ସାମ୍ନାକୁ ଆସିଲା ସୋନାଲି-ସୌମ୍ୟଙ୍କ ଶେଷ ଅଡିଓ କଲ୍..ଆତ୍ମହତ୍ୟା ପୂର୍ବରୁ ଏମିତି ହୋଇଥିଲା ସେମାନଙ୍କ ମଧ୍ୟ…

ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଏବଂ ସୋନାଲି ନନ୍ଦ ମାମଲା ର ରହସ୍ୟ କେଉଁ ଆଡ଼କୁ ଗତି କରିବ ତାହା ଜଣା ନାହିଁ କିନ୍ତୁ ବର୍ତ୍ତମାନ ସୌମ୍ୟ ରଞ୍ଜନ ଙ୍କ ସୁଇସାଇଡ଼ ନୋଟ୍ ଓ କଲ୍ ରେକର୍ଡ ମଧ୍ୟ ଭାଇରଲ ହେବାରେ ଲାଗିଛି । ସେଥିରେ ସୌମ୍ୟ ସୋନାଲି ଙ୍କ ସବୁ କାରନାମା ର ପର୍ଦାଫାସ କରିଛନ୍ତି । ସୌମ୍ୟ ନିଜ ହାତଲେଖା ଜରିଆରେ କହିଛନ୍ତି ଯେ କିପରି ଭାବରେ ସୋନାଲି ଅଜୟ ଙ୍କ ସହିତ ସମ୍ପର୍କରେ ଥିବା ବେଳେ ଟେଲିଗ୍ରାମ ରେ ସୌମ୍ୟଙ୍କ ସହିତ କଥା ହେଉଥିଲେ । ଏହି ସମ୍ବନ୍ଧରେ ଅଜୟ କିଛିବି ଜାଣି ନଥିଲେ ।

ସୌମ୍ୟ ନିଜ ସୁଇସାଇଡ଼ ନୋଟ ରେ ଲେଖିଛନ୍ତି ଯେ ସେ ଖୁବ ଦୃଢ଼ ବ୍ୟକ୍ତିତ୍ୱର ଥିଲେ କିନ୍ତୁ ସୋନାଲି କିଛି ଏପରି କାମ କରୁଥିଲେ ଯାହା ସହିବାକୁ ତାଙ୍କ ପାଖରେ କ୍ଷମତା ନଥିଲା । ତେଣୁ ସେ ବାଧ୍ୟ ହୋଇ ନିଜ ଜୀବନ ହାରି ଦେଇଥିଲେ ।ସୌମ୍ୟ ଙ୍କ ମାଆ କହିଛନ୍ତି ଯେ, ସୌମ୍ୟ ସୋନାଲି ଓ ତାଙ୍କ ମାଆ ଙ୍କ ସହ ପୁରୀ ଯାଇଥିଲେ, ସୋନାଲି ଙ୍କ ମାଆ ମଧ୍ୟ କହିଥିଲେ ଯେ ପୁଅ ଭଳି ପୁଅଟିଏ ପାଇଚ। ମୁଁ ବହୁତ ଖୁସି ଏଭଳି ଜ୍ବାଇଁଟିଏ ପାଇ।

ଏହାପରେ କିଛିଦିନ ପୁର୍ବରୁ ସୋନାଲି ପୁରୀ ଯାଉଚି କହି ତାଙ୍କ ଫୋନ୍ ସ୍ୱିଚ ଅଫ କରି ଦେଇଥିଲେ,ମାତ୍ର ସୌମ୍ୟ ସନ୍ଦେହ କରି ଦେଖିଲା ବେଳକୁ ସୋନାଲି ହୋଟେଲ୍ ରେ ଆଉ ଏକ ପୁଅ ସହ ଥିଲେ। ଯେଉଁ ଶାଶୁ କହୁଥିଲେ ଏମିତି ଜ୍ବାଇଁ ପାଇବିନି ସେ କହିଲେ କି ତୁମେ ସୋନାଲି କୁ ଭୁଲିଯାଅ।ନିଜ ପୁଅକୁ ହରାଇ ସୌମ୍ୟଙ୍କ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି। ସେ କହିଛନ୍ତି ଯେ ଯଦି ମୁଁ ଏ ବିଷୟରେ ଜାଣିଥାନ୍ତି

ଆଜି ମୋ ପୁଅ ମରି ନଥାନ୍ତା। ତେବେ ଏହା ମଧ୍ୟରେ ସୌମ୍ୟ ଓ ସୋନାଲି ଙ୍କ କଲ୍ ରେକର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଚି। ତେବେ ରେକର୍ଡ ରେ ସୌମ୍ୟ କାନ୍ଦି କାନ୍ଦି ସୋନାଲି କୁ ଅନୁରୋଧ କରୁଛନ୍ତି।ସୋନାଲି କହୁଛନ୍ତି ଯେ କାନ୍ଦି କାନ୍ଦି ମରିଯା, ମରିଗଲେ ବି ମୁଁ କଥା ହେବିନି ତୋ ସହ। ମୁଁ ସାରସ୍ଵତ ସହ କଥା ହେବି ମୋ ଘର ଲୋକ କିଛି କହିବେନି, ତୁ କଣ କରିବୁ କର।

ତୁ ମୋତେ ଦଶ ଥର ଫୋନ କରିବୁନି।ତେବେ ସୌମ୍ୟ କହୁଛନ୍ତି କି ଭଲପାଇବା ନାହିଁ ତୋ ଆଉ, ସୋନାଲି ନାହିଁ ବୋଲି କହିଛନ୍ତି। ସୌମ୍ୟ କାନ୍ଦି କାନ୍ଦି କହୁଛନ୍ତି କି ଟିକେ ଭଲରେ କଥା ହେଇ ପାରିବନି ୨୪ ଘଣ୍ଟା ବିରକ୍ତ, ସବୁବେଳେ ଗାଳି ଦଉଚ।ତେବେ ସୋନାଲି ତାଙ୍କୁ ଅନେକ ପ୍ରକାରର କଥା କହି ଗାଳି ଦେବାକୁ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *