ମୁଖ୍ୟମନ୍ତ୍ରୀଙ୍କ ସହିତ ମୋତେ ସାକ୍ଷାତ କରାଇ ଦିଅ, ମୁଁ ମୋ ପୁଅ କଥା କହିବି……….

ଗୋଟିଏ ପିଲା ଟି ଯେତେବେଳ ତା ମାଆ ଗର୍ଭ ରେ ବଢ଼ୁ ଥାଏ । ସେତେବେଳ ତା ବାପା ଓ ମାଆ ପିଲା ଟି ପାଇଁ ବହୁତ୍ ସ୍ବପ୍ନ ଦେଖିବା ଆରମ୍ଭ କରିଦେଇଛନ୍ତି । ମୋ ପିଲା ଏମିତି ସୁନ୍ଦର୍ ଦେଖା ହେବ । ଆମ ପିଲା ଏମିତି ପୋଷାକ ପିନ୍ଧିଲେ ଏମିତି ସୁନ୍ଦର୍ ଲାଗିବ । ବେଶୀ କରି ଯେତେବେଳେ ଗୋଟିଏ ପିଲା ବଡ଼ ହେବା ପରେ ହେଉ ଅବା ଛୋଟ ଥିବା ସମୟରେ ବାପା ମା ବହୁତ୍ ଅଧିକ ସ୍ବପ୍ନ ଦେଖିଥାନ୍ତି । ଯେତେବେଳେ ପିଲା ମାନେ ବହୁତ୍ ଅଧିକ ଭଲ ଭଲ ନାମ କରିକି ଆସିଥାନ୍ତି

ସେତେବେଳେ ବାପା ଓ ମାଆ ଙ୍କ ର ଛାତି କୁଣ୍ଢେ ମୁଟ ହୋଇ ଯାଇଥାଏ । ବାସ୍ତବ ରେ ବାପା ମାଆ ସବୁ ବେଳେ ଚାହିଁ ବସିଥାନ୍ତି ତାଙ୍କ ପିଲା ଟି କିଭଳି ଭାବରେ ଦୁନିଆ ସମ୍ମୁଖ ରେ ମୁଣ୍ଡ ଉଠାଇ ଠିଆ ହେଇ । ନିଜର ଗୋଟିଏ ପରିଚୟ ବନାଇବ । ଯଦି ପିଲା ଟିର କୌଣସି ଅସୁବିଧା ହେବ ତେବେ ମାଆ ବାପା ଙ୍କ ର ମନ ସହିବ ତ । ବାସ୍ତବ ରେ ଆମ ପାଖରେ ଏପରି ଏକ ଦୁଃଖଦ ଓ ଛାତି ଥରା ଘଟଣା ଆସି ପହଁଚିଛି ଯାହା ବିଷୟରେ ଶୁଣିଲେ ଆପଣ କାନ୍ଦି ପାକାଇବେ ।

ଫୁଲବାଣୀ ଆମ୍ବପଡାର କୁଳମଣି ରଣା ଓ ତମଲିକା ଦାସ ଙ୍କ ଗୋଟିଏ ବୋଲି ପୁଅ ରାଜବୀର । ରଜବୀର ଏବେ ଯମ ସହିତ ଲୁଚା ଛପା ଖେଳୁଛି । ମାର୍ଚ୍ଚ ୨୨ ରେ ରଜବୀର ଙ୍କ ର ୨ ବର୍ଷ ହୋଇଯିବ । ଯଦି ପିଲା ଟିକୁ ଇଞ୍ଜେକ୍ସନ ନ ଦିଆ ଯିବ ପିଲାଟି ତା ବାପା ଓ ମାଆ ଙ୍କୁ ପର କରି ଚାଲି ଯିବ । ୪୫ ଦିନ ଭିତରେ ପୁଅ କୁ ୧୬ କୋଟିର ଇଞ୍ଜେକ୍ସନ ନ ଦେଲେ ପୁଅ ଆରପାରି କୁ ଚାଲିଯିବ । କିଭଳି ଏହି ସବୁ ବାପା ମାଆ ଙ୍କ ର ଛାତି ସହିବ । ପୁଅ ପାଇଁ ମାଆ କାନ୍ଦି କାନ୍ଦି ବାର ଦ୍ବାର ହାତ ପାତି ମାଗୁଛି ।

ନେତା ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ଠାରେ ପହଞ୍ଚି ସାରିଲେଣି ମାଆ । ଏପଟେ ଇଲେକ୍ସନ ପାଇଁ ପ୍ରଚାର ଚାଲୁଥିବା ବେଳେ ସେପେଟେ ମାଆ ପୁଅ ପାଇଁ ପ୍ରଚାର କରୁଛି କୋହ ଭରା କଣ୍ଠ ରେ କେହି ମୋତେ ସାହାଯ୍ୟ କର ମୋ ପୁଅ କୁ ବଞ୍ଚାଇ ଦିଅ । ମୁଖ୍ୟମନ୍ତ୍ରୀ ଙ୍କ ନିବାସ ରୁ ହତାଶ ହୋଇ ଫେରିବା ପରେ ମାଆ ପୁଅ ଥରେ ଭାବିଛି ପୁଅ କୁ ନେଇ ମୁଖ୍ୟମନ୍୍ରୀଙ୍କ ଦ୍ବାରସ୍ଥ ହେବ । ଯାହା ପାଇଁ ମାଆ ପୁଅ କୁ ଶିଖାଉଛନ୍ତି ପୁଅ ରେ ତୁ ହିଁ ଶେଷ ରେ ହାତ ଯୋଡ଼ି ତୋ ଜୀବନ ଭିକ୍ଷା କର । ଯଦି ଏହା ଦେଖି କାହା ହୃଦୟ ତରଳି ଯିବ ।

Leave a Reply

Your email address will not be published. Required fields are marked *