ଚୀନ୍ ଚନ୍ଦ୍ରରେ ଖୋଜିଲା ଏଲିଏନଙ୍କ ପ୍ରମାଣ,ଏହାକୁ ନାସା ଦେଖି ଆଶ୍ଚର୍ଯ୍ୟ

ଆମେ ଏଲିଏନ୍ ର ଚିତ୍ରଟିଏ ଦେଖିଲେ ଆମ ମନରେ ଅନେକ ପ୍ରଶ୍ନ ତିଆରି ହୋଇଯାଏ । ତେବେ ଏଲିଏନ୍ କଥାକୁ ବିଶ୍ବାସ କରାଯାଇ ପାରିବନାହିଁ । କାରଣ ସେମାନେ ଗ୍ରହାନ୍ତରକୁ ଯାଇପାରିବା ଅର୍ଥ ବିଜ୍ଞାନର ଅନେକ ଉର୍ଷକୁ ଯାଇ ପାରିଛନ୍ତି । ବିଜ୍ଞାନ କ୍ଷେତ୍ରରେ ସେମାନେ ଆମଠାରୁ ଅନେକ ଆଗରେ ଅଛନ୍ତି । ଅଚିନ୍ଧନୀୟ ଆଗରେ । ତାଙ୍କର ଉଦ୍ଭାବନ ଓ ଆବିଷ୍କାରକୁ ଆମେ କଳ୍ପନା କରି ପାରିବାନାହିଁ । ମଣିଷ ମାନଙ୍କର ବଞ୍ଚିରହିବା ପାଇଁ ଇଚ୍ଛା ଅଛି । ସେଥ୍‌ପାଇଁ ବୈଜ୍ଞାନିକମାନେ ଅନୁକୂଳ ଗ୍ରହ ଉପଗ୍ରହମାନ ଖୋଜୁଛନ୍ତି । ଚନ୍ଦ୍ରକୁ ଯାଇଛନ୍ତି, ମଙ୍ଗଳକୁ ଯାଇଛନ୍ତି । ଶନି ଓ ବୃହଷ୍ପତିର ଉପଗ୍ରହ ମାନଙ୍କ ଉପରେ ଦୃଷ୍ଟି ପକାଉଛନ୍ତି । ସେମାନଙ୍କ ପରିବେଶ ଉପରେ ଗବେଷଣା କରୁଛନ୍ତି ।

କେଉଁଠି ଜୀବନ ଅଛି ଖୋଜୁଛନ୍ତି । ଏଲିଏନ୍‌ ଭଳି କାହାଣୀ ବ୍ୟତୀତ ଆମେ କୌଣସିଠାରୁ ବି ଜୀବନର ସନ୍ଧାନ ପାଇପାରି ନାହାଁନ୍ତି । ତେବେ ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବାର ସମ୍ଭାବନା ରହିଛି । ଏନେଇ ମହାକାଶ ବିଜ୍ଞାନୀ ଅନେକ ଥର ଯୁକ୍ତି ବାଢ଼ି ଆସିଛନ୍ତି । ଏସବୁ ଚନ୍ଦ୍ରମାରେ ଥିବା ତରଳ ଜଳ ଏଠାରେ ଜୀବନସତ୍ତାର ସମ୍ଭାବନାକୁ ଦୃଢ଼ୀଭୁତ କରିଛି । ବ୍ରିଟେନ୍‌ର ଲିଙ୍କନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁସାରେ ଏପର୍ଯ୍ୟନ୍ତ ସୌରମଣଳ ବାହାରେ ୪ ହଜାର ଏକ୍ସୋପ୍ଲାନେଟ୍‌ ସମ୍ପର୍କରେ ତଥ୍ୟ ହାସଲ ହୋଇସାରିଛି । ଏସବୁର ଏକ୍ସୋଚନ୍ଦ୍ରମାରେ ଜଳ ଥିବାର ପ୍ରମାଣ ମଧ୍ୟ ମିଳି ସାରିଛି । ତେଣୁ ଏଠାରେ ଜୀବନ ଥିବାରୁ ଅନୁମାନ କରା ଯାଉଥିଲା ।

