ପେଟ ପାଇଁ ନାଟ । ହାତରେ ଜଳନ୍ତା ଷ୍ଟୋଭ ଓ ତତଲା କଡେଇ ଧରି ସିଙ୍ଗଡା ବିକୁଛନ୍ତି ଯୁବକ । ଦେଖନ୍ତୁ ଭିଡ଼ିଓ

ଏହି ଦୁନିଆରେ ଅନେକ ଲୋକ ଏମିତି କିଛି କାରନାମା କରିଯାଆନ୍ତି,ଯାହାକୁ ଆପଣ ଆଉ ଆମେ ବିଶ୍ୱାସ କରି ପାରନ୍ତିନି | କିନ୍ତୁ ପେଟ ପୋଷିବାକୁ ଲୋକ କୌଣସି ପ୍ରକାରର ବିପଦ ନେବାକୁ ବି ପ୍ରସ୍ତୁତ ହେଇଯାଆନ୍ତି | ଯେଉଁଠାରେ ସାଧାରଣ ଲୋକମାନେ ଟିକିଏ ହାତ ଜାଳିବା ଦ୍ୱାରା ଯନ୍ତ୍ରଣା ଅନୁଭବ କରନ୍ତି,ସେଇଠି ଆମ ଦେଶରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ତାଙ୍କ ପରିବାରର ପେଟ ପୋଷିବା ପାଇଁ ହାତରେ ଫୁଟୁଥିବା ଗରମ କଡେଇ ସହିତ ସିଙ୍ଗଡ଼ା ବିକ୍ରି କରିବାକୁ ବାହାରକୁ ଯାଆନ୍ତି |

ଭିଡ଼ିଓ ଦେଖି ଲୋକଙ୍କୁ ମିଳୁଛି ଶିକ୍ଷା

ଏହି ବ୍ୟକ୍ତି ଙ୍କ ଭିଡ଼ିଓ ଆଜିକା ଦିନରେ ସୋସିଆଲ ମିଡ଼ିଆ ଉପରେ ବହୁତ ଜୋରେ ଭାଇରଲ ହେଉଛି | ଏହି ଭିଡ଼ିଓ ଆପଣଙ୍କ ଜୀବନରେ ସହ ଜଡିତ ଗୋଟେ ବଡ ଶିକ୍ଷା ବି ଦେଇଯିବ | ଭିଡ଼ିଓ ଦେଖିକରି ଆପଣ ଆପଣଙ୍କର ଆଖି ଉପରେ ବିଶ୍ୱାସ କରିପାରିବେ ନାହିଁ | ଭିଡ଼ିଓ ରେ ଆପଣ ଦେଖିପାରୁଥିବେ କି ଗୋଟେ ଯୁବକ ନିଜର ପରିବାରର ପେଟ ପୋଷିବା ପାଇଁ ସିଙ୍ଗଡ଼ା ର ଏହି ଚାଲି ବୁଲି ପାରୁଥିବା ଦୋକାନ ନେଇ ବୁଲୁଛନ୍ତି |

ଜଳୁଥିବା କଡେଇ ନେଇ ବୁଲୁଛି ଯୁବକ

ଭାଇରାଲ ହେଉଥିବା ଭିଡିଓରେ, ଆପଣ ଦେଖିପାରିବେ ଯେ ଛୋଟ ପିଲାଟି କଣ୍ଟେନର ସହିତ ଏକ ଅସ୍ଥାୟୀ ଚୁଲି ତିଆରି କରିଥିଲା ​​ଯାହାକୁ ଉଠାଇ କେଉଁଠିକି ବି ନିଆଯାଇପାରିବ | ସେ ଗୋଟେ ବାଲ୍ଟି ଏବଂ ସିଙ୍ଗଡ଼ା ରେ ଭର୍ତି ଟୋକେଇ ନେଇ ବୁଲୁଥିବାର ମଧ୍ୟ ନଜର ଆସୁଛନ୍ତି | ପିଲାଟି ଏସବୁ ନେଇ ଗୋଟିଏ ସ୍ଥାନରେ ବସିପଡେ ଆଉ ଗରମ ତେଲରେ ସିଙ୍ଗଡ଼ା ଛାଣିବାରେ ଲାଗିଯାଏ | ଏହି ବାଳକ ଚାରିଟି ସିଙ୍ଗଡ଼ା 10ଟଙ୍କାରେ ବିକ୍ରି କରେ | ଏହି ଭିଡିଓକୁ ଫୁଡ ବ୍ଲଗର୍ @youtubeswadofficial ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି |

ପ୍ରଶଂସା କରିବା ବନ୍ଦ କରିପାରୁନାହାନ୍ତି ଲୋକ

ଏହି ଭିଡିଓ ଦେଖିବା ପରେ, ଆପଣ ବାଳକଟିର ପ୍ରଶଂସା ନକରି ରହିପାରିବେ ନାହିଁ | ସୋସିଆଲ ମିଡିଆ ରେ ଯୁଜର ମନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି | ଏହାକୁ ବର୍ତ୍ତମାନ ସୁଦ୍ଧା 5 ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି। ଭିଡିଓରେ କମେଣ୍ଟ ଦେଇ ହଜାର ହଜାର ଲୋକ ପିଲାଟିର କଠିନ ପରିଶ୍ରମକୁ ପ୍ରଶଂସା କରିବାରେ ନିଜକୁ ଅଟକାଇ ପାରୁ ନାହାଁନ୍ତି ।

ଜଣେ ୟୁଜର ଲେଖିଛନ୍ତି, ତାର ସମସ୍ତ ବାସନ ଏବଂ ତେଲ ଏତେ ପରିଷ୍କାର ଦେଖି ବହୁତ ଖୁସି ଲାଗିଲା । ତାପରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଏହି ବାଳକର ଆବେଗ କୁ ମୋର ନମସ୍କାର।’ ଆଉ ଜଣେ ଅନ୍ୟ ୟୁଜର ଲେଖିଛନ୍ତି, ଭଗବାନ ଏହି ପିଲାକୁ ଆଶ୍ରିବାଦ କରନ୍ତୁ ଆଉ ଏ ପିଲା ସଫଳ ହେଇଯାଉ | ଆଉ ଜଣେ ୟୁଜର ଲେଖିଛନ୍ତି ‘ଦିନେ ଏହି ଭାଇ ନିଜର ପରିଶ୍ରମ ପାଇଁ ନିଶ୍ଚିତ ଭାବରେ ଆଗକୁ ବଢ଼ିବେ ।

ସମସ୍ତେ ସେୟାର କରୁଛନ୍ତି

କଠିନ ପରିଶ୍ରମ କରିବାକୁ ଏହି ଯୁବକଙ୍କର ପରିଶ୍ରମ ଏବଂ ଉତ୍ସାହ ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି | ଯିଏ ଏହି ଭିଡିଓ ଦେଖୁଛି ନିଶ୍ଚିତ ଭାବରେ ଏହାକୁ ସେୟାର କରୁଛି |

Leave a Reply

Your email address will not be published. Required fields are marked *