ଲତାଙ୍କର ପ୍ରକୃତ ନାଁ ଥିଲା କଣ ଓ କାହିଁକି ତାଙ୍କ ନାଁ ସହିତ ମଙ୍ଗେସକର ଯୋଡି ହେଲା ? ଜାଣନ୍ତୁ ପୁରା ସୂଚନା

ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପୁରା ନାମ ହେଉଛି କୁମାରୀ ଲତା ଦିନାନାଥ ମଙ୍ଗେସକର। ତାଙ୍କର ପିତାଙ୍କ ନାମ ଥିଲା ପଣ୍ଡିତ ଦିନାନାଥ ମଙ୍ଗେସକର। ଯିଏକି ଏକ ମରାଠୀ ଥିଏଟରରେ ଅଭିନୟ କରିବା ସହ ଜଣେ ନାଟ୍ଯ ସଙ୍ଗୀତଜ୍ଞ ମଧ୍ୟ ଥିଲେ। ଦିନାନାଥଙ୍କର ମାଆ ୟେଶୁବାଇ ଜଣେ ଦେବଦାସୀ ଥିଲେ ଓ ସେ ଗୋଆର ମଙ୍ଗେସୀ ଗାଁରେ ରହୁଥିଲେ। ସେହି ସମୟରେ ୟେଶୁବାଇ ମନ୍ଦିରରେ ଭଜନ କୀର୍ତ୍ତନ କରି ନିଜର ଜୀବନ ଅତିବାହିତ କରୁଥିଲେ। ସେହି ସମୟରୁ ହିଁ ଦିନାନାଥଙ୍କୁ ମଙ୍ଗେସକର ଟାଇଟଲ ମିଳିଥିଲା।

ଦିନାନାଥଙ୍କର ପ୍ରକୃତ ଟାଇଟଲ ଥିଲା ହାଡିକାଲ। କିନ୍ତୁ ସେ ପରେ ଏହା ବଦଳାଇ ନିଜ ଜନ୍ମସ୍ଥାନ ମଙ୍ଗେସୀ ନାଁରେ ମଙ୍ଗେସକର ବୋଲି ରଖିଥିଲେ। ଲତାଙ୍କର ପିଲାଦିନର ନାଁ ଥିଲା ହେମା। ଥରେ ଦିନାନାଥ ଭାବବନ୍ଧନ ନାମ ଏକ ନାଟକରେ ସେ ଅଭିନୟ କରିଥିଲେ। ସେହି ନାଟକରେ ଜଣେ ମହିଳା କଳାକାରଙ୍କର ନା ଲତିକା ଥିଲା। ସେବେ ଦିନାନାଥଙ୍କୁ ଏହି ନାଁ ଏତେ ପସନ୍ଦ ଆସିଥିଲାଯେ ସେ ନିଜର ଝିଅଙ୍କ ନାଁ ବଦଳାଇ ଲତା ରଖିଥିଲେ।

ସେହି ଛୋଟ ଝିଅ ହେମା ଆଜି ସାରା ଦୁନିଆରେ ଲତା ମଙ୍ଗେସକର ନାକୁ ବିଖ୍ୟାତ ହୋଇ ସାରିଛନ୍ତି। ସେହି ଲତା ଆଜି ସବୁଦିନ ପାଇଁ ଶୋଇଯାଇଛି। ସଙ୍ଗୀତ ଦୁନିଆକୁ ଅନେକ ଗାୟକ ଏବଂ ଗାୟିକା ଆସିବେ ଏବଂ ଯିବେ ମଧ୍ୟ। କିନ୍ତୁ ଲତା ସବୁବେଳେ ଶ୍ରୋତାଙ୍କ ମନରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବେ। ଲତାଙ୍କର ସଙ୍ଗୀତ ଶ୍ରୋତାଙ୍କୁ ବାନ୍ଧି ରଖୁଥିଲା।

ଲତାଙ୍କୁ ସଙ୍ଗୀତର ଯାଦୁଗରିଣୀ କହିଲେ ମଧ୍ୟ ଅତ୍ଯୁକ୍ତି ହେବ ନାହିଁ। ଦୀର୍ଘ ୮ ଦଶନ୍ଧିରୁ ତିନି ପିଢିର ଲୋକ ଲତାଙ୍କର ଗୀତର ଦିୱାନା ଅଟନ୍ତି। ସଙ୍ଗୀତ ଦୁନିଆରେ ପାଦ ଦେଉଥିବା ନବ ପ୍ରତିଭାଙ୍କ ପାଇଁ ଲତା ଜଣେ ଦେବୀ ସଦୃଶ ଅଟନ୍ତି। ନିଜ ସଙ୍ଗୀତ ଜାଦୁରେ ସେ ନିଜ ନାଁରେ ଏକାଧିକ ଜାତୀୟ ପୁରସ୍କାର କରି ଯାଇଛନ୍ତି। ଭାରତ ରତ୍ନ ଓ ଦାଦାସାହେବ ଫାଲକେ ପରି ବଡ ସମ୍ମାନଜନକ ପୁରସ୍କାର ମଧ୍ୟ ସେ ନିଜ ନାଁରେ କରିଛନ୍ତି। ଦୁନିଆରେ ଯେତେଦିନ ପର୍ଯ୍ୟନ୍ତ ସଙ୍ଗୀତ ଥିବା ସେତେଦିନ ପର୍ଯ୍ୟନ୍ତ ଲତା ମଙ୍ଗେସକରଙ୍କ ସଙ୍ଗୀତ ଦୁନିଆରେ ଚିର ଅମର ହୋଇ ରହିବ।

Leave a Reply

Your email address will not be published. Required fields are marked *