ଅର୍ଜୁନ କପୁରଙ୍କୁ ଘରର ଜ୍ୱାଇଁ ବନେଇବାକୁ ଚାହୁଁଥିଲେ ସାଲମାନ୍ ଖାନ୍,କିନ୍ତୁ ଏହି କାରଣରୁ ଅଧାରେ ରହିଗଲା ସବୁକିଛି !

ଅର୍ଜୁନ କପୁର ଆଉ ମଲାଇକା ଆରୋଡା ବର୍ତ୍ତମାନ ଏକ ଷ୍ଟ୍ରଙ୍ଗ ରେଲେସନ-ସିପ୍ ରେ ଅଛନ୍ତି | ଏହି ସମ୍ପର୍କ ପାଇଁ ଅର୍ଜୁନ ଆଉ ସଲମାନ ଖାନଙ୍କ ମଧ୍ୟରେ…. ଜହ୍ନ ହୋଇସାରିଛି | କିନ୍ତୁ ଗୋଟେ ସମୟ ଏମିତିବି ଥିଲା କି ଯେତେବେଳେ ସଲମାନ ଅର୍ଜୁନଙ୍କୁ ବହୁତ ପସନ୍ଦ କରୁଥିଲେ | ଏତିକି ନୁହେଁ, ସେ ତାଙ୍କୁ ନିଜ ଘରର ଜ୍ୱାଇଁ କରିବାକୁ ଚାହୁଁଥିଲେ | ପ୍ରକୃତରେ ସେହି ଦିନମାନଙ୍କରେ ଅର୍ଜୁନ ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କୁ ଡେଟ କରୁଥିଲେ |

ଅର୍ଜୁନଙ୍କର ପ୍ରଥମ ପ୍ରେମ ଥିଲେ ଅର୍ପିତା :-

ଯେତେବେଳେ ଅର୍ଜୁନ 18 ବର୍ଷ ବୟସର ହୋଇଥିଲେ, ସେତେବେଳେ ହିଁ ତାଙ୍କୁ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସହ ପ୍ରେମ ହୋଇଯାଇଥିଲା | ସେତେବେଳେ ଅର୍ଜୁନ 140 କିଲୋର ଥିଲେ | ସେ ଅର୍ପିତାଙ୍କ ପ୍ରେମରେ ପାଗଳ ଥିଲେ | ଅର୍ପିତା ତାଙ୍କର ପ୍ରଥମ ଆଉ ସତ ପ୍ରେମ ଥିଲେ | ସଲମାନ ଖାନ ଙ୍କୁ ମଧ୍ୟ ଏହି ସମ୍ପର୍କ ବିଷୟରେ ଜଣାଥିଲା | ସେବି ଅର୍ଜୁନଙ୍କୁ ପସନ୍ଦ କରିବାକୁ ଲାଗିଥିଲେ | ଏମିତିକି ଭାଇଜାନ ଚାହୁଁଥିଲେ କି ଅର୍ଜୁନ ଆଉ ଅର୍ପିତା ସବୁଦିନ ପାଇଁ ସାଥି ହୋଇ ରୁହନ୍ତୁ | କିନ୍ତୁ ଭାଗ୍ୟର କିଛି ଅଲଗା ହିଁ ଇଚ୍ଛା ଥିଲା |

ଅର୍ପିତାଙ୍କୁ ନେଇ ସିରିଅସ୍ ଥିଲେ ଅର୍ଜୁନ :-

ଅର୍ଜୁନ ଅର୍ପିତାଙ୍କୁ ନେଇକରି ବହୁତ ସିରିଅସ୍ ଥିଲେ | ସେ ଏହାକୁ ନେଇ ଅନେକ ସପ୍ନ ମଧ୍ୟ ସଜେଇ ଦେଇଥିଲେ | ସେ ଭାବିଥିଲେ ଯେ ତାଙ୍କ ଜୀବନ ଏବେ ପୁରା ସେଟ ଅଛି ବୋଲି | ତାଙ୍କୁ ତାଙ୍କ ସପ୍ନର ପରି ମିଳିଯାଇଛି | ଅର୍ଜୁନ ପାଖା-ପାଖି 2ବର୍ଷ ଯାଏ ଅର୍ପିତାଙ୍କୁ ଡେଟ କଲେ | କିନ୍ତୁ ପରେ 2003 ରେ ତାଙ୍କୁ ତାଙ୍କ ଜୀବନର ସବୁଠାରୁ ବଡ ଝଟକା ଲାଗିଲା |

