“ଧର୍ମେନ୍ଦ୍ର ଥିଲା ଯେ ଦେଉଥିଲା,ସେ ତ ବର୍ତମାନ ୟୁପିରେ,ଆଉ ବିଜେପି ପାଖରେ ତ…” ପଞ୍ଚାୟତ ନିର୍ବାଚନକୁ ନେଇ କିଛି ଏମିତି ଭବିଷ୍ୟବାଣୀ କଲେ ସୁର ଭାଇ

ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ଯାହା ପାଇଁ ଚାରି ଆଡେ଼ ଆମର ଡିଜିଟାଲ ପ୍ରଚାର ଆରମ୍ଭ ହୋଇ ଯାଇଛି । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ମାଧ୍ୟମରେ ଆମର ନେତାମାନେ ସମ୍ବୋଧନ କରିବା ଆରମ୍ଭ କରିସାରିଲେଣି । ତେବେ ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଓ ସୂଚାରୁ ରୂପେ ଚାଲୁ ରହିଛି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତ୍ୟେକ ସ୍ଥାନ ପାଇଁ ବିଭିନ୍ନ ନେତାମାନଙ୍କର ନାଁ ସ୍ଥିର ହୋଇଛି ମଧ୍ୟ । ସେମାନେ ଡିଜିଟାଲ ମାଧ୍ୟମରେ ପ୍ରଚାର କରୁଛନ୍ତି । ଆଇନ୍ ଅନୁଯାୟୀ ପଂଚାୟତରେ ସରପଂଚଙ୍କୁ ସବୁ କ୍ଷମତା ଦିଆଯିବା ସହିତ ପ୍ରତି ଗ୍ରାମରେ ଗ୍ରାମସଭା ପଲ୍ଲୀସଭା ଜରିଆରେ ପଂଚାୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ।

ପଂଚାୟତକୁ ସିଧାସଳଖ ଯାଉଥିବା ଅର୍ଥ ୱାର୍ଡ ମେମ୍ବରମାନଙ୍କ ସହିତ ଆଲୋଚନାକ୍ରମେ ସରପଂଚ ଖର୍ଚ୍ଚ କରିବେ ଏମିତି ଭି ନିୟମ ପରିଦର୍ଶନ ହୋଇଛି । ପଞ୍ଚାୟତ ନିର୍ବାଚନରେ ମତଦାନ ନିମନ୍ତେ ସମସ୍ତ ସରକାରୀ କର୍ମଚାରୀ, ବେସରକାରୀ ଅନୁଷ୍ଠାନର କର୍ମଚାରୀ ଓ ସରକାରୀ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନର କର୍ମଚାରୀମାନଙ୍କୁ ମତଦାନ ଦିନଟିକୁ ସବୈତନିକ ଛୁଟି ଘୋଷଣା କରିବାକୁ ସରକାରଙ୍କ ନିକଟରୁ ଚିଠି ମିଳିଛି ।

ଆମ ରାଜ୍ୟର ଭୋଟ ପାଇଁ ଜିଲ୍ଲାପାଳ ମାନେ ଚିଠି ମାଧ୍ୟମ ରେ ସମସ୍ତ ତଥ୍ୟ ଦେବା ସହିତ ସବୁ କିଛି କାଉନସେଲିଂ କରି ସାରିଛନ୍ତି । ତେବେ ଇଲେକ୍ସନ ପାଇଁ ବହୁତ୍ କିଛି କଥା ଆଗକୁ ବଢ଼ି ସାରିବା ପରେ ଏବେ ସୁର ରାଉତରାୟ । ଯିଏ କି ଜଟଣୀ ର କଂଗ୍ରେସ ଦଳ ର ବିଧାୟକ ଗୋଟିଏ ଅଲଗା କଥା କହି ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛନ୍ତି ।

ସୁର ଇଲେକ୍ସନ ବିଷୟରେ କିଛି ନୂଆ କଥା ବୋଖାଳିଥିବା ବେଳେ ଆଉ କିଛି କଥା ଚାଲେଞ୍ଜ ଦେଇ ମଧ୍ୟ କହିଛନ୍ତି ବିରୋଧୀ ପାର୍ଟୀ ବିରୁଦ୍ଧ ରେ । ସୁର ରାଉତରାୟ ଗୋଟିଏ କଥା କହିଛନ୍ତି କି ୨୦୧୭ ରେ ତାଙ୍କ ପାର୍ଟୀ ପଛରେ ରହିଯାଇଥିବା କାରଣ ହେଉଛି କେବଳ ସେ ଅଧିକ ଟଙ୍କା ଦେଇ ନଥିଲା । ବିଜେଡ଼ି ହେଉ କି ବିଜେପି ପୂର୍ବ ଥର ସେମାନେ ଖୁବ୍ ଅଧିକ ଟଙ୍କା ବଣ୍ଟି ଥିଲେ । ତାଙ୍କର ଟଙ୍କା ବାଣ୍ଟିବା ଲୋକ ନାହାନ୍ତି ଅର୍ଥାତ୍ ସେ ସିଧାସଳଖ ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷୟରେ କହିଛନ୍ତି ।

ଆହୁରି ମଧ୍ୟ ସୁର ରାଉତରାୟ କହିଛନ୍ତି ଏହି ବର୍ଷ ସୁନିଶ୍ଚିତ ତାଙ୍କ ଦଳ ଦ୍ଵିତୀୟ ସ୍ଥାନ ଗ୍ରହଣ କରିବ । କାରଣ ଆଗକୁ ଆଉ ଅଳ୍ପ ଦିନ ବାକି ଅଛି । ଏଭଳି ଭି ହୋଇପାରେ ବୋଲି ସେ କହିଛନ୍ତି କି ତାଙ୍କ ଦଳ ପ୍ରଥମ ସ୍ଥାନ ଭି ନେଇ ପାରେ ବିଜେଡ଼ି ଓ ବିଜେପି ଦଳ ୨ୟ ଓ ୩ୟ ସ୍ଥାନ ପାଇ ପାରନ୍ତି । ଆହୁରି କହିଛନ୍ତି ଯଦି ବିଜେପି ପୂଳେ ଟଙ୍କା ଛାଡ଼ିବ ତା ପରେ ଯାଇ ପ୍ରଥମ ସ୍ଥାନ ପାଇ ପାରିବ । ଏବେ କେବଳ ଭୋଟ ଗଣତି ଉପରେ ନଜର । କଣ ହେବ ରେଜଲ୍ଟ ଆସିବା ପରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *