ଜାଗୃତି ତମେ ଅନୁଭବ ସହ ଆଫେୟର କରୁଚ, ବର୍ଷା ସାଂସଦଙ୍କ ଲିଗାଲ ସ୍ତ୍ରୀ .. ଜାଗୃତି ଙ୍କୁ ପାନେ ଦେଲେ ଲୋକ..ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ର ସବୁଠାରୁ ଚର୍ଚ୍ଚିତ ଯୋଡି କହିବାକୁ ଗଲେ ବର୍ଷା ଓ ଅନୁଭବ ଙ୍କ ଯୋଡ଼ି । ସବୁଠୁ ଭଲ ଯୋଡ଼ି ଥିଲେ , କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ଲୋକ ଲୋଚନ ରେ ଥିବା ଯୋଡ଼ି ହେଉଛି ଏହି କଳାକାର ଙ୍କ ଯୋଡ଼ି । ଓଲିଉଡ଼ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ରେ ଅନେକ ସ୍ଥାନ ରେ ଆମେ ଦେଖିଛୁ ଅଭିନେତା ଓ ଅଭିନେତ୍ରୀ ପରସ୍ପର କୁ ବିବାହ କରି ସ୍ବାମୀ ସ୍ତ୍ରୀ ସମ୍ପର୍କ ରେ ବାନ୍ଧି ହେବା ।

ଓଡ଼ିଆ ସିନେ ଜଗତ ରେ ଉଭୟ ରିଅଲ ହେଉ ବା ରିଲ ହେଉ ଯଦି ସୁପର୍ ହିଟ୍ ଯୋଡି କୁହାଯାଏ ତେବେ ତାହା ଅନୁଭବ – ବର୍ଷା ଙ୍କ ଯୋଡ଼ି କୁ କୁହାଯାଉଥିଲା । ତେବେ ଏଠାରେ କିଛି ମାସ ପୂର୍ବ ରୁ ଦୁଇ ଜଣ ଙ୍କ ଭିତରେ ଅନେକ ଭୁଲ୍ ବୁଝାମଣା , ମନ ମାଳିନ୍ୟ ଘଟିବା ଦେଖିବାକୁ ମିଳିଛି । ବର୍ଷା ମଧ୍ୟ କିଛି ଲିଖିତ ଅଭିଯୋଗ ଦେଇଥିଲେ । ଏହି ସମୟ ରେ ଏକ ନୂଆ ବିବାଦ ରେ ଅନୁଭବ ।

ଜାଗୃତି ଶୁକ୍ଳା ହେଉଛନ୍ତି ଅନୁଭବ ଙ୍କ ତଥା କଥିତ ସାଙ୍ଗ । ଯାହାକୁ ସେ ସବୁଆଡେ ଦେଖାଉଛନ୍ତି । ଜାଗୃତି ଏମିତି ପ୍ରଶ୍ନ ପଚାରୁଛନ୍ତି ଯେପରି ଅନୁଭବ ଙ୍କ ଉପରେ ହକ ଅଛି । ଏହି ପ୍ରଶ୍ନ ମାଧ୍ୟମ ରେ ବୁଲେଇ ବଙ୍କେଇ ବର୍ଷା ଙ୍କୁ ଟାର୍ଗେଟ କରୁଛନ୍ତି । ସୋସିଆଲ ମିଡ଼ିଆ ରେ ଏକ ପୋଷ୍ଟ କରିଛନ୍ତି ଜାଗୃତି ଶୁକ୍ଳା ଯାହା ପରେ ତାଙ୍କୁ ଭଲ ଭାବରେ ଉତ୍ତର ଫେରାଇଛନ୍ତି ଫେସବୁକ୍ ୟୁଜର ମାନେ । ଜାଗୃତି ଙ୍କୁ ଆଇନା ଦେଖାଇଛନ୍ତି । ଯେଉଁ ଥିରେ ବ୍ୟଥିତ ହୋଇ ଜାଗୃତି ଆଉ ଏକ ପୋଷ୍ଟ କରିଛନ୍ତି ।

https://www.youtube.com/watch?v=4qkGEn__A_M

ପ୍ରଥମ ପୋଷ୍ଟ ରେ ଜାଗୃତି ଲେଖିଥିଲେ ଜଣେ ସାଂସଦ ଙ୍କ ସ୍ତ୍ରୀ ଅଲଗା ଅଲଗା ନାମ ବ୍ୟବହାର କରିଛନ୍ତି ଦଶମ , ଦ୍ଵାଦଶ , ପାନ୍ କାର୍ଡ , ପାସ୍ ବୁକ୍ , ବ୍ୟାଙ୍କ୍ ଆକାଉଣ୍ଟ୍ ଓ ତା ସହିତ ଆଇଟିଆର ରେ ମଧ୍ୟ ଏପରି କରିଛନ୍ତି । ଏହାକୁ ନେଇ ସେ ତୁଳନା କଲେ ଯେ ସ୍ତ୍ରୀ ର ଯେଉଁ ପରିଚୟ ପତ୍ର ସାଂସଦ ଙ୍କ ସ୍ତ୍ରୀ ଙ୍କୁ ମିଳିଥିଲା ତାହା ସେ ପାଇବା ପାଇଁ ଯୋଗ୍ୟ ? ଏହା ତାଙ୍କର ପୋଷ୍ଟ ଥିଲା ଯାହା ପରେ ୟୁଜର ମାନେ ନିଜର ପ୍ରତିକ୍ରିୟା ରଖିଥିଲେ । ଜଣେ ୟୁଜର ଲେଖିଥିଲେ ଜଣେ ଓଡ଼ିଆ ବୋହୂ ହେବା ପାଇଁ କେବଳ ତୁମେ ଚେଷ୍ଟା କରୁଛ । କିନ୍ତୁ ତୁମେ ଜଣେ ଓଡ଼ିଆ ବୋହୂ ନୁହଁ । ଲୁଚିଛି ନ ଗୋଡ଼ ଦିଟା ଦିଶୁଛି ।

ଆଉ ଜଣେ ୟୁଜର ଲେଖିଥିଲେ ଅନୁଭବ ଙ୍କ ବାପା ମଧ୍ୟ ଫେକ୍ ଡିଗ୍ରୀ ଦେଖାଇ ପ୍ରୋମୋସନ୍ ନେଇଥିଲେ ତାହା କଣ ବେଆଇନ ବା କ୍ରାଇମ୍ ନୁହଁ କି । ଜଣେ ବିବାହିତା ଲୋକ ସହିତ ସମ୍ପର୍କ ରଖିବା ଏହା ମଧ୍ୟ ଗୋଟିଏ ଅପରାଧ । ଏହା ଉପରେ ଆପଣ କଣ ପ୍ରତିକ୍ରିୟା ରଖିବେ । ଆଉ ଜଣେ ଲେଖିଛନ୍ତି ବର୍ଷା ହେଉଛନ୍ତି ଅନୁଭବ ଙ୍କ ଲିଗାଲ ସ୍ତ୍ରୀ ତୁମେ କିଏ । ତୁମେ କାହିଁକି ସମ୍ପର୍କ ରଖିଛ ଜଣେ ବିବାହିତ ଲୋକ ଙ୍କ ସହ । ଏହିପରି କମେଣ୍ଟ ର ଆକ୍ରମଣ ହୋଇ ଥିଲା । ଘଟଣା ଘଟିବାର ୭ ଘଣ୍ଟା ପରେ ଏକ ପୋଷ୍ଟ କରିଥିଲେ ।

ସେଥିରେ ଲେଖିଥିଲେ ଜେ ମୋର ଆତ୍ମସମ୍ମାନ ଉପରେ ଆକ୍ରମଣ ହୋଇ ପରେ । ଏହାକୁ ଭାଙ୍ଗି ରୁଚି ଚୁରମାର କରା ଯାଇ ପାରେ କିନ୍ତୁ ସତ୍ୟତା କୁ ବିଦ୍ରୁପ କରି ଦିଆ ଯାଇ ପାରେ ଜେ ପର୍ଯ୍ୟନ୍ତ ସେ ସମପର୍ଣ୍ଣ କରି ନାହାନ୍ତି କେହି ତାଙ୍କ ଠାରୁ ଛଡ଼ାଇ ନେଇ ପାରିବେ ନାହିଁ । ତେବେ ଅନୁଭବ ନିଜ ବାନ୍ଧବୀ ଙ୍କ ଉପରେ ହୋଇ ଥିବା ଏହି ବିବାଦ ଉପରେ କଣ ପ୍ରତିକ୍ରିୟା ରଖୁଛନ୍ତି ।

Leave a Reply

Your email address will not be published. Required fields are marked *