ଭଦ୍ରକରେ ବିଜେଡି ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ବର୍ଷା ପ୍ରିୟଦର୍ଶିନୀ

ନିର୍ବାଚନ ହେଉଛି ଏକ ପ୍ରକ୍ରିୟା ଯାହା ଗଣତାନ୍ତ୍ରିକ ରାଷ୍ଟ୍ର ରେ ଶାସନ କୁ ସୁପରିଚାଳନା କରିବା ନିମନ୍ତେ ଲୋକମାନେ ନିଜର ପ୍ରତିନିଧି ମାନଙ୍କୁ ଚୟନ କରିଥାନ୍ତି । ଏଥିରେ ବିଭିନ୍ନ ପଦବୀ ନିମନ୍ତେ ବିଭିନ୍ନ ପ୍ରାର୍ଥୀ ମାନେ ନିର୍ବାଚନ ମଣ୍ଡଳୀ ରେ ଅଂଶ ଗ୍ରହଣ କରିଥାନ୍ତି । ବର୍ତ୍ତମାନ ରଜ୍ୟ ରେ ଚାଲିଛି ପଞ୍ଚାୟତ ନିର୍ବାଚନ । ପ୍ରାର୍ଥୀ ମାନେ ଗ୍ରାମ ଗ୍ରାମ ବୁଲି ଭୋଟ ପ୍ରାର୍ଥନା କରୁଛନ୍ତି । ଜନତା ଙ୍କ ହିତ ପାଇଁ ଗ୍ରାମ ରେ ଅନେକ କାର୍ଯ୍ୟ କରିଥାନ୍ତି । ବର୍ତ୍ତମାନ କରନା ର ସମୟ । ସମସ୍ତେ ସତର୍କତା ଅବଲମ୍ବନ କରୁଛନ୍ତି । ଏହି ସମୟ ରେ ପ୍ରାର୍ଥୀ ମାନେ ସତର୍କତା ଅବଲମ୍ବନ କରି ଗ୍ରାମ ଗ୍ରାମ ବୁଲୁଛନ୍ତି ।

ବର୍ତ୍ତମାନ ଚାଲିଛି ପଞ୍ଚାୟତ ନର୍ବାଚନ । ଭୋଟ ପାଇଁ ସମସ୍ତ ପ୍ରାର୍ଥୀ ଭୋଟ ପାଇଁ ପ୍ରଚାର କରୁଛନ୍ତି । କିପରି ଅଧିକ ରୁ ଅଧିକ ଭୋଟ ହାସଲ କରି ଜୟଯୁକ୍ତ ହେବେ ଏ ନେଇ ସମସ୍ତେ ପ୍ରଚେଷ୍ଟା ଚଳାଇଛନ୍ତି । ତେବେ ଭଦ୍ରକ ବ୍ଲକ ର ସରପଞ୍ଚ ପ୍ରତିନିଧି ସେ ପ୍ରଚାର ପାଇଁ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆଣିଥିଲେ । ଗ୍ରାମ ଗ୍ରାମ ବୁଲି ସରପଞ୍ଚ ପ୍ରତିନିଧି ଙ୍କ ସହିତ ପ୍ରଚାର କରିଥିଲେ । ମିଡ଼ିଆ ରେ ମୁଖ୍ୟମନ୍ତ୍ରୀ ଙ୍କ ବିଷୟ ରେ ମତାମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀ ।

ପ୍ରତ୍ୟେକ ଜାଗା ରେ ସେ ନିଜକୁ ପ୍ରମାଣିତ କରିଛନ୍ତି । ସେ ଜଣେ ଅପ୍ରତିଦ୍ଵନ୍ଦୀ ମୁଖ୍ୟମନ୍ତ୍ରୀ । ଦୀର୍ଘ ବର୍ଷ ର ଶାସନ କାଳ ରେ ସେ ନିଜକୁ ପ୍ରମାଣ କରିଛନ୍ତି । ତାଙ୍କ ଶାସନ କାଳ ରେ ଓଡ଼ିଶା ର ପ୍ରଗତି ପାଇଁ ତାଙ୍କ ର ଯେଉଁ ଅବଦାନ ରହିଛି ତାହା ଅତୁଳନୀୟ । ନବୀନ ପଟ୍ଟନାୟକ ଙ୍କ କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ଭଲ ପାଆନ୍ତି ତାଙ୍କୁ ସମ୍ମାନ ଦିଅନ୍ତି । ତାଙ୍କୁ ହି ଭୋଟ ଦିଅନ୍ତି ।

ମୁଁ ନବୀନ ପଟ୍ଟନାୟକ ଙ୍କୁ ସମ୍ମାନ ଦିଏ ଭଲ ପାଇବା ରହିଛି ସେଥି ପାଇଁ ଏହି ପ୍ରଚାର ରେ ସାମିଲ ହୋଇଛି । ବିପୁଳ ମାତ୍ରା ରେ ଜନ ସମର୍ଥନ ମଧ୍ୟ ରହିଛି । ଭଦ୍ରକ ମାଟି ର ମଣିଷ ଖୁବ୍ ସୁନ୍ଦର । ସେମାନଙ୍କ ବ୍ୟବହାର ମୋତେ ଭଲ ଲାଗିଛି । ହସ ହସ ମୁହଁ ମୋ ମନ କୁ କିଣି ପାରିଛି । ତେବେ ଏହିପରି ଭାବରେ ବର୍ଷା ମିଡ଼ିଆ ରେ ନିଜର ମନ୍ତବ୍ୟ ରଖିଥିଲେ । ବିଜେଡ଼ି କୁ ସେ ବିପୁଳ ମାତ୍ରା ରେ ସମର୍ଥନ କରୁଛନ୍ତି । ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *