ସିସିଟିଭିରେ ରେକର୍ଡ ହୋଇଗଲା,ନହେଲେ କେହି ବିଶ୍ବାସ କରିନଥାନ୍ତେ; ଦେଖନ୍ତୁ ଏକ ଆଶ୍ଚର୍ଯ୍ୟକର ଭିଡିଓ

ଅନେକ ସମୟରେ ଆପଣ କିଛି ଡକାୟତିର ଘଟଣା ସବୁ ଦେଖିବାକୁ ପାଉଥିବେ। କିଛି ଚୋରି ଏମିତି ରହିଛି ଯାହାକୁ ବିଶ୍ବାସ କରିବା ଆଦୌ ସହଜ ନୁହେଁ। କିଛି ଏମିତି ଅସାଧୁ ଲୋକ ରହିଛନ୍ତି ଯେଉଁମାନେ ସୁଯୋଗ ଦେଖି କିଛି ଏଭଳି ଡକାୟତି କରନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଏବଂ ଆଦୌ ବିଶ୍ବାସ କରି ହୁଏନାହିଁ।ଏଭଳି ଘଟଣା ତ ଆପଣ ଅନେକ ସମୟରେ ଆପଣଙ୍କର ଚତୁଃପାର୍ଶ୍ବରେ ଦେଖିବାକୁ ପାଉଥିବେ। ଯାହାକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇ ଯାଉଥିବେ। ତେବେ ସମାଜର ଏଭଳି ଦୃଶ୍ୟ ଏଭଳି ଆତଙ୍କରାଜ ସାଧାରଣ ଜନତାଙ୍କୁ ନିଶ୍ଚିତ ଭୟଭୀତ କରୁଛି।

କେତେବେଳେ କିଛି ଜିନିଷ ହରାଇବା ଭୟରେ ତ ପୁଣି କେତେବେଳେ ଜୀବନ ଚାଲିଯିବା ଭୟରେ ଆମେ ବାହାରକୁ ବାହାରିଲେ ମଧ୍ୟ ବିଚଳିତ ହୋଇପଡୁଛୁ। ତେବେ ଏକଥା ଆମେ ଏହିପାଇଁ କହୁଛୁ ଯେ କିପରି ଭାବରେ ସମାଜରେ ପ୍ରତିଦିନ ଏପରି ଅନେକ ଚୋରି ଡକାୟତିର ଘଟଣା ସାମ୍ନାକୁ ଆସିବାରେ ଲାଗିଛି ଯେଉଁଠି କେତେବେଳେ କାହାର ପରିଚୟ ମିଳୁଛି ତ ପୁଣି କାହାର ଆଦୌ ମିଳି ପାରୁନାହିଁ। ଅଳ୍ପସମୟରେ ଡକାୟତିର ସମ୍ମୁଖୀନ ହୋଇ କିଏ ମୂଲ୍ୟବାନ ସମ୍ପତ୍ତିକୁ ହରାଉଛି ତ ପୁଣି କାହାର ଜୀବନ ମଧ୍ୟ ଚାଲିଯାଉଛି। ତେଣୁ ଆଜିର ଏହି ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଏପରି ଅଜବ ଘଟଣା ସବୁ ଦେଖିବା ପାଇଁ ମିଳୁଛି।

ଯେଉଁପାଇଁ ଆମେ ସଚେତନ ରହିବା ଆବଶ୍ୟକ। ସେହିପରି ଏକ ଘଟଣା ବର୍ତ୍ତମାନ ନିକଟରେ ଘଟିଛି। ଯେଉଁ ଘଟଣାର ଭିଡିଓ ବର୍ତ୍ତମାନ ବହୁତ ସେୟାର ହେବାରେ ଲାଗିଛି। ଏହି ଭିଡିଓରେ ଯାହା ଦେଖିବାକୁ ମିଳିଛି ତାହା ସହଜରେ କେହି କେବେବି ଭାବିପାରିବେନି କି ବିଶ୍ବାସ କରି ପାରିବେ ନାହିଁ। ଏଠାରେ ଜଣେ ମହିଳା ଏକ ସପିଙ୍ଗ ମଲ୍ ଭିତରୁ କିପରି ଭାବରେ ଚୋରି କରୁଛନ୍ତି ତାହା ଦେଖନ୍ତୁ।

ଏକ ସୁଟକେସ ବ୍ୟାଗ୍ ଭିତରେ ଏକ ଝିଅକୁ ପୂରାଇ ମହିଳା ଜଣଙ୍କ ବ୍ୟାଗଟିକୁ ସେଠାରେ ଛାଡି ଚାଲି ଯାଉଛନ୍ତି। ଆଉ ଏହାପରେ ବ୍ୟାଗ୍ ଭିତରେ ଥବା ଝିଅଟି ମଲ ବନ୍ଦ ହେବାପରେ କ୍ୟାଶ କାଉଣ୍ଟର ଯାଇ ସବୁ ଟଙ୍କା ବାହାର କରିନେଉଛି ଏବଂ କିଛି ମୂଲ୍ୟବାନ ଜିନିଷ ଆଣି ବ୍ୟାଗରେ ମଧ୍ୟ ପୂରାଇ ନିଜେ ପୁଣି ବ୍ୟାଗ ଭିତରେ ପଶି ଚେନ ମାରି ଦେଉଛନ୍ତି।

ପରଦିନ ସକାଳେ ମଲ ମାଲିକ କାଉଣ୍ଟରରେ ଟଙ୍କା ନଥିବା ଦେଖୁ ଆଶ୍ଚର୍ଯ୍ୟ ହୋଇ ପୋଲିସକୁ ସୂଚନା ଦେଉଛନ୍ତି। ଆଉ ପୋଲିସ ଆସି ଏହାର ତଦନ୍ତ କରିବା ସମୟରେ ସେହି ମହିଳା ଜଣଙ୍କ ଆସି ବ୍ୟାଗକୁ ନେଉଥିବା ସମୟରେ ପୋଲିସ ବ୍ୟାଗଟିକୁ ସର୍ଚ୍ଚ କରିବାକୁ ଅଟକାଉଚି ଏବଂ ଦେଖିବାକୁ ପାଉଛିଯେ ବ୍ୟାଗ ଭିତରେ ସବୁ ଟଙ୍କା ଏବଂ ଝିଅଟି ରହିଛି। ଏହାକୁ ଦେଖୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଏପରି ଭାବରେ ଚୋରି କରିବାର ଉପାୟ ହୁଏତ ଆପଣ ଆଗରୁ କେବେ ଦେଖିନଥିବେ।

Leave a Reply

Your email address will not be published. Required fields are marked *