ମୁକେଶ ଅମ୍ବାନୀ କିଣିଲେ ନୂଆ କାର,ଦାମ ଶୁଣିଲେ ଉଡ଼ିଯିବ ହୋସ, ଭିଆଇପି ନମ୍ବର ପାଇଁ ଖର୍ଚ କଲେ ଏତେ ଟଙ୍କା !

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ। ଦେଶର ସବୁଠାରୁ ଧନୀ ବ୍ୟକ୍ତି, ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କୁ ନେଇ ଏକ ଖବର ଶୁଣିବାକୁ ମିଳୁଛି ସୋସିଆଲ ମିଡ଼ିଆରେ।

ଭାରତର ସବୁଠାରୁ ଧନଶାଳୀ ବ୍ୟକ୍ତି ଓ ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଚେୟାରମେନ ମୁକେଶ ଅମ୍ବାନୀ ଏକ ନୂଆ କାର କିଣିଛନ୍ତି। ଏହି କାର ‘ରୋଲ୍ସ ରୟସ ହେଚବ୍ୟାକ’ ହୋଇଥିବା ବେଳେ ଏହାର ମୂଲ୍ୟ ୧୩.୧୪ କୋଟି ବୋଲି ଜଣା ପଡ଼ିଛି। ଏହି ଅଲ୍ଟ୍ରାଲକଜୁରୀ ଗାଡ଼ିରେ ଏପରି ଇଞ୍ଜିନ ଓ ଫିଚର୍ସ ଦିଆଯାଇଛି ଯେ ଜଣେ ସାଧାରଣ ଲୋକ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆରଟିଓ ଅଧିକାରୀଙ୍କ ମତରେ ଏହା ଭାରତରେ କିଣାଯାଉଥିବା ସବୁଠାରୁ ମୂଲ୍ୟବାନ ଗାଡ଼ି ମଧ୍ୟରୁ ଅନ୍ୟତମ।ଏହି କାର ମଡେଲର ନାଁ ‘ରୋଲ୍ସ ରୟସ ସୁଲ୍ଲିନାନ’ ଅଟେ।

ଅଧିକାରୀ କହିଛନ୍ତି ରୋଲ୍ସ ରୟସ କଲିନନ ପେଟ୍ରୋଲ ମଡେଲ କାରକୁ RIL ଜାନୁଆରୀ ୩୧ରେ ଦକ୍ଷିଣ ମୁମ୍ବାଇର ତାରଦେବ ରିଜନାଲ ଟ୍ରାନ୍ସପୋର୍ଟ ଅଫିସରେ ପଞ୍ଜୀକରଣ କରାଯାଇଥିଲା। ୨୦୧୮ରେ ଲଞ୍ଚିଙ୍ଗ ସମୟରେ ଏହି କାରର ବେସ ପ୍ରାଇସ ୬.୯୫ କୋଟିଥିଲା । କିନ୍ତୁ ଅଟୋ ଇଣ୍ଡଷ୍ଟ୍ରୀ ଏକ୍ସପର୍ଟଙ୍କ ଅନୁସାରେ କଷ୍ଟୋମାଇଜଡ ମୋଡିଫିକେସନ କାରଣରୁ କାରର ମୂଲ୍ୟ ବହୁତ ଅଧିକ ରହିଛି।

ଆରଟିଓ ଅଧିକାରୀମାନେ କହିଛନ୍ତି, ୨.୫ ଟନରୁ ଅଧିକ ଓଜନ ଥିବା ଏହି କାର ପାଇଁ କମ୍ପାନୀ ଟକ୍ସନ ସନ ରଙ୍ଗକୁ ବାଛିଛି। ଏଥିରେ ୧୨ ସିଲିଣ୍ଡର ଓ ୫୬୪ ବିଏଚପିର ଇଞ୍ଜିନ ଲାଗିଛି । କାର ପାଇଁ ଖାସ ନମ୍ବର ପ୍ଲେଟ ମଧ୍ୟ ଚୟନ କରାଯାଇଛି। କାରର ପଞ୍ଜୀକରଣ ୨୦୩୭ ଜାନୁଆରୀ ୩୦ ପର୍ଯ୍ୟନ୍ତ ବୈଧ ଅଟେ । RIL ପଞ୍ଜୀକରଣ ପାଇଁ ୨୦ଲକ୍ଷ ଟଙ୍କାର ଏକକାଳୀନ ଟ୍ୟାକ୍ସ ଦାଖଲ କରିଛି । ସେହିପରି ସଡ଼କ ସୁରକ୍ଷା ଟ୍ୟାକ୍ସ ପାଇଁ ୪୦ ହଜାର ଟଙ୍କା ଦିଆଯାଇଛି ।

RIL ମୁକେଶ ଅମ୍ବାନୀଙ୍କ ନୂଆ କାର ପାଇଁ ଭିଆଇପି ନମ୍ବର ନେଇଛି ସେଥିପାଇଁ ୧୨ଲକ୍ଷ ଟଙ୍କା ପୈଠ କରିଛି। ରିପୋର୍ଟ ମୁତାବକ କାରର ନମ୍ବର ୦୦୦୧ ରହିଛି। ସାଧାରଣ ଭାବେ ଭିଆଇପି ନମ୍ବରର ମୂଲ୍ୟ ୪ ଲକ୍ଷ ଟଙ୍କା ହୋଇଥାଏ। କିନ୍ତୁ ଏହି କାର ପାଇଁ ଚୟନ କରାଯାଇଥିବା ନମ୍ବର ପୂର୍ବରୁ ନିଆଯାଇଥିଲା ସେଥିପାଇଁ ଏହାର ମୂଲ୍ୟ ଅଧିକ ହେଲା ।

Leave a Reply

Your email address will not be published. Required fields are marked *