ପ୍ରେମର ସପ୍ତାହ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ ର ସପ୍ତାହ, ଯାହା ୭ ଫେବୃଆରୀ ୨୦୨୨ ରୁ ଆରମ୍ଭ ହେବାକୁ ଯାଉଛି । ଆଶା ଅଛି କି ପ୍ରେମର ଏହି ମାସରେ ଆପଣଙ୍କୁ କେହି ଏମିତି ମିଳିଯାଉ ଯିଏ ନା କେବଳ ତୁମକୁ ଏହି ସପ୍ତାହର ପ୍ରତ୍ୟେକ ଦିନର ଶୁଭେଚ୍ଛା ଦେବ ବରଂ ତୁମ ସହିତ ତାକୁ ପାଳନ ବି କରିବ । ଭାଲେଣ୍ଟାଇନ୍ସ ଡେ ସପ୍ତାହ ୭ଫେବୃଆରୀ ରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ, ଯାହାର ପ୍ରତ୍ୟେକ ଦିନ ପ୍ରେମୀମାନଙ୍କ ପାଇଁ ଅତ୍ୟନ୍ତ ଖାସ ହୋଇଥାଏ । ତେଣୁ ଏଠାରେ ଆମେ ଆପଣଙ୍କୁ ଭାଲେଣ୍ଟାଇନ୍ ର ପୁରା ଇତିହାସ ସହିତ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜଣାଉଛୁ କି କେଉଁ ଦିନ କେଉଁ ଡେ ହୋଇଥାଏ ।
ଭାଲେଣ୍ଟାଇନ୍ସ ଡେ ର ଆରମ୍ଭ କେମିତି ହେଲା ?
ଏହି କାହାଣୀ ୨୭୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଥିଲା ।ବାସ୍ତବରେ, ସେହି ସମୟରେ ରୋମାନ୍ ସାମ୍ରାଜ୍ୟରେ କ୍ଲାଉଡିୟସ୍ ଗୋଥିକସ୍ ନାମକ ଜଣେ ବ୍ୟକ୍ତି ଥିଲେ । ବିଶ୍ୱାସ କରାଯାଏ ଯେ ସେ ପ୍ରେମ ସମ୍ପର୍କ ଏବଂ ବିବାହ ବିରୁଦ୍ଧରେ ଅତ୍ୟନ୍ତ କଠୋର ଥିଲେ । ସେ ବିଶ୍ୱାସ କରୁଥିଲେ ଯେ ପ୍ରେମ କିମ୍ବା ବିବାହ ଦ୍ୱାରା ସୈନିକମାନେ ସେମାନଙ୍କର ଲକ୍ଷ୍ୟ ଭୁଲିଯାଆନ୍ତି ଏବଂ ଯୁଦ୍ଧରେ ହାରିଯାଆନ୍ତି । ସେଥିପାଇଁ ସେ ସୈନିକମାନଙ୍କ ବିବାହ ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ସେହି ରାଜ୍ୟରେ ‘ଭାଲେଣ୍ଟାଇନ୍’ ନାମକ ଜଣେ କ୍ୟାଥୋଲିକ୍ ସାଧୁ ଥିଲେ, ଯିଏ ଏହି ଆଦେଶକୁ ବିରୋଧ କରିଥିଲେ। କ୍ଲାଉଡିୟସ୍ ସାଧୁ ଭାଲେଣ୍ଟାଇନ୍ସକୁ ହତ୍ୟା କରିଥିଲେ। ସାଧୁ ଭାଲେଣ୍ଟାଇନ୍ ଯେଉଁ ଦିନ ବଳିଦାନ ଦେଇଥିଲେ ସେହି ଦିନ ଫେବୃଆରୀ ୧୪ଥିଲା ବୋଲି ବିଶ୍ୱାସ କରାଯାଏ । ସେବେଠାରୁ ଏହି ଦିନ ଭାଲେଣ୍ଟାଇନ୍ସ ଡେ ଭାବରେ ପାଳନ କରାଗଲା ।
ଭାଲେଣ୍ଟାଇନ୍ ସପ୍ତାହର ସମ୍ପୂର୍ଣ୍ଣ ତାଲିକା-
୭ ଫେବୃଆରୀ ୨୦୨୨- ରୋଜ ଡେ (Rose Day)
