ସାମ୍ନାକୁ ଆସିଲା ସୋନାଲିଙ୍କ ମା-ସୌମ୍ୟଙ୍କ ଅଡିଓ କଲ ,ଆତ୍ମହତ୍ୟା କରିବା ପୂର୍ବରୁ ସୋନାଲିଙ୍କ ମାଙ୍କୁ ଜଣ…

ଆପଣ ମାନେ ବହୁତ୍ ପ୍ରେମ ସମ୍ପର୍କ ବିଷୟ ରେ ଜାଣିଥିବେ । ସମସ୍ତଙ୍କ ଇଚ୍ଛା ଥାଏ ନିଜର ପ୍ରେମ କୁ ସଫଳ ରୂପ ଦେବା ପାଇଁ ବା ବିବାହ କରି ଜୀବନସାଥି ବନେଇବା ପାଇଁ । ହେଲେ ଯେତେବେଳେ ଜଣେ ବ୍ୟକ୍ତି ନିଜ ମନରେ ସ୍ବାର୍ଥ ରଖି ପ୍ରେମ କରିଥାଏ ସେତେବେଳେ ସେହି ପ୍ରେମ ରେ ଧୋକା ଏବଂ ପ୍ରତାରଣା ମିଳିଥାଏ । ପ୍ରେମ ରେ ଦୁଇଜଣଙ୍କ ପଟରୁ ଭଲ ପାଇବା ଥିବା ଦରକାର । ଯଦି ଜଣଙ୍କ ମନରେ ପ୍ରକୃତ ପ୍ରେମ ନ ଥିବ ସେତେବେଳେ ପ୍ରେମ ସଫଳ ହୋଇ ପାରିବ ନାହିଁ ।

ଓଲିଉଡ଼ ର ଜଣେ ସିଙ୍ଗର ସୋନାଲି ନନ୍ଦ ଙ୍କ ପ୍ରେମ ରେ ପଡିଗଲେ ଏବଂ ତାଙ୍କୁ ଜୀବନସାଥି କରିବା ପାଇଁ ସ୍ବପ୍ନ ଦେଖିଥିଲେ । ପରିବାର ଲୋକ ମଧ୍ୟ ନିଜ ବୋହୂ କୁ ଝିଅ ଭଳି ଦେଖିବାକୁ ପ୍ରସ୍ତୁତ ଥିଲେ । ହେଲେ ଏତେ ସବୁ ପରେ ବି ସୋନାଲି ଙ୍କ ମନରେ ନଥିଲା ପ୍ରକୃତ ଭଲ ପାଇବା । ଜଣଙ୍କ ପରେ ଅନ୍ୟ ଜଣଙ୍କୁ ଭଲ ପାଇଁ ପ୍ରେମ ଭଲି ପବିତ୍ର ଶବ୍ଦ କୁ ଅପବିତ୍ର କରିଦେଇଥିଲେ ।

ଏବଂ ସୌମ୍ୟ ନିଜ ପ୍ରେମିକା ର ଏହି ପ୍ରତାରଣା ଚେହେରା କୁ ସହ୍ୟ କରିପାରିଲେ ନାହିଁ । ଏବଂ ଯେଉଁ ବେକରେ ଦିନେ ଫୁଲହାର ପିନ୍ଧି ବର୍ ବେଶ ରେ ବାହା ହେବାକୁ ଯାଇଥାନ୍ତେ ସେହି ବେକ୍ ରେ ରଶି ଲଗେଇ ସବୁଦିନ ପାଇଁ ଶେଷ ନିଃଶ୍ୱାସ ତ୍ୟାଗ କରିଦେଲେ । ତେବେ ସୌମ୍ୟଙ୍କ ପରିବାର ଲୋକେ ସୋନାଲି ନନ୍ଦଙ୍କୁ ଦୋଷୀ କହୁଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ସୋନାଲିଙ୍କ ବାପା । ସେ ଓଲଟା ସୈାମ୍ୟଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ତାଙ୍କ ଝିଅ ଆସିବା

ପୂର୍ବରୁ ସୌମ୍ୟଙ୍କ ଜୀବନରେ ଆଉ ଦୁଇ ଜଣ ଝିଅ ଥିଲେ । ଯିଏକି ତାଙ୍କର ଏପରି ସନ୍ଦେହୀ ଗୁଣ ଯୋଗୁଁ ଛାଡ଼ିକି ଚାଲି ଯାଇଛନ୍ତି ।ଏହା ମଧ୍ୟରେ ସୌମ୍ୟ ଓ ସୋନାଲି ଙ୍କ ମାଆଙ୍କର କଲ୍ ରେକର୍ଡ ସୋସିଆଲ ମିଡିଆରେ ଭାଇରଲ୍ ହେବାକୁ ଲାଗିଛି। ସୌମ୍ୟ କହିଛନ୍ତି ଯେ ସୁଇସାଇଟ କରିବି ତା ପରେ ସେ ଜାଣିବ,ଭଲପାଇବା ଗୋଟେ ଖେଳଘର ନୁହେଁ।ସୋନାଲି ଙ୍କ ମାଆ କହିଚନ୍ତି ଯେ କିଛି ଫରକ୍ ପଡିବନି ତୁମେ ସୁଇସାଈଟ କଲେ।

ସେ କହୁଛନ୍ତି ଯେ ସୋନାଲି ବିଷୟରେ ସବୁ ଜାଣିବା ପରେ କଣ ପାଇଁ ତା ପଛରେ ପଡ଼ିଚ। ଜଣଙ୍କର ଇଛା ନାହିଁ ତୋ କଣ ପାଇଁ ତାକୁ ବାଧ୍ୟ କରୁଛ। ସୌମ୍ୟ କହିଚନ୍ତି ଯେ ସୋନାଲି ର ମୋ ସହ ରହିବାକୁ ନାହିଁ ଯଦି ଡାଇରେକ୍ଟ କହିବ ନା ଏମିତି ମିଛ କଣ ପାଇଁ କହୁଛି।ସୋନାଲି ଙ୍କ ମାଆ କହୁଛନ୍ତି ଯେ ସେ ତୋ କହୁଚି ମୁଁ ଏକୁଟିଆ ରହିବାକୁ ଚାହୁଁଛି।ତା ବ୍ୟକ୍ତିଗତ ଜୀବନରେ ପସନି, ଛାଡ଼ିଦିଅ ତାକୁ। ସୋନାଲି ସୌମ୍ୟ କୁ ଅନେକ କଥା କହି ଗାଳି ଦେଇଛନ୍ତି

ସୋନାଲି ମାଆ କହିଛନ୍ତି ଯେ ତାଙ୍କୁ ବି ଏସବୁ ଭଲ ଲାଗୁନି।ତେବେ ସୌମ୍ୟ ସୋନାଲି ଙ୍କ ମାଆ ଆଗରେ କାନ୍ଦି କାନ୍ଦି ସବୁ କଥା କହୁଛନ୍ତି। ସୌମ୍ୟ କହିଚନ୍ତି ଯେ ତାଙ୍କର ଓ ସୋନାଲି ଙ୍କ ଫୋଟୋ ସବୁ ଡିଲିଟ କରିଦେବା ପାଇଁ।ସୋନାଲି ଙ୍କ ମାଆ କହିଚନ୍ତି ଯେ ତୁମେ ପୁଅ ପିଲା ଟା , ତୁମ ଫୋଟ ସେ କଣ କରିବ।ପୁଅ ପିଲାଟାର କଣ ଡର ଫୋଟ ରଖିଲେ। ସୌମ୍ୟ କହିଚନ୍ତି କି ଟା ଉପରେ ଭରସା ନାହିଁ ମୋର। ଏତେ ସବୁ ପରେ ସୋନାଲି ଙ୍କ ମାଆ କହିଛନ୍ତି ଯେ ତୁମେ କାହିଁକି ପଡିଚ,ତୁମେ ତୁମ ମାଇଣ୍ଡ ବଦଳାଇ ଭୁଲିଯାଅ।

Leave a Reply

Your email address will not be published. Required fields are marked *