ଏହି କାରଣରୁ ହେଲା ବ୍ରେକ୍-ଅପ୍ :-

ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ ସେ ଅର୍ଜୁନ କପୁର ନଥିଲେ ବରଂ ଅର୍ପିତା ଖାନ ଥିଲେ ଯିଏ କି ସେ ସଂପର୍କ ଭାଙ୍ଗିଥିଲେ | ଅର୍ଜୁନ କେବେ ବି ଅର୍ପିତାଙ୍କ ସହ ନିଜ ସମ୍ପର୍କ ଭାଙ୍ଗିବାକୁ ଚାହୁଁନଥିଲେ | ସେ ସେହି ଦିନଗୁଡ଼ିକରେ ନିକଖିଲ ଆଡଭାନୀଙ୍କ ଫିଲ୍ମ ‘ସଲାମ-ଇ-ଇଶ୍କ’ରେ ଆଶିଷ୍ଟ କରୁଥିଲେ | ସେତେବେଳେ ତାଙ୍କର ହିରୋ ଵନିବାର ମଧ୍ୟ କୌଣସି ଉଦେଶ୍ୟ ନଥିଲା | ପୁଣି ଅଚାନକ ଗୋଟେ ଦିନ ଅର୍ପିତା ଆସିଲେ ଆଉ କହିଲେ କି ଆମେ ଏହି ସମ୍ପର୍କ ଭାଙ୍ଗୁଛେ | ଏହା ଶୁଣି ଅର୍ଜୁନଙ୍କ ପାଦ ତାଳି ମାଟି ଖସିଗଲା |

ବ୍ରେକଅପ୍ ପରେ ମଧ୍ୟ ଅର୍ଜୁନଙ୍କୁ ସପୋର୍ଟ କରିଥିଲେ ସଲମାନ :-

ବ୍ରେକଅପ୍ ପରେ ଅର୍ଜୁନ ସମ୍ପୂର୍ଣ ଭାବେ ଭାଂଗିପଡ଼ିଥିଲେ | ଏଭଳି ପରିସ୍ଥିତିରେ ସଲମାନ ତାଙ୍କୁ ସାହାରା ଦେଇଥିଲେ | ତାଙ୍କୁ ମଧ୍ୟ ଏହି ବ୍ରେକଅପ୍ ର ଖବର ଶୁଣି ଝଟକା ଲାଗିଥିଲା | ସିଏ ଅର୍ଜୁନଙ୍କୁ ଜୀବନରେ ଆଗକୁ ଯିବାକୁ ମୋଟିଭେଟ କଲେ | ତାଙ୍କରି କାରଣରୁ ଅର୍ଜୁନ ନିଜ ଓଜନ କମେଇଲେ ଆଉ ଫିଲ୍ମିରେ ଭଲ ହିରୋ ହେବାର ଭାବିଲେ | ସଲମାନ ମଧ୍ୟ ତାଙ୍କର ଏହି କାମରେ ତାଙ୍କୁ ବହୁତ ହେଲ୍ପ କରିଲେ

ସଲମାନଙ୍କ ସାହାଯ୍ୟରେ ଷ୍ଟାର ବନିଲେ ଅର୍ଜୁନ :-

କୁହନ୍ତି ଯେ ସଲମାନ ଅର୍ଜୁନଙ୍କୁ ପସନ୍ଦ କରୁଥିଲେ | ଅର୍ପିତା ଆଉ ଅର୍ଜୁନଙ୍କ ସମ୍ପର୍କରେ ସେ ପ୍ରାୟତଃ ଅର୍ଜୁନଙ୍କ ସାଇଡି ନେଇଥିଲେ | ସେ ଅର୍ଜୁନଙ୍କୁ ନିଜ ଘରର ଜ୍ୱାଇଁ ବଣେଇବାକୁ ଚାହୁଁଥିଲେ | ହେଲେ ଅର୍ପିତାଙ୍କୁ କିଛି ଅଲଗା ଦରକାର ଥିଲା | ଅର୍ପିତାଙ୍କଠୁ ବ୍ରେକଅପ୍ ପରେ ଅର୍ଜୁନ ନିଜ ଭବିଷ୍ୟତକୁ ନେଇକରି କନଫ୍ୟୁଜ ରହୁଥିଲେ | ଗୋଟେ ପାର୍ଶ୍ୱ ରୁ କହିବାକୁ ଗଲେ ସଲମାନ ହିଁ ତାଙ୍କୁ ସଠିକ୍ ଦିଗ ଦେଖେଇଥିଲେ

ମଲାଇକାଙ୍କ କାରଣରୁ ଆସିଥିଲା ସଲମାନ ଆଉ ଅର୍ଜୁନଙ୍କ ମଧ୍ୟରେ ଦୂରତା :-

ବ୍ରେକଅପ୍ ପରେ ମଧ୍ୟ ସଲମାନଙ୍କ ସହ ଅର୍ଜୁନଙ୍କ ଦେଖାହେବା ଜାରି ଥିଲା | ଦୁହେଁ ଏକା ସାଥିରେ ପାର୍ଟି ମାନଙ୍କରେ କରୁଥିଲେ | ତାପରେ ଅର୍ଜୁନଙ୍କ ହୃଦୟ ସଲମାନଙ୍କ ଭାଉଜ ମଲାଇକା ଆରୋଡାଙ୍କ ଉପରେ ଆସିଗଲା | ଅର୍ଜୁନଙ୍କ ଚକରରେ ମଲାଇକା ସଲମାନଙ୍କ ଭାଇ ଅରବାଜ ଖାନଙ୍କୁ ଛାଡପତ୍ର ଦେଇ ଦେଲେ | ବାସ୍ ଏହିଠାରୁ ହିଁ ସଲମାନ ଆଉ ଅର୍ଜୁନଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଲା | ଆଜିକା ଦିନରେ ଏହି ଦୁହେଁ ଅଭିନେତା ପରସ୍ପରର ଚେହେରା ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ |

Leave a Reply

Your email address will not be published. Required fields are marked *