ଏଠାରେ ଥିବା ଜେ-୧୪୦୭ ଚନ୍ଦ୍ରମା ଉପରେ ଅଧ୍ୟୟନ କରାଯାଇ ମହାକାଶ ବିଜ୍ଞାନୀ ଏଭଳି ମତ ଦେଇଥିଲେ । ଏହାର ରିପୋର୍ଟ ରୟାଲ ଷ୍ଟୋଲନାମିକାଲ ସୋସାଇଟିର ମାସିକ ପତ୍ରିକାରେ ପ୍ରକାଶ ପାଇଥିଲା । ୨୪ ନଭେମ୍ବର ୨୦୧୯ ରେ ଯୂଟ୍ୟୁବ ଚ୍ୟାନେଲରେ ନାସାର ଏପୋଲୋ ୧୧ ମିଶନ ଏବଂ ଚନ୍ଦ୍ରରେ ଦେଖା ଯାଇଥିବା ଏଲିଏନ ବିଷୟରେ ନେଇ ଏହି ଭିଡିଓଟି କୁ ଭାଇରାଲ କରା ଯାଇଥିଲା । ଆଉ ବର୍ତମାନ ସମୟରେ ଚନ୍ଦ୍ରପୃଷ୍ଠରେ ଦେଖା ଯାଇଛି ଏକ ଅଦ୍ଭୂତ ଦୃଶ୍ୟ । କ୍ୟୁବ୍ ଆକୃତିର ଏକ ବସ୍ତୁ ଚନ୍ଦ୍ରପୃଷ୍ଠରେ ପଡିରହିଥିବାର ଦେଖାଇଛି ଚାଇନାର ଏକ ସ୍ପେସ ଏଜେନ୍ସି ୟୁଟୁ-୨ ଚନ୍ଦ୍ର ରୋଭର୍ ।

ଏହି ଅଦ୍ଭୂତ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ପେସ୍ ଡଟ୍ କମ୍ ଅନୁଯାୟୀ, ଚନ୍ଦ୍ରର ଦୂର ପାର୍ଶ୍ୱରେ ଥିବା ଭନ୍ କରମାନ କ୍ରାଟର ଦେଇ ଯିବାବେଳେ ରୋଭର ଏହି ବସ୍ତୁକୁ ଦେଖିଥିଲା । ୟୁଟୁ-୨ ରୋଭର ଚନ୍ଦ୍ରକୁ ଚାଇନାର ଚାଙ୍ଗ ୪ ମିଶନର ଏକ ଅଂଶ । ଏହା ୨୦୧୯ ଠାରୁ ଚନ୍ଦ୍ରର ଦୂର ପାର୍ଶ୍ୱକୁ ଅନୁସନ୍ଧାନ କରୁଛି । ଚନ୍ଦ୍ରରେ ପରଗ୍ରହୀ ବା ଏଲିଏନ୍‌ମାନେ ଘର କରିଛନ୍ତି ବୋଲି ଚୀନ୍‌ର କିଛି ବୈଜ୍ଞାନିକ ଦାବି କରିଛନ୍ତି । ଚନ୍ଦ୍ରକୁ ଚୀନ୍‌ ପକ୍ଷରୁ ପଠାଯାଇଥିବା ଏହି ମୁନ୍‌ ରୋଭର୍‌ ଏପରି କିଛି ଏଲିଏନ୍‌ଙ୍କ ଘରର ଫଟୋ ଉତ୍ତୋଳନ କରିଥିବା ଦାବି କରାଯାଇଛି । ଚୀନ୍‌ର ମୁନ୍‌ ରୋବର ୟୁତୁ ୨ ଏପରି ଫଟୋ ଉତ୍ତୋଳନ କରି ପଠାଇଛି । ଓଭର୍‌ ସ୍ପେସ୍‌ ନାମକ ଖବରରେ ଚୀନ୍‌ ପକ୍ଷରୁ ନିଜର ସରକାରୀ ଚ୍ୟାନେଲ୍‌ରେ ଏହି ଖବର ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *