ଛେଳିକୁ କମଜୋର୍ ଭାବିଥିଲା,ଗୋଟିଏ ମୁଣ୍ଡିଆରେ ଦିନରେ ଜହ୍ନ ଦେଖେଇଦେଲା….ଦେଖନ୍ତୁ ଭିଡ଼ିଓ

ଆମେମାନେ ସୋସିଆଲ୍ ମିଡିଆରେ ଅନେକ ସମୟରେ ଏପରି କିଛି ଭିଡିଓ ଦେଖିବାକୁ ପାଇଥାଉ, ଯେଉଁଥିରେ ଜୀବଜନ୍ତୁ ମାନେ ନିଜର କିଛି ଓଲଟା ସିଧା କାମ ପାଇଁ ଆମକୁ ହସାଇ ଥାଆନ୍ତି। ସେହିପରି ଆମେମାନେ ଆଜି ଆପଣମାନଙ୍କୁ ସେହିପରି କିଛି ଜୀବଜନ୍ତୁଙ୍କ ଓଲଟା ସିଧା କାର୍ଯ୍ୟ ସମ୍ପର୍କରେ କହିବୁ, ଯାହାକୁ ଶୁଣି ଆପଣମାନେ ହସି ହସି ଗଡିଯିବେ।

ଏହି ଭିଡିଓରେ ଏକ ବିଲେଇ ଅନେକ ସମୟ ହେବ ଏକ କୁକୁରକୁ ହଇରାଣ କରୁଥିଲା। କୁକୁରଟି ଚେନ୍ ରେ ବନ୍ଧା ହୋଇଥିବା କାରଣରୁ ବିଲେଇର କିଛି କରି ପାରୁନଥିଲା। ବିଲେଇ ନିଜର ସୀମା ପାରିହେବା ପରେ କୁକୁର ବିଲେଇକୁ ଏକ ପାନେ ଦେବାକୁ ଚାହିଁଲା। ସେ ପଛକୁ ବୁଲିକରି ବିଲେଇକୁ ଏକ ଶକ୍ତ ଗୋଇଁଠା ଦେଲା, ଗୋଇଁଠାଟି ଏତେ ଶକ୍ତ ଥିଲା ଯେ ବିଲେଇଟି ଛିଟିକି ପଡିଥିଲା, ଏହାପରେ ବିଲେଇଟି ଲାଙ୍ଗୁଡ ଜାକି ସେଠାରୁ ଚାଲି ଯାଇଥିଲା।

କଥାରେ ଅଛି ଅତି ଗର୍ବେ ହତଲଙ୍କା, ଠିକ୍ ସେହିପରି ଏକ କୁକୁରଟି ନିଜ ଶକ୍ତି ଉପରେ ଗର୍ବ କରି ଏକ ମାଙ୍କଡ ଦଳ ଉପରେ ଆକ୍ରମଣ କରିଦେଲା। ମାଙ୍କଡ ମାନେ ମଧ୍ୟ ହାର୍ ମାନିନଥିଲେ, ସେମାନେ କୁକୁରକୁ ଆକ୍ରମଣ କରିବା ଆରମ୍ଭ କରିଦେଲେ, କୁକୁର ସେଠାରୁ ଯେତେ ବଞ୍ଚିବାକୁ ଚାହିଁଲେ ମାଙ୍କଡ ମାନେ ତାକୁ ଛାଡିନଥିଲେ, ଗୋଡାଇ ଗୋଡାଇ ତାକୁ ମାରିଥିଲେ।

ଆଉ ଏକ ଭିଡିଓରେ ଆପଣମାନେ ଦେଖିବାକୁ ପାଇବେ ଯେ, ଏକ ଆହତ ମୂଷାକୁ ଏକ କାଉ ସହଜ ଶିକାର ଭାବି ଆକ୍ରମଣ କରିଦିଏ। କିନ୍ତୁ ଯେତେବେଳେ କାଉ ମୂଷାର ଲାଙ୍ଗୁଡକୁ କାମୁଡି ଧରେ ନେଇଯିବାକୁ ଚାହିଁଲା ଓଲଟା ମୂଷା କାଉ ଉପରକୁ ଆକ୍ରମଣ କରିଦେଲା। ଏହିପରି କାଉ ଯେତେଥର ମୂଷାକୁ ଆକ୍ରମଣ କରିବାକୁ ଚାହିଁଛି, ମୂଷାଟି ସେତେଥର ସାହସର ସହ ମୁକାବିଲା କରି ନିଜକୁ ବଞ୍ଚାଇଛି।

ଗୋଟିଏ କୁକୁର ବିନା କିଛି କାରଣରେ ଛେଳିକୁ ହଇରାଣ କରିବାକୁ ଲାଗିଛି, ପ୍ରଥମେ ତ ଛେଳି କୁକୁରକୁ ଇଗ୍ନୋର୍ କରିବାକୁ ଚାହିଁଲା, ଏବଂ କୁକୁରକୁ ସେଠାରୁ ଚାଲିଯିବା ପାଇଁ ଚେତାବନୀ ଦେଲା। ଯେତେବେଳେ ଅମାନିଆ କୁକୁର ନମାନିଲା ସେତେବେଳେ ଛେଳିଟି ନିଜ ଅସଲ୍ ରୂପକୁ ଚାଲିଗଲା ଏବଂ କୁକୁରକୁ ଗୋଡାଇ ଗୋଡାଇ ମାରିଲା।

ଏକ ଷଣ୍ଢ ନିଜକୁ ବଡ ଜୀବ ଭାବି ଛେଳିକୁ ଆକ୍ରମଣ କରିବାକୁ ଲାଗେ, ଛେଳି ମଧ୍ୟ ହାର୍ ମାନେ ନାହିଁ ଷଣ୍ଢକୁ ଉଚିତ୍ ଜବାବ ଦିଏ। ଛେଳିଟି ନିଜର ଶକ୍ତ ମୁଣ୍ଡ ଦ୍ୱାରା ଷଣ୍ଢକୁ ଆକ୍ରମଣ କରେ, ଏଭଳି କେତେଥର ଆକ୍ରମଣ ଖାଇବା ପରେ ଷଣ୍ଢର ବୁଦ୍ଧି ଉଦୟ ହୁଏ ଏବଂ ସେ ସେଠାରୁ ଚାଲିଯାଏ।

Leave a Reply

Your email address will not be published. Required fields are marked *