ନକଲି ଭୋଟର ସାବଧାନ…….

ନିର୍ବାଚନ ହେଉଛି ଏକ ପ୍ରକ୍ରିୟା ଯାହା ଗଣତାନ୍ତ୍ରିକ ରାଷ୍ଟ୍ର ରେ ଶାସନ କୁ ସୁପରିଚାଳନା କରିବା ନିମନ୍ତେ ଲୋକମାନେ ନିଜର ପ୍ରତିନିଧି ମାନଙ୍କୁ ଚୟନ କରିଥାନ୍ତି । ଏଥିରେ ବିଭିନ୍ନ ପଦବୀ ନିମନ୍ତେ ବିଭିନ୍ନ ପ୍ରାର୍ଥୀ ମାନେ ନିର୍ବାଚନ ମଣ୍ଡଳୀ ରେ ଅଂଶ ଗ୍ରହଣ କରିଥାନ୍ତି । ବର୍ତ୍ତମାନ ରଜ୍ୟ ରେ ଚାଲିଛି ପଞ୍ଚାୟତ ନିର୍ବାଚନ । ପ୍ରାର୍ଥୀ ମାନେ ଗ୍ରାମ ଗ୍ରାମ ବୁଲି ଭୋଟ ପ୍ରାର୍ଥନା କରୁଛନ୍ତି । ଜନତା ଙ୍କ ହିତ ପାଇଁ ଗ୍ରାମ ରେ ଅନେକ କାର୍ଯ୍ୟ କରିଥାନ୍ତି । ବର୍ତ୍ତମାନ କରନା ର ସମୟ । ସମସ୍ତେ ସତର୍କତା ଅବଲମ୍ବନ କରୁଛନ୍ତି । ଏହି ସମୟ ରେ ପ୍ରାର୍ଥୀ ମାନେ ସତର୍କତା ଅବଲମ୍ବନ କରି ଗ୍ରାମ ଗ୍ରାମ ବୁଲୁଛନ୍ତି ।

ତେବେ ଆଉ ଦୁଇ ଦିନ ପରେ ପଡିବ ପ୍ରଥମ ପର୍ଯ୍ୟାୟ ମତ ଦାନ ଭୋଟ । ତେବେ ଏହା ପାଇଁ ପ୍ରସ୍ତୁତି କୁ ଜୋର ଦର କରିଛନ୍ତି ରାଜ୍ୟ ନିର୍ବାଚନ ଆୟଗ।ତେବେ ଆସନ୍ତା ୧୬ ରେ ହେବା କୁ ଥିବା ନିର୍ବାଚନ ରେ ୭୧ ଟି ବ୍ଲକ ରେ ୨୦୦ ଟି ଜିଲ୍ଲା ପରିଷଦ ଜୋନ ରେ ମତ ଦାନ ହେବ।ତେବେ ସେହି ଦିନ ୨୨,୩୭୯ ଟି ୱାର୍ଡ ଓ ୧୬୬୯ ଟି ପଂଚାୟତ ରେ ମତ ଦାନ ଗ୍ରହଣ କରା ଯିବ। ଯେଉଁ ଥିରେ ସାମିଲ ହେବେ ୬୭ ଲକ୍ଷ୍ୟ ୫୧ ହଜାର ଭୋଟର ।ତେଣୁ ଆସନ୍ତା କାଲି ୧୧ ଟି ଜିଲ୍ଲା ର ବୋଥ କୁ ଯିବେ ପୋଲିଙ୍ଗ ପାର୍ଟି।ବାକି ମଙ୍ଗଳବାର ଆଉ ୧୯ ଟି ଜିଲ୍ଲା ର ବୋଥ କୁ ଯିବେ ପୋଲିଙ୍ଗ ପାର୍ଟି।

ତେବେ ସେପଟେ ପ୍ରଚାର ଥମିବା ପରେ ରାଜନୀତିକ ଦଳ ର ନେତା ଆଉ ଅନ୍ୟ ପ୍ରାଥୀ ମାନେ ସେହି ଅଞ୍ଚଳ ରେ ରାହି ପାରିବେ ନାହିଁ । ତେଣେ ପେକ ଭୋଟର ଙ୍କ ଉପରେ ମଧ୍ୟ କଡା ନଜର ରଖା ଯିବ।ତେବେ ସେହି ଫେକ ଭୋଟର ଙ୍କୁ ଚେଲଞ୍ଜ୍ ଦେବା ଲାଗି ରହିବ ଚେଲେଞ୍ଜ୍ ଭୋଟ ଓ ଟେଣ୍ଡର ଭୋଟ ର ବ୍ୟବସ୍ତା।ଯଦି ମତଦନ୍ ସମୟ ରେ ଭୋଟର ଉପରେ କୌଣସି ବ୍ ସନ୍ଦେହ ଆସେ ତେବେ ଦୁଇ ଟଙ୍କା ଦେଇ ତାଙ୍କ ପରିଚୟ କୁ ଚେଲେଞ୍ଜ୍ କରି ପାରିବେ।

ତେବେ ରହି ଥିବା ପ୍ରିଜାଇଙ ଅଫିସର୍ ମାନେ ତାକୁ ସେହି ସ୍ଥାନ୍ ରେ ଜାଞ୍ଚ କରିବେ।ତେବେ ଯଦି ଅଭିେଯାଗ ସତ ହୁଏ ତେବେ ପୋଲିସ କୁ ଜିମା ଦେବେ ଆଉ ମିଛ ହୋଇ ଥିଲେ ସେ ଭୋଟ ଦେଇ ପାରିବେ ।ତେବେ ଯଦି କୌଣସି ଭୋଟର ବୁଥ ରେ ପହଂଚି ବା ବେଳେ ତାଙ୍କ ଭୋଟ ଯଦି ଅନ୍ୟ କେହି ଦେଇ ସାରି ଥିବେ ତେବେ ସେହି କ୍ଷେତ୍ର ରେ ପକୃତ ଭୋଟର ଙ୍କୁ ଭୋଟ ପାଇଁ ଅନୁମତି ଦିଆ ଯିବ।ଆଉ ସେହି ଵାଲାଟ ପେପର କୁ ଅଲଗା ରଖା ଯିବ।

ଦୁଇ ଦିନ ପରେ ନିର୍ବାଚନ ରହି ଥିବା ରୁ ଗତ କାଲି ସନ୍ଧ୍ୟା ୭ ଟା ପରେ ପ୍ରଚାର ବନ୍ଦ ରହିବ । ତେଣୁ ଏବେ ପ୍ରଚାର ଜୋର ଧରିଛି। ଅନେକ ଜିଲ୍ଲା ରେ ପ୍ରାଥୀ ମାନେ ବୁଲି ବୁଲି ଭୋଟ ମାଗୁଛନ୍ତି ଆଉ ତାଙ୍କ ପାଇଁ ଅନେକ ନେତା ଅଭିନେତା ମାନେ ମଧ୍ୟ ବୁଲି ବୁଲି ପ୍ରଚାର କରୁଛନ୍ତି।ଏଥିରେ ବହୁତ ଚର୍ଚ୍ଚିତ ଓଡ଼ିଆ ଅଭିନେତା ଅ ଅଭିନେତ୍ରୀ ମାନେ ପ୍ରଚାର କୋରିବା ରେ ମଧ୍ୟ ନଜର କୁ ଆସିଛି।

Leave a Reply

Your email address will not be published. Required fields are marked *