୬ ଜଣ ଭଉଣୀ ଗୋଟେ ହିଁ ମଣ୍ଡପରେ ହେଲେ ବାହାଘର,ବର ମାନଙ୍କ ପରି ଝିଅମାନଙ୍କୁ ସଜାଇ କରିଥିଲେ ବିଦା,ଦେଖନ୍ତୁ ଏହି ଗଜବ ବିବାହର ଫୋଟୋଗୁଡିକୁ ।

ଝିଅମାନେ ଘରର ମାନ ହୋଇଥାନ୍ତି,ଝିଅମାନଙ୍କୁ ସମ୍ମାନ କରିବା ଘରର ଇଜ୍ଜତକୁ ଆହୁରି ବଢାଇ ଦେଇଥାଏ ।ଘରର ଝିଅମାନଙ୍କୁ ସେତିକି ସମ୍ମାନ ଦେବା ଯେତିକି ପୁଅମାନଙ୍କୁ ଦିଆଯାଏ,ଏହା ନିଜ ଭିତରେ ଗୋଟିଏ ଗର୍ବର କରିବାର କଥା । ଏମିତି ହିଁ ଗୋଟିଏ ଘଟଣା ରାଜସ୍ଥାନର ଝୁଂଝୁନୁ ଜିଲ୍ଲାର ଖେତଡ଼ି ତହସିଲର ଚିରାନି ଗାଁରୁ ସାମ୍ନାକୁ ଆସିଛି । ଏହି ଗାଁରେ ଗୋଟିଏ ପରିବାର ତାଙ୍କର ୬ଟି ଝିଅଙ୍କୁ ବହୁତ ଅନନ୍ୟ ସମ୍ମାନ ଦେଇଛନ୍ତି ।

ବାସ୍ତବରେ,ଏଠାରେ ସ୍କୁଲ ବସ୍ ଡ୍ରାଇଭର ତାଙ୍କର ଛଅଟି ଝିଅଙ୍କୁ ଘୋଡ଼ି ଉପରେ ବସେଇ ସେମାନଙ୍କ ବିଦାଇ ଦେଇ ଏକ ନିଆରା ସମ୍ମାନ ଦେଇଥିଲେ । ସୂଚନା ପାଇଁ, ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି ୬ଜଣ ଭଉଣୀଙ୍କ ବିବାହ ଏକତ୍ର ସମାପ୍ତ ହୋଇଛି ଏବଂ ଏହି ଭଉଣୀମାନଙ୍କ ବିବାହ ପାଇଁ ୩ଟି ଗାଁରୁ ବରଯାତ୍ରୀ ଆସିଥିଲା । ସୂଚନା ପାଇଁ,ଆପଣଙ୍କୁ ଜଣେଇ ଦେଉଛୁ ଯେ ସ୍କୁଲ ବସ୍ ଚଲାଉଥିବା ଡ୍ରାଇଭର ରୋହତଙ୍କ ୭ଜଣ ଝିଅ ଏବଂ ଗୋଟିଏ ପୁଅ ଅଛି । ତାଙ୍କ ଝିଅର ବିବାହ ପାଇଁ ପୁରା ଗାଁ ଏକତ୍ରିତ ହେଇଗଲା ଏବଂ ଗାଁ ରେ ସେମାନଙ୍କ ବିବାହ ଦିନ ମେଳା ପରି ମାହୋଲ ଥିଲା ।

ରାଜସ୍ଥାନର ଚିରାନୀ ଗ୍ରାମ ରେ ଏପରି ଏକ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମଗ୍ର ଗାଁ ଏକାଠି ହୋଇଥିଲେ ଏବଂ ଏହି ବିବାହ ସମାରୋହରେ ୬ଜଣ ଭଉଣୀ ଏକା ସାଥିରେ ବିବାହ କରିଥିଲେ । ଆଜିକାଲି ଏହି ବିବାହର ଭିଡ଼ିଓ ସୋସିଆଲ ମିଡିଆରେ ଅନେକ ହେଡଲାଇନ ସୃଷ୍ଟି କରିବାରେ ଲାଗିଛି । ଝିଅମାନଙ୍କର ପିତା ରୋହତାଶ ତାଙ୍କର ସାତଟି ଝିଅଙ୍କ ମଧ୍ୟରୁ ୬ଜଣଙ୍କୁ ଏକାଠି ବିବାହ କରିଛନ୍ତି।
ଏହି ୬ ଝିଅଙ୍କର ସାତ ଫେରା ମଧ୍ୟ ଏକତ୍ର ସମାପ୍ତ ହୋଇଥିଲା ଏବଂ ବିବାହର ବାକି ସମସ୍ତ ରୀତିନୀତି ମଧ୍ୟ ଏକତ୍ର ସଂପନ୍ନ କରାଯାଇଥିଲା ।

କେବଳ ଏତିକି ନୁହେଁ, ରୋହତାସ୍ ତାଙ୍କର ୬ କୁ ଛଅ ଝିଅଙ୍କୁ ମ ଘୋଡା ଉପରେ ବସେଇ ସବାରୀ ମଧ୍ୟ ଏକା ସାଙ୍ଗରେ ବାହାର କରିଥିଲେ । ଏହି ସମୟରେ କେବଳ ୬ଜଣ ଝିଅନୁହେଁ, ସେମାନଙ୍କର ସାନ ଭଉଣୀ କ୍ରିପା ଏବଂ ଭାଇ ବିକାଶ ଗୁରୁଜାର ମଧ୍ୟ ଜମେଇକି ନୃତ୍ୟ ପରିବେଷଣ କରିଥିଲେ । କନ୍ୟାମାନଙ୍କୁ ସବାରୀରେ ବସେଇ ନେଇଯିବା ପାଇଁ ୬ ଟି ଗାଁରୁ ବରଯାତ୍ରୀ ଆସିଥିଲେ ଏବଂ ବିବାହ ବରଯାତ୍ରୀ ମାନେ ମଧ୍ୟ ବହୁତ ମଜା ମସ୍ତି କରିଥିଲେ । ​​

ସୂଚନାଯୋଗ୍ୟ ଯେ ଏହି ଭଉଣୀମାନଙ୍କୁ ସବାରିରେ ବସେଇ ନେଇଯିବା ପାଇଁ କେବଳ ପରିବାର ନୁହେଁ ବରଂ ସମଗ୍ର ଗାଁ ଏକତ୍ରିତ ହୋଇ ଲାଗିଯାଇଥିଲେ । ଯେଉଁଠି ଲୋକ ୬ଜଣ ଭଉଣୀଙ୍କୁ ଏକା ସାଥୀରେ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ସେମାନେ ବହୁତ ମଧ୍ୟ ଖୁସି ଥିଲେ । ଯେତେବେଳେ ଏହି ଝିଅମାନଙ୍କୁ ବିଦାୟ ଦେବାର ସମୟ ଆସିଲା ତ ପରିବାରର ସମସ୍ତ ସଦସ୍ୟ ଅତ୍ୟନ୍ତ ଭାବପ୍ରବଣ ହୋଇଗଲେ କାରଣ ଘରୁ ୬ଟି ଝିଅର ସବାରୀ ଏକା ସାଙ୍ଗରେ ଉଠୁଥିଲା ଏବଂ ବାପାଙ୍କ ଅନ୍ତର ଖାଲି ହେବାକୁ ଯାଉଥିଲା । ଝିଅମାନଙ୍କୁ ବିଦାୟ ଦେବା ପରେ ପିତାଙ୍କ ଘର ଅଗଣା ସମ୍ପୂର୍ଣ୍ଣ ଶୂନ୍ୟ ହୋଇ ଯାଇଥିଲା ।

ସୂଚନା ପାଇଁ ଆପଣଙ୍କୁ ଜଣେଇ ଦେଉଛୁ ଏହି ଛଅ ଝିଅମାନଙ୍କ ସାତ ଫେରା ପୁରା ହେବା ପୂର୍ବରୁ ଗାଁ ରେ ଏହି ଛଅ ଜଣ ଝଅଙ୍କର ସବାରୀ ବାହାରି ଯାଇଥିଲା,ସବାରୀ ଯିବା ସମୟରେ ଛଅ କୁ ଛଅ ଝିଅ ସବୁ ପୁଅ ମାନଙ୍କ ସାମ୍ନାରେ ହଳଦୀ ରଙ୍ଗର ଡ୍ରେସ ପିନ୍ଧି ମୁଣ୍ଡରେ ସାତରଙ୍ଗୀ ପଗଡ଼ି ବାନ୍ଧି ରଖିଥିଲେ । ପ୍ରଥମେ ତ ପୁରା ଗାଁ ରେ ଘୋଡା ରେ ବସେଇ ଝିଅ ମାନଙ୍କୁ ସବାରୀ ଚାଲିଗଲା ଆଉ ପୁଣି ଏହି ଛଅ ବଧୂମାନେ ପରିବାର ଲୋକଙ୍କ ସହ ଜମେଇକି ଡ୍ୟାନ୍ସ କରିଥିଲେ ।

ସୂଚନା ପାଇଁ କହିରଖୁଛୁ ଏହି ବଧୂମାନଙ୍କର ଭାଇ ବିକାଶ ଗୁର୍ଜର ଏହି କଥାର ଖୁଲାସା କରିଥିଲେ କି ତାଙ୍କ ପିତା ସ୍କୁଲ ର ବସ ଡ୍ରାଇଭର ହୋଇପାରନ୍ତି କିନ୍ତୁ ସେ ତାଙ୍କ ଭଉଣୀ ମାନଙ୍କ ପଠା ପଢ଼ାରେ ଟିକେ ହେଲେ ହେଳା କରିନଥିଲେ । ତାଙ୍କର ଦୁଇ ଭଉଣୀ ମିନା ଆଉ ସୀମା ଏମଏ ବିଇଡି କରିଛନ୍ତି ସେପଟେ ତାଙ୍କର ଦୁଇ ଭଉଣୀ ଅଞ୍ଜୁ ଆଉ ନିକି ଏମଏ ର ଡ୍ରିଗ୍ରୀ ପ୍ରାପ୍ତ କରିଛନ୍ତି ।ସେପଟେ ଯଦି ସବୁଠୁ ସାନ ଦୁଇ ଭଉଣୀ ଙ୍କର କଥା ପଡେ ଯାହାଙ୍କର ନାମ ୟୋଗୀତା ଆଉ ସଂଗୀତା ଅଟେ । ସେମାନେ ବିଏସସି ଡିଗ୍ରୀ ହାସଲ କରିଛନ୍ତି । ସବୁଠୁ ସାନ ଭଉଣୀ କୃପା ଯିଏ ଏବେ ବିବାହ କରିନାହାନ୍ତି ସେ ମଧ୍ୟ ବିଏସସି ଡ୍ରିଗ୍ରୀ ହାସଲ କରିସାରିଛନ୍ତି । ଏତିକି ନୁହେଁ ବିକାଶ ଗୁଜର କହିବା ମୁତାବିକ ତାଙ୍କର ସବୁ ଭଉଣୀ ପାଠ ପଢ଼ାରେ ବହୁତ ଭଲ ଥିଲେ ।

Leave a Reply

Your email address will not be published. Required fields are marked *