“ପୁଅ, ଆମେ ତତେ ବହୁ କଷ୍ଟରେ ପଢ଼ାଇଲୁ ଏବଂ ବଢାଇଛୁ କିନ୍ତୁ ଆଜି ଆମେ ବର୍ତମାନ 2ଟା ରୁଟି ଖାଇବାକୁ ପାଉନାହୁଁ। ବଞ୍ଚିବା ଏବଂ ଖାଇବା ପାଇଁ ଆମକୁ ଆଶ୍ରମରେ ଆଶ୍ରୟ ନେବାକୁ ପଡୁଛି। ଏଠାରେ ବୃଦ୍ଧମାନଙ୍କ ମଧ୍ୟରେ ଆମକୁ ଅଜଣା ଲୋକ ଗରମ ରୋଟି ଦେଉଛନ୍ତି। ଆମେ ତୁମକୁ ବହୁ କଷ୍ଟରେ ବଡ କରିଛୁ, କଣ ଆମକୁ ତୁମେ 2ଟା ରୁଟି ଖାଇବାକୁ ବି ଦେଇ ପାରିବ ନାହିଁ ..?
“ଆମ ଦୁଇ ଜଣଙ୍କୁ କଣ ତୁମେ ସମ୍ଭାଳି ପାରିବ ନାହିଁ। ପିଲାଦିନରେ ତୁମକୁ ନିଜ ହାତରେ ଗରମ ଖାଦ୍ୟ ଖାଇବାକୁ ଦେଇଥିଲୁ, ତୁମକୁ କାନ୍ଧରେ ବସାଉଥିଲୁ, ଆମକୁ ହାତ ଧରି ଚାଲିବା ଶିଖାଇଥିଲୁ ଏବଂ ଯେତେବେଳେ ଆଜି ତୁମର ହାତ ଧରିବାକୁ ପଡୁଛି, ତୁମେ ଆମକୁ ଛାଡି ଚାଲିଗଲ। ଆମେ ଏହି ଆଶ୍ରମରେ ରହିବାକୁ ବାଧ୍ୟ ହେଉଛୁ।”
ବାପାଙ୍କ ଏହି ଯନ୍ତ୍ରଣାଦାୟକ ଶବ୍ଦ ଶୁଣି ପୁଅର ଆଖିରୁ ଲୁହ ଆସିବାକୁ ଲାଗିଲା, ବୋହୂ ମଧ୍ୟ କାନ୍ଦିବାକୁ ଲାଗିଲା। କହିଲା- ” ଘରକୁ ଚାଲନ୍ତୁ ବାପା । ଯେତେବେଳେ ତୁମେ କହିବ ତୁମର ଗରମ ଖାଦ୍ୟ ପ୍ରସ୍ତୁତ କରାଯିବ। ଏହି ଭାବପ୍ରବଣ ଦୃଶ୍ୟ ଗତ ରବିବାର ମଧ୍ୟପ୍ରଦେଶର ଦିବାସ ସହରର ବୃଦ୍ଧ ଆଶ୍ରମରେ ଦେଖିବାକୁ ମିଳିଥିଲା। ଏଠାରେ ଯେତେବେଳେ ଦୁଇ ପୁଅ ନିଜ ପିତାମାତାଙ୍କୁ ଘରକୁ ନେବା ପାଇଁ ଆଶ୍ରମକୁ ଆସିଲେ ବୃଦ୍ଧ ପିତାଙ୍କ ମନରୁ କାନ୍ଦର ଭାବନା ବାହାରିଲା।
ଆଶ୍ରମରେ ରହିବାକୁ ବାଧ୍ୟ ହୋଇଥିଲେ ବୃଦ୍ଧ ଦମ୍ପତି।
ବାସ୍ତବରେ 72 ବର୍ଷୀୟ ଫୁଲସିଙ୍ଗ ଜମୋଦ ନିମଲାୟ କାଣ୍ଟାଫୋଡର ବାସିନ୍ଦା। କିଛି ଦିନ ପୂର୍ବରୁ ସେ କାଣ୍ଟାଫୋଡ ପୋଲିସ ଷ୍ଟେସନରେ ପୁଅମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ କହିଥିଲେ, “ପୁଅ ଓ ବୋହୂ ତାଙ୍କ ଯତ୍ନ ନିଅନ୍ତି ନାହିଁ, ରୁଟି ଦିଅନ୍ତି ନାହିଁ।” ଏହା ପରେ ପୋଲିସ ଅନୁସନ୍ଧାନ ବେଳେ ପୁଅ କୈଳାସଙ୍କ ଘରେ ପହଞ୍ଚିଥିଲା। ଏଠାରେ ଯେତେବେଳେ ପୁଅ ଦୁଇଜଣ ଜାଣିବାକୁ ପାଇଲେ ଯେ ପିତାମାତା ଆଶ୍ରମରେ ଅଛନ୍ତି, ସେମାନେ ସେମାନଙ୍କୁ ନେବାକୁ ଯାଇଥିଲେ।
