କରୋନା ମହାମାରୀ ଆମ ଠାରୁ ଆମର କେତେ କେତେ ପ୍ରତିଭାବାନ କଳାକାର, କଣ୍ଠଶିଳ୍ପୀ, ରାଜନୀତିଜ୍ଞ ମାନଙ୍କୁ ଛଡାଇ ନେଇଛି। ଆମେ ଯାହାଙ୍କୁ କେବେବି ଆଶା କରିନଥିଲୁ କି ସେମାନେ ଏମିତି ହଠାତ୍ ଭାବେ ଦୁନିଆକୁ ପର କରି ଚାଲିଯିବେ ବୋଲି, ସେମାନଙ୍କୁ ବି କରୋନା ମ-ର-ଣ ମୁଖକୁ ଟାଣି ନେଇଛି।
ଅନେକ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଆମେ ଏହି କରୋନା ସମୟରେ ହରାଇଛୁ, ଯେଉଁ ମାନଙ୍କର କ୍ଷତି ଆମ ପାଇଁ ଅପୂରଣୀୟ, ସେମାନେ ନିଜ ନିଜର ଯେଉଁ ସ୍ଥାନ ଲୋକ ମାନଙ୍କ ମନରେ କରି ଯାଇଛନ୍ତି ତାହାକୁ ଆଉ କେହି ବି ନେଇ ପାରିବେ ନାହିଁ। ଗତକାଲି ଆମ ଦେଶର ବୁଲବୁଲ୍ ଲତା ମଙ୍ଗେସକରଙ୍କୁ ମଧ୍ୟ କରୋନା ଆମ ଠାରୁ ଛଡାଇ ନେଇଛି।
ଜାନୁୟାରୀ ୮ ତାରିଖରେ ଲତାଙ୍କ ପାଖରେ କରୋନା ପଜେଟିନ୍ ଚିହ୍ନଟ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା, ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା, ହେଲେ ତାଙ୍କର ବୟସ ଅଧିକ ହୋଇଥିବା କାରଣରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା। ମଝିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିଲା, ପ୍ରଥମେ କରୋନା ଏବଂ ତାପରେ ନିମୋନିଆରେ ପୀଡିତ ହେବାପରେ ଶେଷରେ ସେ ହାରି ଯାଇଥିଲେ, ଏବଂ ଗତକାଲି ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଅନେକ ଫଟୋ, ଭିଡିଓ ଏବଂ ଗୀତ ମଧ୍ୟ ସବୁଆଡେ ଶେୟାର କରୁଛନ୍ତି ଲୋକେ ।
ଏବେ ଲତାଙ୍କର ଆଉ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲତାଙ୍କୁ ଚାଲୁ ଥିବାର ଦେଖିବାକୁ ମିଳୁଛି । ଅର୍ଥାତ ଦେହ ଖରାପ ଥିବା ବେଳେ ଦୁଇ ଜଣ ମହିଳା ଦୁଇପଟୁ ହାତ ଧରି ତାଙ୍କୁ ଚଲାଉଥିବାର ଦେଖିବାକୁ ମିଳୁଛି । ଲତା ଏକ ଘର ଭିତରେ ଅଳ୍ପ ବାଟ ଚାଲିବା ସହ ଚାଲିବା ସମୟରେ ସେଇ ସମାନ ହସ ହସ ମୁହଁ ଦେଖିବାକୁ ମିଳୁଛି ।ଲତାଙ୍କ ଦେହାନ୍ତ ପରେ ସାରା ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।
ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ମଧ୍ୟ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ସମ୍ମାନ ପ୍ରଦର୍ଶନ ପୂର୍ବକ ଏହି ଦୁଇଦିନ ଜାତୀୟ ପତାକା ମଧ୍ୟ ଅର୍ଦ୍ଧନମିତ ରଖାଯିବ । ଥରେ ଗୋଟିଏ ଇଣ୍ଟରଭ୍ୟୁରେ ତାଙ୍କୁ ପଚରା ଯାଇଥିଲା କି ଆଉ ଥରେ ଜନ୍ମ ନେଲେ ସେ କଣ ହୋଇ ଜନ୍ମ ନେବାକୁ ଚାହାନ୍ତି ।ଏହାର ଉତ୍ତରରେ ଲତା ଦିଦି କହିଥିଲେ କି, ଜନ୍ମ ନମିଳିଲେ ଭଲ । ଆଉ ଯଦି ମିଳୁଛି ତେବେ ସେ କେବେ ଲତା ହୋଇ ଜନ୍ମ ନେବାକୁ ଚାହିଁବେନି ।