ଏ ହେଉଛି ସେନାରେ ସାମିଲ ଥିବା କୁକୁର । ଏମାନଙ୍କୁ ଉଠ କହିଲେ ଉଠୁଛନ୍ତି ଆଉ ବସ କହିଲେ ବସୁଛନ୍ତି ।…

ବିଶ୍ବାସନୀୟ ବିଷୟରେ କହିବା ଗଲେ ସମସ୍ତେ ମନରେ ସାଧାରଣତଃ କୁକୁରର କଥା ହିଁ ଅସିଥାଏ । କାରଣ ଦୁନିଆରେ କୁକୁର ଏମିତି ଏକ ପ୍ରାଣୀ ଯିଏକି କିଛି କଥା ନକହି ମଧ୍ୟ ତାଙ୍କ ମାଲିକର ସମସ୍ତ ଭାବନାକୁ ବୁଝିପାରେ । ତେବେ ଦେଶ ପ୍ରେମ କେବଳ ଯେ ମଣିଷଙ୍କ ପାଖରେ ଥାଏ ତା’କୁ ଭୁଲ୍‌ ବୋଲି ପ୍ରମାଣିତ କରିଛି ସନ୍ଧାନୀ କୁକର । ତେବେ ଏବେ ଆମେ କହିବାକୁ ଯାଉଛନ୍ତି ଭାରତୀୟ ସେନାରେ ସାମିଲ ଥିବା କୁକୁର । ସେମାନଙ୍କୁ ଉଠ କହିଲେ ଉଠୁଛନ୍ତି ଆଉ ବସ୍ କହିଲେ ବସୁଛନ୍ତି ।

ଆଉ କେବଳ ସେତିକି ନୁହେଁ ହାତ ମିଳାଇ ହ୍ୟାଣ୍ଡ ସେକ ମଧ୍ୟ କରୁଛନ୍ତି । ବି-ଏସ-ଏଫ୍ ଜାବନ୍ ମାନଙ୍କ ସହ ପ୍ୟାରେଡ୍ ମଧ୍ୟ କରୁଛନ୍ତି ସେହି କୁକୁର । ଦୂରରୁ ଦୌଡ଼ି ଦୌଡ଼ି ଆସି ଗୋଲେଇ ଭିତରକୁ ଲମ୍ଫ ମାରୁଛନ୍ତି । କୋରାପୁଟ ଜୟପୁର ରେ ଥିବା ଏକ କ୍ୟାରିଅର କାଉନସିଲିଂ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଛି । ଯେଉଁଠାରେ ଏମିତି କିଛି କୁକୁରଙ୍କ କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲ୍ ର ଛାତ୍ର ଛାତ୍ରୀଙ୍କୁ ସେନାରେ କାର୍ଯ୍ୟ କରିବା ପାଇଁ ଉତ୍ସାହ ସୃଷ୍ଟି କରିବା ସହିତ ସେମାନଙ୍କ ସନ୍ଦେହ ଦୂର କରା ଯାଇଥିଲା । ଯେଉଁଠି ବି-ଏସ-ଏଫ୍ କମାଣ୍ଡର ସଜ୍ଜନ୍ ସିଂ ଫନ୍ଵାର ଉପସ୍ଥିତ ରହି ପିଲା ମାନଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।

ଅନ୍ୟପଟେ ଏଭଳି ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅନେକ କିଛି ଶିଖିବାକୁ ମିଳିଥିବା ସ୍କୁଲ୍ ର କିଛି ଛାତ୍ର ଛାତ୍ରୀ କହିଛନ୍ତି । ଏହା ସହିତ ଆଗକୁ ମଧ୍ୟ ଏହି ଶିକ୍ଷା ଅନେକ କିଛି କରିବାକୁ ସାହାସ ଦେବ ବୋଲି ଛାତ୍ର ଛାତ୍ରୀ ପ୍ରକାଶ କରିଛନ୍ତି । ତେବେ ସେହି କାର୍ଯ୍ୟକ୍ରମ ଅବସରରେ ବି-ଏସ-ଏଫ୍ କମାଣ୍ଡର ସଜ୍ଜନ୍ ସିଂ ଫନବାର ସେଠାରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧିତ କରି କହିଥିଲେ କି ଆର୍ମି ମାନଙ୍କରେ ଥିବା ଏନ୍-ଟି-ସି-ଡି ଅର୍ଥାତ୍ “ନେସନାଲ୍ ଟ୍ରେନିଂ ସେଣ୍ଟର୍ ଫର୍ ଡଗସ୍” ରେ ସେନାରେ ସାମିଲ ହେବାକୁ ଯାଉଥିବା କୁକୁର ମାନଙ୍କର ଟ୍ରେନିଂ କରାଯାଇଥାଏ । ହ୍ୟାଣ୍ଡଲର ସହିତ କୁକୁର ବିଭିନ୍ନ ପ୍ରକାର ର କୌଶଳ ଶିଖିଥାଏ ।

ଆଉ ଟ୍ରେନିଂ ସରିବା ପରେ ଯେମିତି ଗୋଟିଏ ସିପାହୀ ଦେଶ ପ୍ରତି ନିଜର ଡ୍ୟୁଟି କରିଥାଏ ସେପରି ଏହି କୁକୁର ମଧ୍ୟ ଫିଲ୍ଡକୁ ଆସି ଦେଶର ସୁରକ୍ଷା ପାଇଁ କାମ କରିଥାଏ । ସେଥିରେ ଟ୍ରାକର ଡ଼ଗ, ପେଟ୍ରୋଲିଂ ଡ଼ଗ ଏବଂ ଏପ୍ରୋସିଭ୍ ଡିଟେଟ୍କ୍ଟିଭ୍ ଡ଼ଗ ଭଳି ବିଭିନ୍ନ ପ୍ରଜାତିର କୁକୁର ଥାଆନ୍ତି । ତେବେ ଖାସ୍ କରି ନକ୍ସଲ ଇଲାକା ରେ ଏହି କୁକୁର ମାନଙ୍କର ଏକ ମହତ୍ୱପୂର୍ଣ୍ଣ ରୋଲ୍ ଅଛି । ତେବେ ସିପାହୀଙ୍କ ସହିତ କୁକୁରର ମଧ୍ୟ ଦେଶର ସୁରକ୍ଷା ଦାୟିତ୍ବ ରେ ଯେଉଁ ମହତ୍ୱପୂର୍ଣ୍ଣ ରୋଲ୍ ଅଛି ତାହାକୁ ଛାତ୍ର ଛାତ୍ରୀ ତଥା ନାଗରିକଙ୍କୁ ଦେଖେଇବାକୁ ଏହା ଏକ ପ୍ରୟାସ ଥିଲା

Leave a Reply

Your email address will not be published. Required fields are marked *