ମହିଳା ଜଣକ ୫ ମାସର ସନ୍ତାନକୁ ଦେଲେ ଜନ୍ମ ,ଓଜନ ମାତ୍ର ଅଧା କିଲୋ ଟମାଟୋ ଯେତିକି ସେତିକି,ଏପର୍ଯ୍ୟନ୍ତ ମଧ୍ୟ ଜୀବିତ ଅଛି ।

କୌଣସି ବି ମହିଳାର ଜୀବନକୁ ସେତେବେଳେ ସଂପୂର୍ଣ୍ଣ କୁହାଯାଏ ଯେତେବେଳେ ସେ ମା ହୁଏ କାରଣ ମାତୃତ୍ୱର ସୁଖ ତାର ଅନୁଭବ ସବୁ ସମ୍ପର୍କଠାରୁ ଅଲଗା ହୋଇଥାଏ । ଯେତେବେଳେ ମହିଳା ପ୍ରଥମ ଥର ପାଇଁ ମାଆ ହୁଅନ୍ତି, ତାର ଅନୁଭବ କ’ଣ ହୋଇଥାଏ ତାହା କେବଳ ଜଣେ ମା ହିଁ ବୁଝିପାରେ । ଜଣେ ନାରୀର ଭେଟ ନିଜ ଛାଇ ସହ ହୋଇଥାଏ, ଯାହକୁ ସେ ନିଜ ପିଲା ଭାବରେ ପାଇଥା’ନ୍ତି ।ପ୍ରଥମ ଥର ପାଇଁ ମା ହେବାର ଅନୁଭବ ବହୁତ ଭିନ୍ନ ଏବଂ ସୁଖଦ ହୋଇଥାଏ ।

କିନ୍ତୁ ପ୍ରାୟତ ଦେଖାଯାଇଛି କି କୌଣସି ନା କୌଣସି କାରଣରୁ ପିଲା ଏହି ଦୁନିଆକୁ ଛାଡି ଚାଲିଥାଏ କିମ୍ବା କିଛି ଗମ୍ଭୀର ରୋଗରେ ପୀଡିତ ହୋଇଯାଇଥାଏ । ଏପରି ପରିସ୍ଥିତିରେ, ମା’ଙ୍କ ଉପରେ କ’ଣ ବିତିଥାଏ ତାହା କହିବା ଅତ୍ୟନ୍ତ କଷ୍ଟକର । ଏମିତି କୁହାଯାଏ ନା କି ଉଭୟ ଜୀବନ ଆଉ ମୃତ୍ୟୁ ଉପର ୱାଲାର ହାତରେ ଅଛି ।

ଯଦି ଇଶ୍ବର ଚାହାଁନ୍ତି କି କାହାର ମୁତ୍ୟୁ ହୋଇଯାଉ,ତେବେ ଚାଲି ବୁଲି ପାରୁଥିବା ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ କ୍ଷଣିକ ମଧ୍ୟରେ ଦୁନିଆ କୁ ଛାଡି ଚାଲିଯାଆନ୍ତି । ଅନ୍ୟ ପଟେ,ଯଦି ଭଗବାନ କାହାର ଭାଗ୍ୟରେ ଜୀବନ ବଂଚିବା ଲେଖିଛନ୍ତି, ତେବେ ବଡ ରୁ ବଡ଼ ବିପର୍ଯ୍ୟୟ ମଧ୍ୟ ତାର କୌଣସି କ୍ଷତି ପହଞ୍ଚାଇ ପାରେ ନାହିଁ ।ଆଜ୍ଞା ହଁ, ପ୍ରାୟତ ଆମ ସମସ୍ତେ ନିଶ୍ଚିତ ଭାବରେ ଆମ ଆଖପାଖର ଲୋକଙ୍କଠାରୁ ଏହା ଶୁଣିଥିବା କିମ୍ବା ଆମ ଆଖପାଖର ଲୋକଙ୍କ ସହିତ ଏହା ଘଟୁଥିବାର ଦେଖିଥିବା ।

ଅନେକ ଥର ଏମିତି ବି ହୋଇଥାଏ ଯେ ଆମ ଜୀବନରେ ଏପରି କିଛି ଘଟଣା ଘଟିଯାଏ ଯାହା କେବେ ଆମ ହାତରେ ନଥାଏ କିନ୍ତୁ ତଥାପି ଏହାପରେ ମଧ୍ୟ ଆମକୁ ଭାଗ୍ୟ ଉପରେ ବିଶ୍ୱାସ କରିବାକୁ ପଡିଥାଏ । ଏହିପରି ଅନେକ ଘଟଣା ଆମ ସାମ୍ନାରେ ଘଟିଯାଏ କିମ୍ବା ଆମେ ଶୁଣିବାକୁ ପାଇଥାଉ, ଯାହା ଉପରେ ବିଶ୍ୱାସ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ ।ଏହି ସମୟ ଭିତରେ,ସୋସିଆଲ ମିଡିଆରେ ଗୋଟେ ଶିଶୁର ଜନ୍ମ ସହ ଜଡିତ ଫୋଟୋ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି ।

ଏହା କୌଣସି ସାଧାରଣ ପିଲା ନୁହେଁ ।ଆଜ୍ଞା ହଁ,ଏହାକୁ ଏକ ଚମତ୍କାର କୁହାଯାଉଛି କାରଣ ଏହି ଶିଶୁଟି ମାତ୍ର ୪ମାସର ଅଟେ । ସାଧାରଣତଃ ଜଣେ ମହିଳା ୯ମାସରେ ଶିଶୁକୁ ଜନ୍ମ ଦିଅନ୍ତି କିନ୍ତୁ ଏହି ଶିଶୁର କାହାଣୀ ସମସ୍ତଙ୍କୁ ଆକର୍ଷିତ କରିଦେଇଛି । ଏହି ଶିଶୁର ଓଜନ ପ୍ରାୟ ଅଧା କିଲୋ ଟମାଟୋ ଯେତିକି ହୋଇଛି ।

ବାସ୍ତବରେ, ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ତାହା ଇଂଲଣ୍ଡରୁ ସାମ୍ନାକୁ ଆସିଛି । ଇଂଲଣ୍ଡର କେମ୍ବ୍ରିଜଶାୟରରେ ରହୁଥିବା କିମ୍ବର୍ଲି ବୟେର୍ସ ଏବଂ ତାଙ୍କ ସ୍ୱାମୀ ଗ୍ଲେନ୍ ପିଲାଟିକୁ ୭ମାସ ହେବା ପରେ ଏହି ଚିତ୍ର ସେୟାର କରିଛନ୍ତି । ଏହି ଚିତ୍ର ଶେୟାର କରି ଏହି ଦମ୍ପତି ପ୍ରକାଶ କରିଛନ୍ତି ଯେ ଯେତେବେଳେ ତାଙ୍କ ପୁଅ ରୋରି ର ଜନ୍ମ ହୋଇଥିଲା,ସେତେବେଳେ ତାକୁ ମାତ୍ର ୪ମାସ ହୋଇଥିଲା ଏବଂ ଓଜନ ମାତ୍ର ୬୦୦ ଗ୍ରାମ ଥିଲା ।

ଯେତେବେଳେ କିମ୍ବର୍ଲି ଗର୍ଭବତୀ ଥିଲେ,ସେତେବେଳେ ବାରମ୍ବାର ତାଙ୍କ ପେଟ ଖରାପ ରହୁଥିଲା ।ଏହା ସହିତ, ସେ ୧୪ ଟି ରକ୍ତଦାନ ଏବଂ ଅନେକ ପ୍ରକାରର ଆଣ୍ଟିବାୟୋଟିକ୍ ଖାଇ ସେ ତାଙ୍କର ଗର୍ଭଧାରଣର ସମୟକୁ ଅତିବାହିତ କରିଥିଲେ ।କିନ୍ତୁ ଏହି ସମୟ ରେ, ହଠାତ୍ ପଞ୍ଚମ ମାସରେ,ତାଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଗଲା,ଯାହା ପରେ ସେ ହସ୍ପିଟାଲରେ ତାଙ୍କର ୪ମାସର ପୁଅକୁ ଜନ୍ମ ଦେଇଥିଲେ ।

କିମ୍ବର୍ଲି ସିଜରିଆନ୍ ମାଧ୍ୟମରେ ତାଙ୍କ ପୁଅକୁ ଜନ୍ମ ଦେଇଥିଲେ । ଯେତେବେଳେ ରୋରି ଜନ୍ମ ହେଲା,ସେତେବେଳେ ତା ଓଜନ ଗୋଟେ ଟମାଟୋ କେନ ଯେତିକି ଥିଲା । ବିଦେଶରେ ୬୦୦ ଗ୍ରାମର ଏକ କେନ ଆସିଥାଏ,ଯେଉଁଥିରେ ପ୍ରାୟ ଅଧା କିଲୋ ଟମାଟୋରେ ଭରା ହୋଇଥାଏ । ୪ ମାସ ପୂର୍ବେ ଜନ୍ମ ହୋଇଥିବା ଏହି ଶିଶୁକୁ ଡାକ୍ତରଙ୍କ ନଜର ସାମ୍ନା ରେ ରଖିବାକୁ ପଡୁଛି କାରଣ ଏହାର ସମ୍ପୂର୍ଣ୍ଣ ବିକାଶ ହୋଇପାରିନାହିଁ । ୭ମାସ ହେବା ପରେ ମଧ୍ୟ ରୋରୀ ଡାକ୍ତରଙ୍କ ପାଖରେ ରହୁଛି ।

ଆପଣଙ୍କୁ ଜଣେଇଦେଉଛୁ ଯେ ଯେତେବେଳେ ତାଙ୍କ ପିଲା ଦୁନିଆକୁ ଆସିଲା,ତ ସେ ସେହି ସମୟଠାରୁ ଆଜି ପର୍ଯ୍ୟନ୍ତର ଯାତ୍ରାରେ ଏପରି ଅନେକ ମୁହୂର୍ତ୍ତର ସମ୍ମୁଖୀନ ହୋଇଛନ୍ତି, ଯେତେବେଳେ ଲାଗୁଥିଲା ଯେ ତାଙ୍କ ପିଲା ଦୁନିଆରେ ଆଉ ବଞ୍ଚି ପାରିବ ନାହିଁ, କିନ୍ତୁ ହସ୍ପିଟାଲର ୱାଲାଙ୍କ ସହଯୋଗରେ ବର୍ତ୍ତମାନ ରୋରୀ ୭ ମାସର ହୋଇସାରିଛି ଆଉ ବର୍ତ୍ତମାନ ବିପଦରୁ ବାହାରି ସାରିଛି । ରୋରି ଏବେବି ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛି । କିମ୍ବର୍ଲି ଜଣେ ନାନୀ ଅଟନ୍ତି ଏବଂ ସେ କେମ୍ବ୍ରିଜ୍ର ଆଡେନବ୍ରୋକ୍ ହସ୍ପିଟାଲରେ ପ୍ରତିଦିନ ତାଙ୍କ ଶିଶୁକୁ ଦେଖା କରିବାକୁ ଆସନ୍ତି । ଏବେ ଦୁହେଁ ନିଜ ପିଲାକୁ ଘରକୁ ନେଇଯିବା ସମୟକୁ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *