ଏହି ଅସହାୟ ବୁଢୀ ମାଆର ଭିଡିଓ ମୋବାଇଲ ରୁ ମୋବାଇଲ ହେଉଛି ଭାଇରାଲ…ଦେଖନ୍ତୁ ଭିଡିଓ

ବର୍ତ୍ତମାନ ମଧ୍ୟ ଦୁନିଆରେ ଅନେକ ଲୋକ ଏପରି ରହିଛନ୍ତି ଯେଉଁମାନେ ବହୁତ ହୃଦୟବାନ ଅଟନ୍ତି। ଏବଂ ସେମାନଙ୍କର ଉଦାରତା ପାଇଁ ସେମାନେ ଲୋକମାନଙ୍କର ପ୍ରଶଂସାର ପାତ୍ର ମଧ୍ୟ ହୋଇଥାନ୍ତି। ମଣିଷର ମଣିଷ ପଣିଆ ଏବଂ ଉଦାରତା କିପରି ଅସହାୟ ଲୋକମାନଙ୍କ ପ୍ରତି ରହିଥାଏ ତାହାର ଏକ ଜ୍ଵଳନ୍ତ ଉଦାହରଣ ବର୍ତ୍ତମାନ ସାମ୍ନାକୁ ଆସିଛି। ବର୍ତ୍ତମାନ ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠି ମଣିଷର ଉଦାରତାର ଘଟଣା ଦେଖିବା ପାଇଁ ମିଳିଛି। ମଣିଷ କିପରି ଭାବରେ ଅଭାବରେ ଥିବା ଅସହାୟ ଲୋକମାନଙ୍କୁ ସହାନୁଭୂତି ଦେଖାଇଥାଏ ତାର ଦୃଶ୍ୟ ଅନେକ ସମୟରେ ଆପଣ ଦେଖିବାକୁ ପାଇଥିବେ ଯାହା ବର୍ତ୍ତମାନ ପୁଣିଥରେ ଦେଖିବା ପାଇଁ ମିଳିଛି।

ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁତ ସେୟାର ହେବାରେ ଲାଗିଛି। ଏଠାରେ ଏହି ଭିଡିଓରେ ଦେଖିବା ପାଇଁ ମିଳିଛି ଏକ ଅସହାୟ ବୁଢ଼ୀ କିପରି ଭାବରେ ରାସ୍ତା କଡ଼ରେ ବସି ଶୀତରେ ସେ ଥରୁଛନ୍ତି। ଆଉ ଏହି ସମୟରେ ଅନେକ ଲୋକ ସେହି ରାସ୍ତା ଦେଇ ଯାଉଥିଲେ ମଧ୍ୟ କେହିବି ବୁଢ଼ୀ ଲୋକଟିର ଏପରି ଅବସ୍ଥା ଦେଖି ତା ପ୍ରତି ସହାନୁଭୂତି ଦେଖାଉନାହାନ୍ତି କିମ୍ବା ସାହାଯ୍ୟ ମଧ୍ୟ କରୁନାହାଁନ୍ତି। ତେବେ ଏପରି ଅବସ୍ଥାରେ ବୁଢ଼ୀଟି ରାସ୍ତା କଡ଼ରେ ବସି ଶୀତରେ ଥରୁଥିବା ସମୟରେ ଜଣେ ଯୁବତୀ ସେହି ରାସ୍ତା ଦେଇ ଯାଉଥିଲେ। ସେ ସମୟରେ ତାଙ୍କ ନିଜର ଅସହାୟ ବୃଦ୍ଧା ମହିଳାଙ୍କ ଉପରେ ପଡ଼ିବା ପରେ ସେ ତାଙ୍କର ନିକଟକୁ ଆସିଲେ।

ଆଉ ଆସିବା ପରେ ସେ ତାଙ୍କର ଏପରି ଅବସ୍ଥା ଦେଖି ପ୍ରଥମେ ପାଣି ବୋତଲ ବାହାର କରି ବୁଢ଼ୀ ଲୋକଟିର ହାତ ଓ ମୁହଁ ଧୋଇଦେଲେ। ଆଉ ତାପରେ ତାଙ୍କୁ ଏକ ମାସ୍କ ବ୍ୟାଗରୁ ବାହାର କରି ଦେଲେ। ଏହାପରେ ସେ ଅସହାୟ ବୃଦ୍ଧଙ୍କ ଏପରି ଅବସ୍ଥାକୁ ଦେଖି ତାଙ୍କୁ ଯୁବତୀ ଜଣଙ୍କ ତାଙ୍କ ବ୍ୟାଗରେ ଥିବା କିଛି ପ୍ୟାକେଟ ଫୁଡକୁ ମଧ୍ୟ ବାହାର କରି ଖାଇବା ପାଇଁ ଦେଲେ ଏବଂ ବୃଦ୍ଧଜଣଙ୍କ ଏପରି ଶୀତରେ ଥରୁଥିବାର ଦେଖ୍ ଯୁବତୀ ଜଣଙ୍କ ତାଙ୍କ ନିଜର ପିନ୍ଧିଥିବା ସ୍କାର୍ଡକୁ ବାହାର କରି ବୁଢ଼ୀଟିକୁ ଘୋଡାଇ ଦେଲେ। ଯେମିତି ତାଙ୍କୁ ଶୀତ ଲାଗିବ ନାହିଁ। ଏସବୁ ଘଟଣାକୁ ଦୂରରେ ରହି ଜଣେ ପୋଲିସ୍ ବାବ ଦେଖୁଥିଲେ ସେ ଶେଷରେ ଏହି ଘଟଣା ଦେଖି ପାଖକୁ ଆସିଲେ।

ଆଉ ସେମାନେ ଯୁବତୀଙ୍କ ନିକଟରୁ ସଂପୂର୍ଣ୍ଣ ଘଟଣା ସଂପର୍କରେ ଶୁଣିବା ପରେ ଉକ୍ତ ବୁଢ଼ୀ ମାଉସୀଙ୍କର ସେବା କରିବା ଏବଂ ତାଂକୁ ସହାୟତା କରିବା ପାଇଁ ଇଚ୍ଛା କରିଲେ। ଆଉ ତାପରେ ଜଣେ ପୋଲିସ ବାବୁ ଯାଇ ଏକ ଟାୱେଲ କିଣି ଆଣିଲେ ଏବଂ ବୃଦ୍ଧଜଣଙ୍କୁ ଏହି ଚାଦରଟିକୁ ଘୋଡାଇ ଦେଲେ। ତେବେ ଉଭୟ ଯୁବତୀ ଏବଂ ପୋଲିସ ବାବୁଙ୍କର ଏପରି କାର୍ଯ୍ୟକୁ ଦେଖି ସମସ୍ତେ ସେଠାରେ ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *