ତାଙ୍କ ଫ୍ୟାମିଲି ଆମ ଫ୍ୟାମିଲି ଭିତରେ କିଛି ଆଲୋଚନା ହେଲେ କିଛି ସମାଧାନ ହୁଅନ୍ତା: ସୋନାଲିଙ୍କ ବାପା

ଆପଣ ମାନେ ବିଭିନ୍ନ ଘଟଣା କୁ ଜାଣିଥିବେ । ଯେତେବେଳେ ସମାଜ ରେ କିଛି ଖରାପ ଘଟିଥାଏ ସେତେବେଳେ ସମସ୍ତେ ସେହି ବିଷୟକୁ ନେଇ ଚିନ୍ତା କରିଥାନ୍ତି । ଆପଣ ମାନେ ବହୁତ୍ ପ୍ରେମ ସମ୍ପର୍କ ବିଷୟ ରେ ଜାଣିଥିବେ । ସମସ୍ତଙ୍କ ଇଚ୍ଛା ଥାଏ ନିଜର ପ୍ରେମ କୁ ସଫଳ ରୂପ ଦେବା ପାଇଁ ବା ବିବାହ କରି ଜୀବନସାଥି ବନେଇବା ପାଇଁ । ହେଲେ ଯେତେବେଳେ ଜଣେ ବ୍ୟକ୍ତି ନିଜ ମନରେ ସ୍ବାର୍ଥ ରଖି ପ୍ରେମ କରିଥାଏ ସେତେବେଳେ ସେହି ପ୍ରେମ ରେ ଧୋକା ଏବଂ ପ୍ରତାରଣା ମିଳିଥାଏ । ପ୍ରେମ ରେ ଦୁଇଜଣଙ୍କ ପଟରୁ ଭଲ ପାଇବା ଥିବା ଦରକାର । ଯଦି ଜଣଙ୍କ ମନରେ ପ୍ରକୃତ ପ୍ରେମ ନ ଥିବ ସେତେବେଳେ ପ୍ରେମ ସଫଳ ହୋଇ ପାରିବ ନାହିଁ ।

ସେମିତି ପରିସ୍ଥିତି ରେ ଜଣେ ପ୍ରକୃତ ପ୍ରେମ କରୁଥିବା ପିଲା ଟି ବହୁତ୍ ଭୁଲ ପଦକ୍ଷେପ ନେଇଯାଇଥାଏ । ସେମିତି ଏକ ଭୁଲ ପଦକ୍ଷେପ ନେଇ ସବୁଦିନ ପାଇଁ ନିଜ ଜୀବନକୁ ଶେଷ କରିଦେଲେ ସୌମ୍ୟ ରଞ୍ଜନ । ଓଲିଉଡ଼ ର ଜଣେ ସିଙ୍ଗର ସୋନାଲି ନନ୍ଦ ଙ୍କ ପ୍ରେମ ରେ ପଡିଗଲେ ଏବଂ ତାଙ୍କୁ ଜୀବନସାଥି କରିବା ପାଇଁ ସ୍ବପ୍ନ ଦେଖିଥିଲେ । ପରିବାର ଲୋକ ମଧ୍ୟ ନିଜ ବୋହୂ କୁ ଝିଅ ଭଳି ଦେଖିବାକୁ ପ୍ରସ୍ତୁତ ଥିଲେ । ହେଲେ ଏତେ ସବୁ ପରେ ବି ସୋନାଲି ଙ୍କ ମନରେ ନଥିଲା ପ୍ରକୃତ ଭଲ ପାଇବା । ଜଣଙ୍କ ପରେ ଅନ୍ୟ ଜଣଙ୍କୁ ଭଲ ପାଇଁ ପ୍ରେମ ଭଲି ପବିତ୍ର ଶବ୍ଦ କୁ ଅପବିତ୍ର କରିଦେଇଥିଲେ ।

ଏବଂ ସୌମ୍ୟ ନିଜ ପ୍ରେମିକା ର ଏହି ପ୍ରତାରଣା ଚେହେରା କୁ ସହ୍ୟ କରିପାରିଲେ ନାହିଁ । ଏବଂ ଯେଉଁ ବେକରେ ଦିନେ ଫୁଲହାର ପିନ୍ଧି ବର୍ ବେଶ ରେ ବାହା ହେବାକୁ ଯାଇଥାନ୍ତେ ସେହି ବେକ୍ ରେ ରଶି ଲଗେଇ ସବୁଦିନ ପାଇଁ ଶେଷ ନିଃଶ୍ୱାସ ତ୍ୟାଗ କରିଦେଲେ । ତେବେ ସୂଚନାଯୋଗ୍ୟ ଆ-ତ୍ମ-ହ-ତ୍ୟା ପୂର୍ବରୁ ଲେଖି ଯାଇଥିବା ସୁଇସାଇଡ୍ ନୋଟ୍ ରେ ସୌମ୍ୟ ସୋନାଲିଙ୍କର ଅନ୍ୟ କାହା ସହିତ ସମ୍ପର୍କ ଥିବା ଉଲ୍ଲେଖ କରିଛନ୍ତି । ସେଥିରେ ସେ ଲେଖିଛନ୍ତି, “ଏ ସୋନାଲି ଲକିକୁ ଛାଡ଼ିକି ଆସିଲା ଅଜୟ ପାଇଁ । ଅଜୟ ଥିଲା ବେଳେ ମୋତେ ସେ ତା ସହିତ ଫସାଇଲା । ଆଉ ଏବେ ସାରସ୍ଵତ ପାଇଁ ସୋନାଲି ମତେ ଛାଡିକି ଗଲା ।

ମୁଁ ମୋ କର୍ମର ଫଳ ଭୋଗିବି।” ଏହା ସହିତ ସୌମ୍ୟ ସୁ-ଇ-ସା-ଇ-ଡ୍ ନୋଟ୍ ରେ ନିଜ ବାପା ମା ଓ ଅଜୟ ପାଢ଼ୀ କୁ କ୍ଷମା ମଧ୍ୟ ମାଗିଛନ୍ତି । ତେବେ ସୌମ୍ୟଙ୍କ ପରିବାର ଲୋକେ ସୋନାଲି ନନ୍ଦଙ୍କୁ ଦୋଷୀ କହୁଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ସୋନାଲିଙ୍କ ବାପା । ସେ ଓଲଟା ସୈାମ୍ୟଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ତାଙ୍କ ଝିଅ ଆସିବା ପୂର୍ବରୁ ସୌମ୍ୟଙ୍କ ଜୀବନରେ ଆଉ ଦୁଇ ଜଣ ଝିଅ ଥିଲେ । ଯିଏକି ତାଙ୍କର ଏପରି ସନ୍ଦେହୀ ଗୁଣ ଯୋଗୁଁ ଛାଡ଼ିକି ଚାଲି ଯାଇଛନ୍ତି । ତେବେ ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା କଲେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *