମାଳା ମଧ୍ୟରେ ରହିଛନ୍ତି । ଏହି ଟାୱାର କୁ ଚାରି ଆଡୁ ପର୍ବତ ମାଳା ଘେରି ରହିଛି । ଆମ୍ବୁଲୱା ଟାୱାରର ପୂର୍ବ ଦିଗରେ ପୁଡୁରୁ ତାଲାଗାଲା, ପଶ୍ଚିମରେ ମାଥାଲାଗାଲା, ଉତ୍ତରରେ ନୁକେରମ୍ ଏବଂ ଦକ୍ଷିଣ ଭାଗରେ ଶ୍ରୀପଦ ପର୍ବତ ରହିଛି । ଆମ୍ବୁଲୱା ଟାୱାର କୁ ଗୋବିଯାନା ଜେୟା ବୋଲି ମଧ୍ୟ କୁହାଯାଏ । ଏହା ୪୮ ମିଟର ଉଚ୍ଚରେ ଆକାଶ ମାର୍ଗକୁ ମୁହଁ କରି ଛିଡ଼ା ହେଉଛି । ଏବଂ ଏହା ସ୍ପାଇରାଲ୍ ଆକାରରେ ନିର୍ମାଣ କରା ଯାଇଛି ।

ଆଉ ମଧ୍ୟ ଉପରକୁ ଚଢି ଯିବା ପାଇଁ ଛୋଟ ଛୋଟ ସିଢି ନିର୍ମାଣ କରାଯାଇଛି । ଏହାକୁ ସିଂହାର ରାଜା ଚତୁର୍ଥ ଭୁବନ ଏକାବାହୁ ୧୩୪୧ ରୁ ୧୩୫୭ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା କରିଥିଲେ । ଚତୁର୍ଦ୍ଦଶ ଶତାବ୍ଦୀ ରେ ମାୟୁର ସାଣ୍ଡେଲା ଏଠାକୁ ଆସି ଏହାର ନିର୍ମାଣ ଏବଂ ଅବସ୍ଥାନ କୁ ନେଇ ଏହା ଉପରେ କବିତା ମଧ୍ୟ ଲେଖିଥିଲେ । ଯାହା ଖୁବ୍ ଲୋକପ୍ରିୟ ମଧ୍ୟ ହୋଇଥିଲା ।

ତେବେ ଏହି ଟାୱାର ସପ୍ତାହର ସାତ ଦିନ ଖୋଲା ରହିଥାଏ । ପର୍ଯ୍ୟଟକ ମାନେ ସକାଳ ୮ ରୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ ପରିଭ୍ରମଣ କରିଥାନ୍ତି । ଏଠାକୁ ଯିବା ଆସିବା କରିବା ପାଇଁ ଟିକେଟ ର ବ୍ୟବସ୍ଥା କରା ଯାଇଛି । ଏହାସହ ଯୋଗାଯୋଗର ବ୍ୟବସ୍ଥା ମଧ୍ୟ ବହୁତ ଭଲ ଭାବରେ ହୋଇଛି ।

Leave a Reply

Your email address will not be published. Required fields are marked *