ସାପ ଧରିବା ସମୟରେ ଦଂଶନ କଲା ସାପ,ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ‘ସାପ’ ନାଁଟି ଶୁଣିଲା ମାତ୍ରେ ଛାତିରେ ଛନକା ପଶିଯାଏ । ଏହି ଜନ୍ତୁ ଦେଖିବାକୁ ଯେତିକି ସୁନ୍ଦର ସେତିକି ବିପଦଜନକ ମଧ୍ୟ । ତଥାପି ଆମ ଦେଶରେ ଆଜି ମଧ୍ୟ ସାପକୁ ପୂଜା କରାଯାଏ । ପୁରାଣ ଓ କାଳ୍ପନିକ କାହାଣୀରେ ସାପର ବର୍ଣ୍ଣନା କରାଯାଇଛି। ବିଶେଷ କରି ଭଗବାନ ଶିବ, ଶ୍ରୀକୃଷ୍ଣଙ୍କ କାହାଣୀରେ ବାସୁକି, କାଳିଆ ନାଗ, ଅନନ୍ତ ନାଗ ଓ ନାଗ ଫାଶ ଭଳି ଶବ୍ଦ ବ୍ୟବହାର କରାଯାଇଛି । ଏହି ସାପର ଦଂଶନ ଫଳରେ ବର୍ଷକୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି ।

ଆଉ ସେହି ମୃତ୍ୟୃ ମାମଲାରେ ଭାରତର ସ୍ଥାନ ସବୁଠୁ ଶୀର୍ଷରେ ରହିଛି । ଏକ ରିପୋର୍ଟ ଅନୁଯାୟୀ ଆମ ଦେଶରେ ପ୍ରାୟ ୩୦୦ ପ୍ରଜାତିର ସାପ ମିଳନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୬୦ଟି ସାପ ବିଷଧର । ସେଥିରୁ ମାତ୍ର ଏପରି ୧୦ଟି ସାପ ଅଛନ୍ତି ଯେଉଁମାନଙ୍କ ଦଂଶନରେ ମଣିଷର ମୃତ୍ୟୁ ଆଶଙ୍କା ଅଧିକ । ସେହି ମାରାତ୍ମକ ସାପମାନଙ୍କ ମଧ୍ୟରେ ଅହିରାଜ, ନାଗ, ବୋଡା, ଚିତି ଓ ସମୁଦ୍ର ସାପ ଅନ୍ୟତମ ।

ଅହିରାଜ ଘଞ୍ଚ ଜଙ୍ଗଲରେ ବାସ କରୁଥିବା ବେଳେ ଅନ୍ୟାନ୍ୟ ସାପ ପ୍ରାୟ ମଣିଷ ବସବାସ କରୁଥିବା ଅଞ୍ଚଳରେ ଦେଖାଯାଆନ୍ତି । ତେଣୁ ପ୍ରତିଦିନ ଏମାନେ ମଣିଷ ହାବୁଡରେ ପଡନ୍ତି ଓ ତାଙ୍କ ପାଇଁ ବିପଦ ସୃଷ୍ଟି କରନ୍ତି । ସାଧାରଣତଃ ସାପ ନିଜର ଖାଦ୍ୟ ପାଇଁ ଶିକାର କରିବା ପାଇଁ ହେଉ କିମ୍ବା ନିଜକୁ ରକ୍ଷା କରିବା ପାଇଁ ଦଂଶନ କରିଥାଏ ।

ଅନେକ ସମୟରେ ବିଷଧର ସାପ ମାନଙ୍କୁ ଉଦ୍ଧାର କରାଯିବାର ଦୃଶ୍ୟ ଆପଣ ମାନେ ଦେଖିବାକୁ ପାଇଥିବେ । ସାପ ମାନେ ଅନେକ ସମୟରେ ଘରକୁ ପଶି ଆସିଥାନ୍ତି , ଯାହା ଆମମାନଙ୍କ ପାଇଁ ବଡ ବିପଦର କାରଣ ହୋଇଥାଏ । କିନ୍ତୁ ବର୍ଷା ଦିନେ ସାପ ମାନେ ଘରକୁ ଅଧିକ ମାତ୍ରାରେ ପଶି ଆସିଥାନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷିତ ସାପ ଧରାଳି ମାନେ ଆସିଥାନ୍ତି ଏବଂ ସୁରକ୍ଷିତ ଭାବରେ ତାଙ୍କୁ ଉଦ୍ଧାର କରିଥାନ୍ତି । ଆଉ ସେହି ଉଦ୍ଧାର କରାଯାଇଥିବା ସାପ ଗୁଡ଼ିକୁ ପରେ ସୁରକ୍ଷିତ ସ୍ଥାନରେ ଅର୍ଥାତ୍ ଜଙ୍ଗଲରେ ଛାଡ଼ି ଦିଆ ଯାଇଥାଏ ।

ସେଥିପାଇଁ ତ ସାପକୁ ଧରିବା ପାଇଁ ସାପ ଧରାଳି ମାନଙ୍କୁ ଉପଯୁକ୍ତ ତାଲିମ୍ ଦିଆ ଯାଇଥାଏ । ତେବେ ସାପ କୁ ଦେଖିଲେ ହଠାତ୍ ଲୋକମାନେ ଭୟଭୀତ ହୋଇଯାଇଥାନ୍ତି । କାରଣ ସାପ ଗୁଡିକ ହଠାତ୍ ସାମ୍ନାକୁ ଆସିଯାଇଥାନ୍ତି । ଏହା ମଧ୍ୟ ସ୍ଵାଭାବିକ ସାପ ଗୁଡିକ ଅନେକ ସମୟରେ ଭୟଙ୍କର ହୋଇଯାଆନ୍ତି ଏବଂ କାମୁଡିବାକୁ ଗୋଡ଼ାଇ ଥାଆନ୍ତି । ବିଷଧର ସାପ ଗୁଡ଼ିକର ଦଂଶନ ମାତ୍ରକେ ଜୀବନ ଚାଲିଯିବାର ସମ୍ଭାବନା ଅଧିକ ମଧ୍ୟ ରହିଥାଏ । ସେଥିପାଇଁ ସର୍ବଦା ସଚେତନ ରହିବା ଅତ୍ୟନ୍ତ ଜରୁରୀ ଅଟେ ଆଉ ମଧ୍ୟ ଘରର ପରିପାର୍ଶ୍ୱ ସର୍ବଦା ସଫା ରଖିବା ଆବଶ୍ୟକ । ବିଶେଷ କରି ବର୍ଷା ଦିନ ମାନଙ୍କରେ ।

Leave a Reply

Your email address will not be published. Required fields are marked *