ସମାଜରେ ଧୀରେ ଧୀରେ ଅପରାଧର ମାତ୍ରା ବଢ଼ି ବଢି ଚାଲିଛି । ଏବେ କିଛି ଦିନ ତଳେ ଲିଫ୍ଟ ଦେବା ବାହାନାରେ ନିଶା ଦେଇ ଲୁଟି ନେଇଥିବା ଅଭିଯୋଗ ଘଟଣା ସାମ୍ନାକୁ ଆସିଛି । ଆମ ରାଜଧନୀ ଭୁବନେଶ୍ବରରେ ଶୁଣିବାକୁ ମିଳିଛି ଏହିପରି ଏକ ମାରାତ୍ମକ ଘଟଣା । ଲିଫ୍ଟ ଦେବା ବାହାନାରେ ଜଣେ ଶିକ୍ଷକଙ୍କୁ ନିଶା ଦେଇ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।ତେବେ ଘଟଣାଟି ଢେଙ୍କାନାଳ ଜିଲ୍ଲା ନବପଲ୍ଲୀ ହାଇସ୍କୁଲ ର ଜଣେ ଶିକ୍ଷକ। ଏନେଇ ଶହୀଦ ନଗର ଥାନା ରେ ଅଭିଯୋଗ କରିଛନ୍ତି ।
ତାଙ୍କ ଅଭିଯୋଗ ଅନୁସାରେ ଶିକ୍ଷକ ଜଣକ ତାଙ୍କ ଘରକୁ ଢେଙ୍କାନାଳ ଯିବା ପାଇଁ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ଛକ ବସରେ ଅପେକ୍ଷା କରିଥିଲେ। ଅନେକ ସମୟ ଅପେକ୍ଷା କରିବା ପରେ ମଧ୍ୟ ବସ୍ ଆସି ନଥିଲା ।ତେବେ କିଛି ସମୟ ପରେ ଏକ କାର୍ ରେ ଦୁଇ ଜଣ ବ୍ୟକ୍ତି ସେଠାକୁ ଆସିଥିଲେ ଓ ତାଙ୍କୁ ସାଙ୍ଗରେ ଯିବାକୁ କହିଥିଲେ ।
ଶିକ୍ଷକ ଜଣକ କିଛି ଉପାୟ ନପାଇ ଖୁସି ହୋଇ ତାଙ୍କ କାରରେ ବସି ପଡିଥିଲେ । ସେହି ବ୍ୟକ୍ତି ଦୁଇ ଜଣ କିଛି ବାଟ ଯିବା ପରେ ଡମଣା ଛକ ନିକଟବର୍ତ୍ତି ହଠାତ୍ ଗାଡି ଅଟକାଇ ଦେଇଥିଲେ ଓ ଶିକ୍ଷକ ଙ୍କୁ କିଛି ପିଇବା ପାଇଁ ଦେଇଥିଲେ । ଶିକ୍ଷକ ଜଣକ ମଧ୍ୟ ସେମାନଙ୍କ ଉପରେ ବିଶ୍ବାସ କରି ତାହା ପିଇବାକୁ ପ୍ରସ୍ତୁତ ହେଇଯାଇଥିଲା ।
ପରେ ଶିକ୍ଷକ ବେହୋସ ହେଇଯିବ ପରେ ଦୁଇ ଜଣ ବ୍ୟକ୍ତି ସେହି ଶିକ୍ଷକଙ୍କୁ ଧବଳେଶ୍ଵର ଘାଟରେ ଫୋପାଡି ଦେଇଥିଲେ ଓ ତାଙ୍କ ପାଖରେ ଥିବା ଟଙ୍କା, ସୁନା ମୁଦି ଏବଂ ମୋବାଇଲ ନେଇ ଯାଇଥିଲେ । ଏହି ଘଟଣା ପରେ ତାଙ୍କୁ ପଚରିବାରୁ ଶିକ୍ଷକ ଜଣକ ପାଇଁ ପରିଚୟ ଦେଇଥିଲେ ।ସେ ହେଉଛି ଅଖିଳ କୁମାର ପାଲ୍ । ତାଙ୍କୁ ଥଣ୍ଡା ପିଇବା ପରେ ଶିକ୍ଷକ ଜଣକ ଆପେ ଆପେ ବେହୋସ ହୋଇ ପଢ଼ିଥିଲେ । ଶେଷରେ ସେମାନେ ତାଙ୍କୁ ସଂପୂର୍ଣ୍ଣ ଭାବେ ଲୁଟି ଧବଳେଶ୍ଵର ଘାଟରେ ନେଇ ଫୋପାଡି ଦେଇ ଚାଲି ଯାଇଥିଲେ । ପ୍ରାୟ ୬୦୦୦ ଟଙ୍କା ସହିତ ସେ ହାତରେ ପିନ୍ଧିଥିବା ସୁନା ମୁଦି ଓ ତାଙ୍କ ମୋବାଇଲ ମଧ୍ୟ ଦୁର୍ବୁର୍ତ୍ତ ମାନେ ଲୁଟିନେଇଥିଲେ।