ଦଶମ ପାସ ପିଲାଙ୍କୁ କେନ୍ଦ୍ର ସରକାର ଦେଉଛନ୍ତି ମାଗଣାରେ ଲାପଟପ ?

କେନ୍ଦ୍ର ସରକାରଙ୍କ ତରଫରୁ ବର୍ତ୍ତମାନ ମାଗଣା ଲାପଟପ ବଣ୍ଟନ ଯୋଜନା ପରିଚାଳିତ ହେଉଥିଲା, ଯାହା ଅଧୀନରେ ଯୁବକମାନଙ୍କୁ ମାଗଣା ଲାପଟପ ଦିଆଯାଇଥାଏ। ଏହି ଯୋଜନାକୁ ନେଇ ସୋସିଆଲ ମିଡିଆରେ ଏକ ମେସେଜ ଦୃତ ଗତିରେ ଭାଇରାଲ ହେଉଅଛି। ଯେଉଁଥିରେ ସେ ୧୦ମ ଶ୍ରେଣୀ ପାସ ଯୁବକଙ୍କୁ କେନ୍ଦ୍ର ସରକାର ମାଗଣା ଲାପଟପ ଦେଉଛନ୍ତି ବୋଲି ଦାବି କରାଯାଉଛି। ଆପଣଙ୍କୁ ଜଣାଇ ଦେଉଛୁଯେ ଏହି ମେସେଜଟି ସତ କି ମିଛ।

PIB ଏହି ମେସେଜକୁ ଫ୍ୟାକ୍ଟ-ଚେକ କରିଛି ଓ ଏହାର ସତ୍ୟତା ବିଷୟରେ ଜାଣିଛି । PIB ଫ୍ୟାକ୍ଟ ଚେକ ମାଧ୍ୟମରେ ଆପଣ କୌଣସି ଭାଇରାଲ ମେସେଜର ସତ୍ୟତା ବିଷୟରେ ଜାଣିପାରିବେ।

PIB ଇଣ୍ଡିଆ ଏହାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟରେ ଲେଖିଛିଯେ, ଏହି ମେସେଜରେ ଦାବି କରାଯାଉଛିକି, ପ୍ରଧାନମନ୍ତ୍ରୀଙ୍କ ଲାପଟପ ବିତରଣ ଯୋଜନା ୨୦୨୨ ଅଧୀନରେ ଦଶମ ଶ୍ରେଣୀ ପାସ କରିଥିବା ଯୁବକଙ୍କୁ ମାଗଣାରେ ଲାପଟପ ଦିଆଯାଉଛି। ସେପରି କୌଣସି ଯୋଜନା କେନ୍ଦ୍ର ସରକାର ଚଳାଉ ନାହାଁନ୍ତି। ଏହିପରି ମିଛ ବା ଫେକ ମେସେଜକୁ ଫରୱର୍ଡ କିମ୍ବା ସେୟାର କରନ୍ତୁ ନାହିଁ। ଏହିପରି ଲିଙ୍କ ଓ ୱେବସାଇଟ ଗୁଡିକରେ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ମଧ୍ୟ ସେୟାର କରନ୍ତୁ ନାହିଁ।

ଫ୍ୟାକ୍ଟ ଯାଞ୍ଚ ପରେ PIB ଏହି ମେସେଜକୁ ସମ୍ପୂର୍ଣ୍ଣ ଫର୍ଜି ବୋଲି କହିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜ ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି PIB ନିଜର ମନ୍ତବ୍ୟରେ କହିଛି। PIB ଲୋକଙ୍କୁ ଏପରି ମେସେଜ ଆଗକୁ ଫରୱର୍ଡ ନ କରିବା ପାଇଁ କହିଛି। ଏହିପରି ମେସେଜ ଦ୍ୱାରା ଭ୍ରମିତ ହେବା ଦ୍ଵାରା, ଆପଣ ଆପଣଙ୍କର ବ୍ୟକ୍ତିଗତ ସୂଚନା ଓ ଟଙ୍କାକୁ ବିପଦରେ ପକାଇବେ।

ପ୍ରକାଶ ଅନୁସାରେ ଯଦି ଏପରି କୌଣସି ମେସେଜ ଆପଣଙ୍କ ନିକଟକୁ ଆସୂଛି, ତେବେ ଆପଣ ଏହାର ସତ୍ୟତାକୁ ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଆପଣ PIB ମାଧ୍ୟମରେ ଏହି ଫ୍ୟାକ୍ଟକୁ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଏକ ଅଫିସିଆଲ ଲିଙ୍କ୍ https://factcheck.pib.gov.in/ ଭିଜିଟ କରିବା ପାଇଁ ପଡ଼ିବ। ଏହା ବ୍ୟତୀତ ଆପଣ ଭିଡିଓକୁ ହ୍ୱାଟସ୍ ଆପ୍ ନମ୍ବର +୯୧୮୭୯୯୭୧୧୨୫୯ କିମ୍ବା ଇମେଲ:[email protected] ରେ ପଠାଇପାରିବେ।

Leave a Reply

Your email address will not be published. Required fields are marked *