ପୁନେର ଏକ କପୁଲ କଲେ ବ୍ଲକଚେନ ବିବାହ,ଭାରତରେ ଏମିତି ବିବାହ ପ୍ରଥମ,ଜାଣନ୍ତୁ ଏ ବିବାହ ବିଷୟରେ

କରୋନା ଭାଇରସ୍ ବିବାହ କରିବାର ତରିକାକୁ ବଦଳାଇ ଦେଇଛି | ବର୍ତ୍ତମାନ ଦମ୍ପତିମାନେ ଡିଜିଟାଲ୍ ମାଧ୍ୟମରେ ସମସ୍ତ ରୀତିନୀତି କରୁଛନ୍ତି | ଅତିଥିମାନେ ମଧ୍ୟ ଅନଲାଇନରେ ବର ଆଉ କନିଆଙ୍କୁ ଆଶୀର୍ବାଦ ଦେଉଛନ୍ତି | ସେହିପରି ଫୁଡ଼ ଡେଲିଭରି କମ୍ପାନୀ ଦ୍ୱାରା ଘରକୁ ପାର୍ଟୀର ଖାଇବା ଆସି ପହଞ୍ଜିଯାଏ | କିନ୍ତୁ ବର୍ତ୍ତମାନ ଗୋଟେ ଦମ୍ପତି ନୂଆ ଢଙ୍ଗରେ ବିବାହର ଆୟୋଜନ କରିଛନ୍ତି | ପୁନେରେ ରହୁଥିବା ଅନିଲ ନରସିପୁରମ୍ ଆଉ ଶ୍ରୁତି ନୈର ବ୍ଲକ୍-ଚେନ୍ ରେ ବିବାହ କରିଛନ୍ତି | କୁହାଯାଉଛି ଯେ ଏହା ଦେଶର ପ୍ରଥମ ଦମ୍ପତି ଅଟନ୍ତି,ଯିଏ କି ନିଜ ବିବାହକୁ ଏହିପରି ସମ୍ପନ୍ନ କରିଛନ୍ତି |

ପ୍ରକୃତରେ, 2021 ମସିହାରେ ଅନିଲ ଆଉ ଶ୍ରୁତି କୋଭିଡ -19 (COVID-19) କାରଣରୁ ଅନଲାଇନ୍ ବିବାହର ଆୟୋଜନ କରିଥିଲେ | ଯାହାକୁ ପଣ୍ଡିତ ଡିଜିଟାଲ୍ ଦ୍ୱାରା ସମ୍ପନ୍ନ କରିଲେ | ବର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହାର ସୂଚନା ଦେଇଥିଲେ | ଏହା ଏଥେରମ୍ ସ୍ମାର୍ଟ କଣ୍ଟାକ୍ଟସ୍ ସହିତ କରାଯାଇଥିଲା | ଏନଫଣ୍ଟ ବନେଇବା ପାଇଁ କନିଆଙ୍କ ମୁଦିର ବ୍ୟବହାର କରାଯାଇଛି | ଦମ୍ପତିଙ୍କ ଫଟୋକୁ ଏମ୍ବେଡ୍ କରାଯାଇଥିଲା |

ଗୁଗୁଲ୍ ମିଟ୍ ରେ ପରିବାର ଲୋକ ଦେଖିଲେ ସମାରୋହ:-

ଏହା କୁହାଯାଉଛି ଯେ ଦମ୍ପତିଙ୍କ କାର୍ଯ୍ୟ ପାଇଁ କ୍ରିପ୍ଟୋକରେନ୍ସି ୱାଲେଟ୍ (Cryptocurrency Wallet) ସେଟଅପ୍ କରାଯାଇଥିଲା | ଅନିଲ ନରସିପୁରାମ କହିଛନ୍ତି ଯେ ତାଙ୍କ ଡିଜିଟାଲ ପଣ୍ଡିତ ଅନୁପ ପାକ୍କି (Anoop Pakki) ଓପନ୍ ସିଇ (OpenSea) ରେ NFT କରି ମୋତେ ସ୍ଥାନାନ୍ତର କରିଛନ୍ତି। ଯାହା ପରେ ଦୁହେଁ ଲାପଟପ୍ ସହିତ ବସିଥିଲେ | ଗୁଗୁଲ୍ ମିଟ୍(Google Meet) ରେ ତାଙ୍କ ସମ୍ପର୍କୀୟମାନେ ଏହି ସମାରୋହକୁ ଦେଖିଥିଲେ |

NFTକୁ ଡିଜିଟାଲ ୱାଲେଟକୁ କରିଲେ ଟ୍ରାନ୍ସଫର :-

ଅନିଲ ନରସିପୁରାମ୍ କହିଛନ୍ତି ଯେ ଏହି ଟ୍ରାନଯାକ୍ସନ ମାତ୍ର 15 ମିନିଟର ପଙ୍କସନ୍ ରେ ପୁରା କରାଗଲା | ସିଏ ସବୁ ବଚନକୁ ପଢିଲେ ଆଉ ପାଣ୍ଡତଙ୍କ ଆଶ୍ରିବାଦ ନେବା ସହିତ NFT କୁ ନିଜ ପତ୍ନୀଙ୍କ ଡିଜିଟାଲ୍ ୱାଲେଟକୁ ଟ୍ରାନ୍ସଫର କରିଦେଲେ | ଏହି ଟ୍ରାନଯାକ୍ସନ ପୁରା ହେବା ମାତ୍ରେ ହିଁ ପଣ୍ଡିତ ଏହି ଦମ୍ପତିଙ୍କୁ ସ୍ୱାମୀ-ସ୍ତ୍ରୀ ବୋଲି ଘୋଷଣା କରିଦେଲେ |

କଣ ଅଟେ ଏହି NFT ?

NFT ର ମାନେ ଅନ-ଫଜିବଲ୍ ଟୋକନ୍ ଅଟେ | ଏହା ଗୋଟେ ପ୍ରକାରର ଡିଜିଟାଲ ସମ୍ପତ୍ତି ଅଟେ | ଏହାକୁ ବ୍ଲକ୍ ଚେନ୍ ଟେକ୍ନୋଲୋଜି ଦ୍ୱାରା କଣ୍ଟ୍ରୋଲ କରାଯାଏ | ଏହା ସାହାଯ୍ୟରେ GIF, ଫଟୋ, ଭିଡିଓ କ୍ଲିପ୍, ପେଣ୍ଟିଂ ଆଉ ଅନ୍ୟାନ୍ୟ ମୂଲ୍ୟବାନ ଡିଜିଟାଲ୍ ସମ୍ପତ୍ତିର ମାଲିକାନା ନିର୍ଣ୍ଣୟ କରାଯାଇଥାଏ | NFT କୁ ଭଲ ଭାବରେ ବୁଝିବା ପାଇଁ, ଆମେ ଏହାକୁ ନିଲାମ ପରି ଚିନ୍ତା କରିପାରିବା | ଧରାଯାଉ କି କିଛି ଏହିପରି ଜିନିଷ ଅଛି | ଯାହାର ଅନ୍ୟ କପି ନାହିଁ | ଲୋକମାନେ NFT କରି ଟଙ୍କା ରୋଜଗାର କରନ୍ତି | NFT କ୍ରିପ୍ଟୋକରେନ୍ସି ମାଧ୍ୟମରେ କରାଯାଇଥାଏ |

Leave a Reply

Your email address will not be published. Required fields are marked *