କ୍ଷମା ମାଗିବାକୁ ପୁଅ ଓ ବୋହୂ ଆସିଥିଲେ।
ପୁଅମାନଙ୍କୁ ଦେଖି ପିତାମାତା ଯିବାକୁ ମନା କରିଦେଲେ। ବାପା କହିଛନ୍ତି, ଆମେ ଶ୍ରମିକ ଭାବରେ ଖଟି ଖଟି ତୁମକୁ ବଡ କଲୁ , ପିଲାଦିନେ ଆମେ ତୁମକୁ ଗରମ ରୁଟି ଖାଇବାକୁ ଦେଇଥିଲୁ ଏବଂ ଯେତେବେଳେ ଆମେ ବୃଦ୍ଧ ହୋଇଗଲୁ, ତୁମେ ଆମକୁ ରୁଟି ମଧ୍ୟ ଖାଇବାକୁ ଦେଇପାରୁନାହଁ। ପିତାଙ୍କ ଯନ୍ତ୍ରଣା ପୂର୍ଣ୍ଣ ଶବ୍ଦ ଶୁଣି ପୁଅ ଓ ବୋହୁ ଆଖି ରେ ଲୁହ ଆସିଗଲା। ସେ ପ୍ରାୟ ଦେଢ଼ ଘଣ୍ଟା ପାଇଁ ପିତାମାତାଙ୍କୁ ବୁଝେଇଲେ। ମାଆ ଶୀଘ୍ର ରାଜି ହେଇଗଲେ, କିନ୍ତୁ ପିତାଙ୍କ କ୍ରୋଧ ସହଜରେ କମିଲା ନାହିଁ। ଶେଷରେ ସେ ମଧ୍ୟ ରାଜି ହେଲେ।
ବୋହୂ କହିଲା – ଏବେ ଆମେ ଦେବୁ ଗରମ ରୁଟି।
ଦୁଇ ବୋହୂ ଲୀଲା ଏବଂ କରମବାଇ ଶାଶୁ ଶଶୁରଙ୍କ ପାଦ ଛୁଇଁଲେ ଏବଂ ବର୍ତ୍ତମାନଠାରୁ ସେମାନଙ୍କୁ ଗରମ ରୁଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହା ପରେ ବୃଦ୍ଧ ଦମ୍ପତି ଖୁସିରେ ନିଜ ଘରକୁ ଫେରିଗଲେ। ବୃଦ୍ଧଙ୍କର 4ଜଣ ପୁଅ ଅଛନ୍ତି। ଦୁଇଜଣ ନେମାବରେ ରହୁଥିବାବେଳେ ଦୁଇଜଣ ନିମଳାୟରେ ରୁହନ୍ତି। ଅଭିଯୋଗ ପରେ ପୋଲିସ ଯେତେବେଲେ ସେହି ଦୁଇ ଜଣ ଭାଇଙ୍କ ଘରକୁ ଯାଇଥିଲେ ପୋଲିସ ପଚରାଉଚରା କରିବାରୁ ଯେ କହିଥିଲେ ଯେ ଆମେ ଭାବୁଥିଲୁ ପିତାମାତା କୌଣସି ସମ୍ପର୍କୀୟଙ୍କ ଘର ଥିବେ କିନ୍ତୁ ସେ ଆଶ୍ରମରେ ଥିବା ବିଷୟରେ ଜାଣି ନଥିଲେ।
ଆଶ୍ରମ ମାଲିକ ଦୀନେଶ ଚୌଧୁରୀଙ୍କ ଅନୁଯାୟୀ ବୃଦ୍ଧ ଫୁଲ ସିଂ ଏବଂ ତାଙ୍କ ପତ୍ନୀ ସାୟାରୀ ବାଇ ଜାନୁଆରୀ 11 ରେ ଆଶ୍ରମକୁ ଆସିଥିଲେ। ଏହା ପରେ ଜାନୁଆରୀ 24 ରେ ଉଭୟ ପୁଅ ଏବଂ ବୋହୂ ସେମାନଙ୍କୁ ମନାଇବା ପରେ ସେମାନଙ୍କୁ ଫେରାଇ ନେଇଥିଲେ।