ଆଖି ମାରି ଫସିଗଲେ ବିଜେଡି ପ୍ରାର୍ଥୀ ! ପ୍ରଚାର ପାଇଁ ଯାଇଥିବା ସମୟରେ କଲେ ଏମିତି କାମ………

ନିର୍ବାଚନ ହେଉଛି ଏକ ପ୍ରକ୍ରିୟା ଯାହା ଗଣତାନ୍ତ୍ରିକ ରାଷ୍ଟ୍ର ରେ ଶାସନ କୁ ସୁପରିଚାଳନା କରିବା ନିମନ୍ତେ ଲୋକମାନେ ନିଜର ପ୍ରତିନିଧି ମାନଙ୍କୁ ଚୟନ କରିଥାନ୍ତି । ଏଥିରେ ବିଭିନ୍ନ ପଦବୀ ନିମନ୍ତେ ବିଭିନ୍ନ ପ୍ରାର୍ଥୀ ମାନେ ନିର୍ବାଚନ ମଣ୍ଡଳୀ ରେ ଅଂଶ ଗ୍ରହଣ କରିଥାନ୍ତି । ବର୍ତ୍ତମାନ ରଜ୍ୟ ରେ ଚାଲିଛି ପଞ୍ଚାୟତ ନିର୍ବାଚନ । ପ୍ରାର୍ଥୀ ମାନେ ଗ୍ରାମ ଗ୍ରାମ ବୁଲି ଭୋଟ ପ୍ରାର୍ଥନା କରୁଛନ୍ତି । ଜନତା ଙ୍କ ହିତ ପାଇଁ ଗ୍ରାମ ରେ ଅନେକ କାର୍ଯ୍ୟ କରିଥାନ୍ତି । ବର୍ତ୍ତମାନ କରନା ର ସମୟ । ସମସ୍ତେ ସତର୍କତା ଅବଲମ୍ବନ କରୁଛନ୍ତି । ଏହି ସମୟ ରେ ପ୍ରାର୍ଥୀ ମାନେ ସତର୍କତା ଅବଲମ୍ବନ କରି ଗ୍ରାମ ଗ୍ରାମ ବୁଲୁଛନ୍ତି । ଏହି ସମୟ ରେ ଏକ ଖବର ଆସି ପହଞ୍ଚିଛି ଆମ ନିକଟ ରେ ।

ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରୁ ଏକ ଖବର ଆସି ପହଞ୍ଚିଛି ଆମ ନିକଟ ରେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପଞ୍ଚାୟତ ପ୍ରଚାର ପାଇଁ ଜଣେ ବିଜେଡ଼ି ପ୍ରାର୍ଥୀ ଯାଇଥିଲେ । ପ୍ରଚାର ସମୟ ରେ ଜଣେ ମହିଳା ଙ୍କୁ ପ୍ରାର୍ଥୀ ଜଣଙ୍କ ଆଖି ମାରିଥିଲେ । ଏହି ବିଷୟ କୁ ନେଇ ମହିଳା ଥାନା ରେ ଅଭିଯୋଗ କରିଥିଲେ । ତେବେ ଘଟଣା ଟି ହେଉଛି ଚୁଡାଖୁଣ୍ଟି ପଞ୍ଚାୟତ ବାଙ୍ଖାଡିଆ ଗାଁରେ ବିଜେଡି ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରୁଥିଲେ । ଯାଉ ଯାଉ ଜଣେ ମହିଳା ଙ୍କ ଘରେ ଭୋଟ ପାଇଁ ଭିକ୍ଷା ମାଗିଥିବା ସମୟ ରେ ମହିଳା ଙ୍କୁ ଆଖି ମାରି ଥିଲେ ।

ମହିଳା ଜଣଙ୍କ ଆଖି ମାରିବାର କାରଣ ପଚାରିବାରୁ ପ୍ରାର୍ଥୀ ଜଣଙ୍କ ତାଙ୍କୁ ନାନା ପ୍ରକାର ର ଗାଳି ଗୁଲଜ କରିଥିଲେ । ଏହା ସହିତ ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ମିଡ଼ିଆ ରେ ସାମ୍ନା ରେ ମହିଳା ଜଣଙ୍କ କହିଥିଲେ ସେ ପ୍ରାର୍ଥୀ ଜଣଙ୍କ ଏଠାକୁ ପ୍ରଚାର କରିବାକୁ ଆସିଥିଲେ । ଘର ବାଡ଼ି ରେ ସବୁ ସ୍ତ୍ରୀ ଲୋକ ଠିଆ ହୋଇ ଥିଲେ । ପ୍ରାର୍ଥୀ ଆମ ଘର ପାଖରେ ଠିଆ ହୋଇ ଥିବାରୁ ମୁଁ ବାହାରକୁ ଆସି ଦେଖିଲି କିଏ ଠିଆ ହୋଇଛନ୍ତି । ଘରୁ ବାହାରି ଆସି ଦେଖିବା ସମୟ ରେ ସେ ଆଖି ମାରିଲେ ।

ମୁଁ ତାଙ୍କୁ ପଚାରିବାରୁ ଅନେକ ଗାଳି ଗୁଲଜ କରିଲେ । ମୁଁ ତାଙ୍କୁ ପୋଲିସ ରେ ଦେବି କହିବାରୁ ମୋର ଭାଇ ପୋଲିସ୍ ରେ ଅଛି କଣ କରିବୁ ମୁ ବି ଦେଖିବି ଏହି ପରି କହି ଧମକାଇ ଥିଲେ । ମୋର ପରିବାର ର କାହାକୁ ବି ଛାଡ଼ି ବେ ନାହି ବୋଲି କହିଥିଲେ । ପରେ ବିଜେଡ଼ି ଲୋକ ମୋତେ ଘର ଭିତରେ ପସାଇ ଘରୁ ନ ବାହାରିବାକୁ ମନା କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *