ଇଏ ଏମିତି ଏକ ପକ୍ଷୀ ଯିଏ କେବଳ ବର୍ଷା ପାଣି ହିଁ ପିଇଥାଏ,ଜାଣିଛନ୍ତି ସେ ପକ୍ଷୀ କିଏ ?

ଯେକୋବିନ କୋଇଲି (Jacobin Cuckoo) ଅର୍ଥାତ୍ ଚାତକ ଭାରତରେ ଭାଗ୍ୟଶାଳୀ ପକ୍ଷୀ ଭାବରେ ଦେଖାଯାଏ। ଚାତକ ଏପରି ଏକ ପକ୍ଷୀ ଯାହା କେବଳ ବର୍ଷା ପାଣି ପିଏ। ଭାରତୀୟ ସାହିତ୍ୟରେ ଏହା କେବଳ ବର୍ଷାର ପ୍ରଥମ ବୁନ୍ଦା ପିଏ ବୋଲି ବିଶ୍ୱାସ କରାଯାଏ।

ଦୁଇ ଅଲଗା ଶ୍ରେଣୀର ପକ୍ଷୀ।

ଯଦି ଏହି ପକ୍ଷୀକୁ ଏକ ଶୁଦ୍ଧ ଜଳର ହ୍ରଦରେ ପକେଇଦିଆଯାଏ ତଥାପି ସେ ସେଥିରୁ ପାଣି ପିଇବ ନାହିଁ। ଭାରତରେ ଚାତକର ଦୁଇଟି ଶ୍ରେଣୀ ଅଛି। ଜଣେ ଦକ୍ଷିଣ ଭାଗର ନିବାସୀ ଏବଂ ଆଉ ଜଣେ ମୌସୁମୀ ପବନ ସହିତ ଆରବ ସାଗରକୁ ପାର୍ କରି ଆଫ୍ରିକାରୁ ଉତ୍ତର ଏବଂ ମଧ୍ୟ ଭାରତ ପର୍ଯ୍ୟନ୍ତ ନିଜର ପଥ ନିର୍ଣ୍ଣୟ କରୁଥିବା ପକ୍ଷୀ।

ଚାତକ ପକ୍ଷୀ ଅଟନ୍ତି ମୁଖର।

ଏହାର ବୈଜ୍ଞାନିକ ନାମ ହେଉଛି କ୍ଲାମେଟର ଯେକୋବିନସ (Clamator Jacobinus)। କ୍ଲାମେଟରର ଅର୍ଥ ହେଉଛି ଚିତ୍କାର କରିବା ଅର୍ଥାତ୍ ଏକ ପକ୍ଷୀ ଯାହା ଅତ୍ୟନ୍ତ ମୁଖର ଅଟେ। ଏହି ପକ୍ଷୀମାନେ କୀଟଭକ୍ଷକ ଅଟନ୍ତି ଯାହାର ଅର୍ଥ ହେଉଛି ସେମାନେ କିତପଟଙ୍ଗ (Locust Beetles) ଖାଆନ୍ତି କିନ୍ତୁ ବେଳେବେଳେ ଫଳ ଏବଂ କୋଳି ଖାଉଥିବା ଦେଖାଯାଏ।

ଅନ୍ୟ ପକ୍ଷୀମାନଙ୍କର ବସାରେ ଦେଇଥାନ୍ତି ଅଣ୍ଡା।

ଚାତକ ବିଷୟରେ ଏକ ଅନନ୍ୟ କଥା ହେଉଛି ସେମାନେ ଅନ୍ୟ ପକ୍ଷୀମାନଙ୍କ ବସାରେ ଅଣ୍ଡା ଦିଅନ୍ତି। ବାସ୍ତବରେ ଏହି ପକ୍ଷୀମାନେ ବବଲର୍ ଏବଂ ବୁଲବୁଲ୍ (Bubbler And Bulbul) ପରି ଆକାରର ପକ୍ଷୀମାନଙ୍କୁ ପସନ୍ଦ କରନ୍ତି ଏବଂ ନିଜର ରଙ୍ଗୀନ ଅଣ୍ଡାକୁ ସେମାନଙ୍କ ବସା ମଧ୍ୟରେ ରଖନ୍ତି।

ମୌସୁମୀର ଆଗମନକୁ କରନ୍ତି ସୂଚିତ।

ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଏହି ପକ୍ଷୀମାନେ ମୌସୁମୀ ପୂର୍ବରୁ ପହଞ୍ଚନ୍ତି। ଏହି ପକ୍ଷୀମାନେ ମଧ୍ୟ ସେହି ସ୍ଥାନମାନଙ୍କରେ ପହଞ୍ଚନ୍ତି ଯେଉଁଠାରେ ମୌସୁମୀ ସମୟ ନ ହେବା ପୂର୍ବରୁ ଆସିଯାଇଥାଏ।

Leave a Reply

Your email address will not be published. Required fields are marked *