ସୋନାଲୀଙ୍କ ପରିବାର ମୋ ପୁଅକୁ କୁକୁର ପରି ବ୍ୟବହାର କରୁଥିଲେ,ଆଉ ବାରମ୍ବାର କହୁଥିଲେ “ତୁ ମରିକି ଦେଖା”,”ଭୋକିଲା କୁକୁର ମରିବନି”

ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁକୁ ୧୧ ଦିନ ହୋଇଗଲାଣି, ତଥାପି ଜଣେ ମା’ର କାନ୍ଦ କ’ଣ ପୋଲିସ୍‌କୁ ଶୁଭୁ ନାହିଁ ? ସୋନାଲିକୁ ଗିରଫ କରିବା ପାଇଁ ଯଥେଷ୍ଟ ପ୍ରମାଣ ରହିଛି । ତଥାପି ପୋଲିସ୍‌ ତାକୁ ଗିରଫ କରୁନାହିଁ । ଆଜିକୁ ୧୧ ଦିନ ହେଲାଣି ପୁଅକୁ ନ୍ୟାୟ ମିଳିପାରିଲା ନାହିଁ । କ’ଣ କରୁଛି ପୋଲିସ୍‌ ? ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ମୃତ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମା’ । ତେବେ ସୂଚନା ମୁତାବକ ପ୍ରେମରେ ଧୋକା ଖାଇ ରାଜଧାନୀ ଭୁବନେଶ୍ୱରର ଯୁବ ମଡେଲର୍‌ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ ।

ଆଉ ଏପଟେ ତାଙ୍କ ମୃତ୍ୟୁକୁ ୧୧ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ।  ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଭାବରେ ସେ ତାଙ୍କ ମୃତ୍ୟୁ ପାଇଁ ସେ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଛନ୍ତି । ସୌମ୍ୟଙ୍କ ପରିବାର ଲୋକ ମଧ୍ୟ ପୁଅର ଆତ୍ମହତ୍ୟା ପଛରେ ସୋନାଲିଙ୍କ ହାତ ଥିବା ଅଭିଯୋଗ କରି ଆସିଛନ୍ତି ।

ହେଲେ ପୋଲିସ୍‌ ସୋନାଲିଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଯାହାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ପୋଲିସ୍‌ ତଦନ୍ତ ପ୍ରକ୍ରିୟାରେ ପ୍ରଶ୍ନ ଉଠାଇବା ସହ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୌମ୍ୟଙ୍କ ମା’ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି, ‘ଏପର୍ଯ୍ୟନ୍ତ କ’ଣ କରୁଛି ପୋଲିସ୍‌ ? କାହିଁକି ତଦନ୍ତ ଅବହେଳା ହେଉଛି ? ମରିବା ପୂର୍ବରୁ ସୌମ୍ୟ ସୋନାଲି ଓ ତାଙ୍କ ମା’ଙ୍କୁ ଫୋନ୍‌ କରିଥିଲେ । ଯଦି ସେମାନେ ଏହି କଥା ମୋତେ ଜଣାଇଥାନ୍ତେ, ତା’ହେଲେ ଆଜି ମୋ ପୁଅ ବଞ୍ଚି ଯାଇଥାନ୍ତା । ତେବେ ସୋନାଲି ସବୁ ଜାଣି ମଧ୍ୟ ମୋତେ କିଛି ଜଣାଇଲା ନାହିଁ । ଉଭୟ ସୋନାଲି ଓ ତାଙ୍କ ମା’ ଦୋଷୀ । ମୋ ପୁଅକୁ ସୋନାଲି ଆଉ ତାର ମା କୁକୁର ଭଳିଆ ବ୍ୟବହାର କରୁଥିଲେ ।

ଯାହାକି ଭାଇରାଲ ହୋଇଥିବା ଅଡିଓ ରେକଡ଼ିଂ ରେ ସ୍ପଷ୍ଟ ଭାବରେ ଜଣା ପଡ଼ି ଯାଉଛି । ସୌମ୍ୟ ସୁଇସାଇଡ୍‌ ନୋଟ୍‌ରେ ଯାହାସବୁ ଲେଖିଛି, କେବଳ ତାକୁ ହିଁ ଆଧାର କରି ପୋଲିସ୍‌ ସୋନାଲିକୁ ଗିରଫ କରି ପାରିଥାନ୍ତେ । ହେଲେ ଏଯାଏଁ ସୋନାଲିକୁ ଗିରଫ କରାଯାଇ ନାହିଁ । ସେ ଏପର୍ଯ୍ୟନ୍ତ କେଉଁଠି ଲୁଚି ରହିଛି ତାହା ମଧ୍ୟ ଜଣା ପଡିନାହିଁ । ଆଜି ମୋର କୋଳ ଶୂନ୍ୟ ହୋଇଯାଇଛି ।

ଆଉ ମୁଁ ଚାହୁଁ ନାହିଁ କି ଏଭଳି ଘଟଣା ଆଉ କେଉଁଭି ମାଆ ସହିତ ଭବିଷ୍ୟତରେ ଘଟୁ । ଆଉ ପୋଲିସ୍‌ ଯଦି ଯଥା ଶୀଘ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ମୁଁ ଥାନା ସାମ୍ନାରେ ଆତ୍ମାହୁତି ଦେବି।’ ସେପଟେ ଏଭଳି ଖବର ପ୍ରକାଶ ପାଇବା ସତ୍ବେ ମଧ୍ୟ ସୌମ୍ୟଙ୍କ ମା’ଙ୍କ ଏହି ଅଭିଯୋଗ ଉପରେ ସୋନାଲି କିମ୍ବା ତାଙ୍କ ମା’ଙ୍କର କୌଣସି ଭି ପ୍ରତିକ୍ରିୟା ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *