ତେବେ ଆମ ଧର୍ମ ରେ ଏତେ ଦେବା ଦେବୀ ଥିବ ସତ୍ତ୍ୱେ ବି ଲୋକ ମାନେ ଏହି ସମାଜ ରେ ବୁଲୁ ଥିବା ଭଣ୍ଡ ବାବା ମାନଙ୍କ ଉପରେ ଅଧିକ ବିଶ୍ୱାସ କରୁଛନ୍ତି। ଏହି ସମାଜ ରେ ଅନେକ ଭଣ୍ଡବାବା ବୁଲୁଛନ୍ତି ଯେଉଁ ମାନେ କି ନିଜ ନିଜ କୁ ଭଗବାନ ଙ୍କ ର ଏକ ଏକ ଅଂଶ ବୋଲି କହି ଲୋକ ମାନଙ୍କ ଠାରୁ ଧନ ସମ୍ପତ୍ତି ସବୁ ହଡପ୍ କରି ନେଉଛନ୍ତି। ଏଠାରେ ଲୋକ ମାନେ ଈଶ୍ୱର ଙ୍କ ନାମରେ କିଛି ବି କରି ଯାଆନ୍ତି, ଏଥିପାଇଁ ତ ଏହାର ଫାଇଦା ଉଠାଇ ଥାଆନ୍ତି ସମାଜ ରେ ବୁଲୁଥିବା ଭଣ୍ଡବାବା ମାନେ।
ଆସନ୍ତୁ ଜାଣିବା ଏମିତି ଏକ ଭଣ୍ଡବାବା ବିଷୟରେ ଯାହାଙ୍କର ଗୋଟେ କଥାରେ 918 ଜଣ ଲୋକମାନେ ଆତ୍ମହତ୍ୟା କରିଦେଲେ। ତେବେ ସେହି ବାବା ର ନାମ ଥିଲା ଜେମସ ୱାରେନ୍ ଜନ୍, କିଛି ଲୋକ ତାଙ୍କୁ ଜିମ୍ ଜୋନସ ନାମରେ ଜାଣିଥିଲେ।ସେ ଇସାହି ଧର୍ମ ର ଧର୍ମଗୁରୁ ନାମରେ ଜଣାଶୁଣା ଥିଲେ। ବହୁତ ଭାବିଚିନ୍ତି ଜୋନ ଗୋଟେ ଚର୍ଚ୍ଚ ଖୋଲିଲେ ଯାହାର ନାମ ଥିଲା ଦ ପିପଲସ୍ ଟେମ୍ପୂଲ୍। ସେଠାରେ ସେ ନିଜର କିଛି ଲୋକ ମାନଙ୍କୁ ଧାର୍ମିକ ଓ ଶାନ୍ତି ଦେଲା ଭଳି କଥା କହୁଥିଲେ।ଧୀରେ ଧୀରେ ଲୋକ ମାନଙ୍କ ଗହଳି ବଢ଼ିବାକୁ ଲାଗିଲା ।
1970 ମସିହାରେ ଖବରକାଗଜମାନଙ୍କରେ ବାହାରିଲା ଯେ ଜୋନ ବାବାଙ୍କ ଆଶ୍ରମରେ ବହୁତ୍ ଖରାପ କାମ ହେଉଚି।ତେବେ ଆମେରିକା ସରକାର ତଦନ୍ତ କରି ଜିମ ଜୋନଙ୍କୁ ସେଠାରୁ ବାହାର କରିଦେଲେ। ଜୀମ ଜୋନ ସେଠାରୁ ଯାଇ ଦକ୍ଷିଣ ଆମେରିକା ର ଗୋୟାନା ସହରରେ ନିଜର ଆଶ୍ରମ ବସାଇବା ପାଇଁ ନିଷ୍ପତି ନେଲେ।ସେହି ସମୟରେ ଆମେରିକା ଓ ଭିଏତନାମ ମଧ୍ୟରେ ଯୁଦ୍ଧ ଚାଲିଥିଲା ।
ଆଉ ଗୋୟାନା ଆମେରିକା ଓ ଭିଏତନାମ ସୀମାରେ ଆସୁଥିଲା ।ଗୋୟାନା ର ରାଷ୍ଟ୍ରପତି ଭାବିଲେ ଯେ ୟାକୁ ରଖିଲେ ଆମେରିକା ରୁ ଲୋକମାନେ ଆସିବେ ଯାହା ଫଳରେ ଆଉ ଆମେରିକା ଆକ୍ରମଣ କରିବନି।ଏହା ଭାବି ଜୋନ ଙ୍କୁ 3800 ଏକର ଜମି ଦିଆଗଲା।ଏହା ପରେ ଜୋନ ନିଜର ସହର ଗୋଟାଏ ତିଆରି କରିଦେଲା । ସେଠାରେ ସେ ନିଜର ଭକ୍ତ ମାନଙ୍କୁ ଦିନକୁ 10-12 ଘଣ୍ଟା କାମ କରାଇବାକୁ ଲାଗିଲା, ତାଙ୍କୁ ବାହାରକୁ ଯିବାକୁ ମଧ୍ୟ ଦେଲା ନାହିଁ।ତାଙ୍କୁ ମାଡ଼ ମାରିବା ପାଇଁ ମଧ୍ୟ ଆରମ୍ଭ କରିଦେଲା।
ଧୀରେ ଧୀରେ ସମସ୍ତ ସେଠାରୁ ଫେରାର ହେବାକୁ ଲାଗିଲେ। ଯେଉଁମାନେ ଫେରାର ହେଇଥିଲେ ସେମାନେ ସରକାର ଙ୍କୁ ଜଣାଇଲେ।ଏହା ଶୁଣି ଏକ ସ୍ଵତନ୍ତ୍ର ଟିମ୍ ପଠାଗଲା ମାତ୍ର ସେଠାରେ ଦେଖିଲା ବେଳକୁ ପରିବେଶ ଅଲଗା ଭଳି ଥିଲା , ସମସ୍ତେ ହସଖୁସରେ ଥିଲେ।ପୁଣି ତା ପରଦିନ ଆସି ଦେଖିଲେ ଯେ ସମସ୍ତେ ଖୁସି ଅଛନ୍ତି।ସେମାନେ ଯିବାକୁ ବାହାରୁଥିବା ବେଳେ ପଛରୁ କହିଲେ କି ଆମକୁ ବଞ୍ଚାଇ ଦିଅ ଆମ ଉପରେ ବହୁତ୍ ଅତ୍ୟାଚାର ହେଉଚି।
ଏହା ଶୁଣି ଗାର୍ଡ ମାନେ କିଛି କରିବା ଆଗରୁ ତାଙ୍କୁ ଜୋନ ର ଲୋକମାନେ ମାରିଦେଲେ। ଜୋନ ଜାଣିଥିଲା ଯେ ଆମେରିକା ତାଙ୍କ ଉପରକୁ ଆକ୍ରମଣ କରିବ। ତେଣୁ ସେ ଲୋକମାନଙ୍କୁ ଡାକି କହିଲା ଯେ ଆଉ କିଛି ସମୟ ମଧ୍ୟରେ ଆମେରିକା ଆକ୍ରମଣ କରିଦେବ।ତାଙ୍କ ଦ୍ଵାରା ମରିଲେ ଆମକୁ କେହି ମନେ ରଖିବେନି,ତେଣୁ ଆମେ ନିଜେ ମରିଯିବା। ଜୋନ ର ଲୋକମାନେ ସବୁ ନିରୀହ ଲୋକମାନଙ୍କୁ ବିଷ ପିଆଇବାକୁ ଲାଗିଲେ ଓ ଜୋନଙ୍କୁ ଗୁଳି କରି ଦେବା ପାଇଁ କହିଲେ।ଏହା ଫଳରେ ସେଠାରେ 918 ଜଣ ଲୋକ ମରି ଯାଇଥିଲେ।