ପ୍ରେମର ପ୍ରଥମ ଦିନର ଆରମ୍ଭ ଏକ ସୁନ୍ଦର ଗୋଲାପ ସହିତ କରନ୍ତୁ । ଆଜ୍ଞା ହଁ, ଭାଲେଣ୍ଟାଇନ୍ସ ଡେ ସପ୍ତାହର ପ୍ରଥମ ଦିନ ହେଉଛି ରୋଜ୍ ଡେ । ଏହି ଦିନ ଆପଣ ଯାହାକୁ ଚାହିଁବେ ତାକୁ ଗୋଲାପ ଦେଇପାରିବେ ।
୮ଫେବୃଆରୀ ୨୦୨୨- ପ୍ରପୋଜ ଡେ (Propose Day)
ଏବେ ଆଉ ଭାବୁଛନ୍ତି କ’ଣ,ଦିନ ତ କହୁଛି ତେବେ କହିଦିଅନ୍ତୁ ନିଜ ମନର କଥା । କହିବାକୁ ଗଲେ, ଫେବୃଆରୀ ୮ ହେଉଛି କାହାକୁ ପ୍ରପୋଜ କରିବାର ଦିନ ।
୯ ଫେବୃଆରୀ ୨୦୨୨ – ଚକୋଲେଟ ଡେ (Chocolate Day)
କିଛି ମିଠା ହେଇଯାଉ… ଆଜ୍ଞା ହଁ, ଏହି ଦିନ ଆପଣଙ୍କ ସାଥୀଙ୍କୁ ଚକୋଲେଟ୍ ଦେବାର ଦିନ ହୋଇଥାଏ । ଅର୍ଥାତ ପ୍ରେମର ଆରମ୍ଭ ମିଠା ମିଠା ସ୍ମୃତି ସହିତ ହେଉ ।
୧୦ ଫେବୃଆରୀ ୨୦୨୨ – ଟେଡି ଡେ ( Teddy day )
ଭାଲେଣ୍ଟାଇନ୍ ସପ୍ତାହର ଚତୁର୍ଥ ଦିନ ଟେଡି ଡେ ନାମରେ ଜଣାଶୁଣା । ଏହି ଦିନ ପ୍ରେମୀ ନିଜ ପ୍ରେମୀକା କୁ ସୁନ୍ଦର ସୁନ୍ଦର ଟେଡି ବୀୟର ଉପହାର ସ୍ୱରୂପ ଦେଇଥାନ୍ତି ।
୧୧ ଫେବୃଆରୀ ୨୦୨୨ – ପ୍ରମିସ ଡେ (Promise Day)
ଏହି ଦିନ ନିଜ ନିଜ ଲଭ ପାର୍ଟନର କୁ କିଛି ପ୍ରତିଶ୍ରୁତି କରାଯାଇ ଥାଏ,ତେବେ ଏହି ଦିନ ନିଜ ସାଥ କୁ ନିଶ୍ଚିତ ପ୍ରତିଶ୍ରୁତି କରିନିଅନ୍ତୁ । ସେ ପ୍ରତିଶ୍ରୁତି ସର୍ବଦା ସାଥିରେ ରହିବାର ବି ହୋଇପାରେ ।
୧୨ ଫେବୃଆରୀ ୨୦୨୨ – ହଗ ଡେ (Hug Day)
ଏମିତିରେ ତ ଆଲିଙ୍ଗନ କରିବାର କୌଣସି ଦିନ ନଥାଏ । କିନ୍ତୁ ଦିନର ନାମ ହିଁ ହେଉଛି ହଗ ଡେ ତେଣୁ ନିଜ ସାଥୀଙ୍କୁ ଯାଦୁ କି ଝପି ତ ଦେବା ଦରକାର ନା ।
୧୩ ଫେବୃଆରୀ ୨୦୨୨ – କିସ ଡେ (Kiss Day)
ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଫେବୃଆରୀ ୧୩ ରେ କିସ୍ ଡେ ଆସିଥାଏ । ଏହି ଦିନ,ନିଜ ପ୍ରେମିକ /ପ୍ରେମିକା ନିଜ ସାଥୀକୁ ଚୁମ୍ବନ ଦେଇ ପ୍ରେମ ବ୍ୟକ୍ତ କରନ୍ତି ।
୧୪ ଫେବୃଆରୀ ୨୦୨୨ – ଭାଲେଣ୍ଟାଇନ୍ସ ଡେ ( Valentine’s Day )
… ଏବଂ ଶେଷରେ ଆସିଗଲା ଭାଲେଣ୍ଟାଇନ୍ସ ଡେ । ଏହି ଦିନ, ନିଜ ସାଥୀଙ୍କୁ ନିଜ ମନର କଥା କହିଦିଅନ୍ତୁ । ମାନେ କହିଦିଅନ୍ତୁ ଆଇ ଲଭ ୟୁ …