ରାସନ କାର୍ଡ ଥିଲେ ଖୁସି ଖବର,ସମସ୍ତଙ୍କୁ ମିଳିବ ଟଙ୍କା,ମାଗଣା ଚାଉଳ ଗହମ…….

ଭାରତ ସରକାର ବର୍ତମାନ ନାନା ପ୍ରକାର ସୁବିଧା ସୁଯୋଗ କରିଦେଉଛନ୍ତି ଭାରତ ବାସୀ ଙ୍କ ପାଇଁ । ଅନେକ ସ୍କିମ୍ମ କରିଦେଉଛନ୍ତି ଯେଉଁ ଥିରେ ଅନେକ ପଛୁଆ ବର୍ଗ ର ଲୋକ ମାନଙ୍କୁ ପଇସା ମଧ୍ୟ ମିଳୁଛି । ତେବେ ଏହା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ତରଫ ରୁ ଅନେକ ପ୍ରକାର ସ୍କିମ୍ ଆସିଥାଏ । ତେବେ ଅନେକ ସମୟ ରେ ଉଭୟ ସରକାର ଜନତା ଙ୍କ ସାହାଯ୍ୟ ପାଇଁ ବ୍ୟାଙ୍କ୍ ରେ ଖାତା ଖୋଲାଇଥାନ୍ତି ଓ ସେହି ଖାତା ରେ ସେମାନଙ୍କ ସ୍କିମ୍ ଅନୁସାରେ ପ୍ରତ୍ୟେକ ଙ୍କୁ କିଛି କିଛି ପଇସା ଦେଇଥାନ୍ତି ।

ତେବେ ସେହି ସ୍କି ମ୍ ର ଅଧିକୃତ ହେବା ପାଇଁ କିଛି କିଛି କ୍ରାଇଟରିଆ ରହିଥାଏ ଯାହାକୁ ସେହି ଅନୁସାରେ ଠିକ୍ ଠିକ୍ ଫିଲ ଅପ୍ କରିବାକୁ ପଡ଼ିଥାଏ । କିଛି କିଛି କାଡ ଦରକାର ହୋଇଥାଏ ସେହି ସୁବିଧା ପାଇବା ପାଇଁ । ଯେପରି କି ସରକାର ଙ୍କ ଦ୍ଵାରା ପ୍ରଣୀତ ପାନ୍ କାଡ଼ , ଆଧାର କାଡ , ରାସନ କାର୍ଡ ଇତ୍ୟାଦି ।

ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମଧ୍ୟରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ବର୍ଷ ପାଇଁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବ ହିତାଧିକାରୀ ଙ୍କୁ ଚାଉଳକାର୍ଡ ପିଛା ୫ କିଲୋ ମାଗଣାରେ ଯୋଗାଇ ଦେବାକୁ ନୂତନ ବର୍ଷ ରେ ଅଭିନନ୍ଦନ ଭାବେ ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮୦.୨୬ ଲକ୍ଷ ପରିବାରର ୨.୮୬ କୋଟି ଲୋକ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୧୨.୫୯ ପରିବାରର ୩୮.୬୪ ଲକ୍ଷ ଲୋକ ଓ ରାଜ୍ୟ ଖାଦ୍ୟ ଯୋଜନାରେ ୧.୧୬ ଲକ୍ଷ ପରିବାରର ୩.୭୮ ଲକ୍ଷ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ତେବେ ଏହି ଯୋଜନା ଅଧୀନରେ ସରକାର ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ମାଗଣାରେ ୫ କିଲୋ ଖାଦ୍ୟ ପୋଷଣ ଯୋଗାଇଥାନ୍ତି । ତେବେ ଏହି କ୍ୟାବିନେଟ ବୈଠକ ପରେ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁନେଲ୍ ଠାକୁର୍ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅର୍ଥାତ୍ ୪ ମାସ ବୃଦ୍ଧି କରିଛନ୍ତି ବୋଲି ଘୋଷଣା କରିଛନ୍ତି ।

ସେ ଏଥିରେ ଆହୁରି କହିଛନ୍ତି ଏହି ଯୋଜନା ପାଇଁ ଅତିରିକ୍ତ ୫୩ ହଜାର ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ସେ କହିଛନ୍ତି ଯେ ଏହି ସମ୍ପ୍ରସାରଣ ସହିତ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ମୋଟ୍ ମୂଲ୍ୟ ପ୍ରାୟ ୨.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ।

ତେବେ କୋଭିଡ୍ ୧୯ ମହାମାରୀ ହେତୁ ସୃଷ୍ଟି ହୋଇଥିବା ସଂକଟର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାକୁ ପ୍ରଥମେ ୩ ମାସ ପାଇଁ ପ୍ରଦାନ କରାଯାଇଥିଲା ପରେ ଏହି ସଂକଳ୍ପ ଜାରୀ ରହିବାରୁ ଏହି କାର୍ଯ୍ୟକ୍ରମକୁ ଆଉ ୫ ମାସ ପାଇଁ ବୃଦ୍ଧି କରାଯାଇଥିଲା । ତେବେ ଏହି ଯୋଜନା ରେ ହିତାଧିକାରୀ ଙ୍କୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମାଗଣା ରାସନ ମିଳିବ ।

Leave a Reply

Your email address will not be published. Required fields are marked *