ଦୁଃଖୀ ଲୋକମାନଙ୍କ ସହ ଶୋଇକି ତାଙ୍କୁ ଶାନ୍ତି ଦିଅନ୍ତି ଏହି ମହିଳା, ଗୋଟେ ଘଣ୍ଟାକୁ ନିଅନ୍ତି ଏତେ ଟଙ୍କା |

ପଇସା ରୋଜଗାର କରିବାକୁ ଲୋକମାନେ ପ୍ରକାରର କାମ କରିଥାନ୍ତି | କିଛି ଲୋକଙ୍କ କାମ ବହୁତ ଅଜବ ହୋଇଥାଏ,କିନ୍ତୁ ତାଙ୍କର ରୋଜଗାର ସାନଦାର ହୋଇଥାଏ | ବର୍ତ୍ତମାନ ପୂର୍ବ ଲଣ୍ଡନର ଷ୍ଟ୍ରାଟଫୋର୍ଡରେ ରହୁଥିବା 30 ବର୍ଷିୟ କ୍ରିଷ୍ଟିନା ଲିଙ୍କ ଙ୍କୁ ହିଁ ଦେଖିନିଅନ୍ତୁ | କ୍ରିଷ୍ଟିନା ଦୁଃଖୀ ଆଉ ଉଦାସ ଲୋକଙ୍କୁ ଆଲିଙ୍ଗନ କରନ୍ତି ଆଉ ସେମାନଙ୍କ ସହିତ ଶୋଇଥା’ନ୍ତି | ସେ ଏହି କାମ ପାର୍ଟ ଟାଇମ୍ କରନ୍ତି ଆଉ ପ୍ରତି ମାସରେ ଏଥିରୁ ଲକ୍ଷ ଲକ୍ଷ ରୋଜଗାର କରନ୍ତି |

3ଘଣ୍ଟା ପାଇଁ ନିଅନ୍ତି 17 ହଜାର ଟଙ୍କା :-

ଖ୍ରୀଷ୍ଟିନା ନିଜର ଏହି ‘କଡଲ୍ ଥେରାପି’ ରେ 3 ଘଣ୍ଟା ପାଇଁ 170 ପାଉଣ୍ଡ (ପ୍ରାୟ 17 ହଜାର ଟଙ୍କା) ଚାର୍ଜ କରନ୍ତି | ତାଙ୍କର ଏହି ‘ଥେରାପି’ରେ ଦୁଃଖୀ ଲୋକଙ୍କ ହାତ ଧରିବା, ଚୁଟିକୁ ଆଉଁସିବା ଆଉ ସେମାନଙ୍କୁ ଆଲିଙ୍ଗନ କରି ଶୋଇବା ସାମିଲ ଅଟେ |

କ୍ରିଷ୍ଟିନା ସାଧାରଣତ 1 ଘଣ୍ଟା ପାଇଁ ସାଢେ 6000 ଟଙ୍କା ନିଅନ୍ତି, କିନ୍ତୁ 3 ଘଣ୍ଟା ସେଶନ ପାଇଁ ସେ ପ୍ରତି ଘଣ୍ଟାରେ ସେ 25 ପ୍ରତିଶତ ରିହାତି ଦିଅନ୍ତି | ସେ 3 ଘଣ୍ଟାରୁ ଅଧିକ ସମୟ ପାଇଁ ଥେରାପି ଦିଅନ୍ତି ନାହିଁ | ସେ ଏହି କାମରୁ ସେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିନିଅନ୍ତି |

ଏମିତି ଆରମ୍ଭ କରିଥିଲେ ଏହି ଅନୋଖା ଜବ :-

ଖ୍ରୀଷ୍ଟିନା ନିଜକୁ କଡ଼ଲ ଥେରାପିଷ୍ଟ ବୋଲି କୁହନ୍ତି | ତାଙ୍କ ଉଦ୍ଦେଶ୍ୟ ହେଉଛି ଦୁଃଖୀ କ୍ଲାଇଣ୍ଟ ମାନଙ୍କୁ ଆଲିଙ୍ଗନ କରି ଇମୋସନାଲୀ ସପୋର୍ଟ ଆଉ ମାନସିକ ଆରାମ ଦେବା ଅଟେ | ସିଏ ନିଜର ଏହି ଅନୋଖା ପ୍ରଫେସନର ଆରମ୍ଭ 2019 ରେ ନିଜର ବ୍ରେକଅପ୍ ହେବା ପରେ କରିଥିଲେ | ହୃଦୟ ଭାଙ୍ଗିବା ଆଉ ସିଂଗିଲ୍ ହେବା ପରେ ସେ ଏକୁଟିଆପଣର ଶିକାର ହୋଇଥିଲେ | ଏମିତି ଅବସ୍ଥାରେ ସେ ଏକ ସ୍ନାଗଲ୍ ଟ୍ରେନିଂ କୋର୍ସ କରିଥିଲେ ଯାହା ବର୍ତ୍ତମାନ ତାଙ୍କର ପେସା ଵନିଯାଇଛି |

ମଧୁର ସଙ୍ଗୀତରୁ ଆରମ୍ଭ ହୋଇଥାଏ ସେଶନ :-

କ୍ରିଷ୍ଟିନା ଜୀବନରେ ପ୍ରେମ ଆଉ ସ୍ନେହର ଅଭାବ ଥିବା ଲୋକଙ୍କୁ ଆଲିଙ୍ଗନ କରି ତାଙ୍କ ଟେନସନକୁ ଦୂର କରନ୍ତି | ଆଲିଙ୍ଗନ କରିବା ଦ୍ୱାରା ପ୍ରେମ ହରମୋନ୍ ଅକ୍ସିଟୋସିନ୍ ବାହାରିଥାଏ, ଏହା ଏକୁଟିଆପଣ ଆଉ ଟେନସନରୁ ଦୂର କରିଥାଏ | ନିଜର ସେଶନର ଆରମ୍ଭ କ୍ରିଷ୍ଟିନା ଶାନ୍ତ କରିବା ସଙ୍ଗୀତ ବଜାଇ କରନ୍ତି | ଏହା ପରେ, ସେ କ୍ଲାଇଣ୍ଟଙ୍କ ସହ ଡବଲ୍ ବେଡ୍ ରେ ଆଲିଙ୍ଗନ ଶୁଅନ୍ତି |

ଥେରାପିରେ ଥାଏ କିଛି ସୀମା :-

ବେଡ଼ରେ କ୍ରିଷ୍ଟିନା କ୍ଲାଇଣ୍ଟଙ୍କ ହାତ ଧରନ୍ତି, ତାଙ୍କ ଚୁଟିକୁ ଆଉଁସନ୍ତି ଆଉ ସେମାନଙ୍କୁ ଭଲ ଅନୁଭବ କରାନ୍ତି | ସେ ଏହି ସମୟରେ ପ୍ରତି 15 ମିନିଟରେ ନିଜର ଶୋଇବାର ପୋଜିସନ ମଧ୍ୟ ବଦଳାନ୍ତି | ତାଙ୍କର ଏହି ସେଶନରେ କିଛି ସୀମା ମଧ୍ୟ ଥାଏ | ଯେପରି ସେ କ୍ଲାଇଣ୍ଟକୁ କେବଳ ଇମୋସନାଲ ସପୋର୍ଟ ହିଁ ଦେଇଥାନ୍ତି | ସେ ଏହି କଥାର ଧ୍ୟାନ ଦିଅନ୍ତି ଯେ ସେ ତାଙ୍କ କ୍ଲାଇଣ୍ଟମାନେ ଶାରୀରିକ ସୁଖ ନେବା ଭାବନାରେ କିଛି ନ କରନ୍ତୁ |

ସେଇଠାରେ କ୍ରିଷ୍ଟିନା ମଧ୍ୟ ଗ୍ରାହକଙ୍କୁ ପଚାରିଛନ୍ତି ଯେ ସେ ସେମାନଙ୍କୁ କେତେ ପରିମାଣରେ ଆଲିଙ୍ଗନ ଆଉ ସ୍ପର୍ଶ କରିପାରିବେ | ଖ୍ରୀଷ୍ଟିନା କୁହନ୍ତି ଯେ କିଛି ଲୋକ ପ୍ରଥମେ ସେମାନଙ୍କର ଚୁଟି ଏବଂ ବାହୁକୁ ଆଉଁସିବାକୁ ପସନ୍ଦ କରନ୍ତି ନାହିଁ,ସେ ଏଥିପାଇଁ ଡରିଯାନ୍ତି | ସେଥିପାଇଁ ମୁଁ ଗ୍ରାହକମାନଙ୍କ ସହିତ ସେମାନଙ୍କର ସୀମାରେ ରହିକି ହିଁ କଥାବାର୍ତ୍ତା ହୋଇଥାଏ |

ବୟପ୍ରେଣ୍ଡଙ୍କର ନାହିଁ କିଛି ଆପତ୍ତି :-

କ୍ରିଷ୍ଟିନା ବର୍ତ୍ତମାନ ଏକ ରେଲେସନ-ଶିପ୍ ରେ ଅଛନ୍ତି | ତାଙ୍କର ଜଣେ ବୟପ୍ରେଣ୍ଡ ଅଛନ୍ତି ଯାହାଙ୍କୁ କ୍ରିଷ୍ଟିନାଙ୍କ ପ୍ରପେଶନ ରୁ କୌଣସି ଅସୁବିଧା ନାହିଁ | ସିଏ ତାଙ୍କର ପ୍ରଫେସନାଲ୍ ଅବ୍ୟସକତାକୁ ବୁଝନ୍ତି | କ୍ରଷ୍ଟନା କୁହନ୍ତି କି ପ୍ରାୟତଃ ଲୋକ ମୋ କାମକୁ ନେଇକରି ଖରାପ ଧାରଣା କରିନିଅନ୍ତି | କିନ୍ତୁ ମୁ କେବଳ ଲୋକମାନଙ୍କର ମାନସିକ ରୂପରୁ ସାହାଯ୍ୟ କରେ |

Leave a Reply

Your email address will not be published. Required fields are marked *