ଦୀର୍ଘ ୮ ଦିନ ଧରି ଗଣମାଧ୍ୟମରେ ଉତ୍ତମ ପଣ୍ଡା ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଗତକାଲି ସେ ବିଳମ୍ବିତ ରାତିରେ ନିଜର ଶ୍ଵଶୁର ଘର ଖଇରା ବ୍ଲକ ରାଇପଡା ଗ୍ରାମରେ ସେ ପହଞ୍ଚିଛନ୍ତି। ଗତ ୨୩ ତାରିଖ ଦିନ ହଠାତ ସେ ଏକ କୂଅଭରା ଚିଠି ଲେଖି କୁଆଡେ ନିଖୋଜ ହୋଇଯାଇଥିଲେ। କିନ୍ତୁ ସେ ଅଧିକ ଦିନ ସେ ନିଜର ପରିବାରକୁ ଛାଡି ରହିପାରିନଥିଲେ ଶେଷରେ ସେ ପରିବାର ନିକଟକୁ ଫେରି ଆସିଥିଲେ। ସେ ଚିଠିରେ ଲେଖିଥିଲେକି-‘ଏଲି ତୁମେ ମୋତେ ଭୁଲ ବୁଝିବ ନାହିଁ।’
‘ମୁଁ ଘରକୁ ଆସିଥିଲି ମୋ ମାକୁ ଆଉ ମୋ ଛୁଆକୁ ଟିକେ ଦେଖିବା ପାଇଁ। ମୋତେ ଏତେ ବଡ ରୋଗ ହେଇଛି ବୋଲି ମୁ ଆଗରୁ ଜାଣିଥିଲେ କେବେବି ତୁମକୁ ବିବାହ କରିନଥାନ୍ତି। ଏଲି ଦୟାକରି ମୋତେ କ୍ଷମା କରିଦେବ।’ ଏମିତି ଏକ ଚିଠି ଲେଖି ଘର ଛାଡିଥିବା ଯୁବକ ଉତ୍ତମ ପଣ୍ଡା ବର୍ତ୍ତମାନ ଘରକୁ ଫେରି ଆସିଛନ୍ତି। ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଥାନା ଅନ୍ତର୍ଗତ ନାମ୍ଫୋ ଫାଣ୍ଡି ସରିସା ଗାଁର ୩୫ ବର୍ଷୀୟ ଯୁବକ ଉତ୍ତମ ପଣ୍ଡା ହରିୟଣାରେ ଏକ ଔଷଧ କମ୍ପାନୀରେ ଲାବ୍ରୋଟୋରି ଆସିଷ୍ଟାଣ୍ଟ ରୂପରେ କାମ କରନ୍ତି ।
ସେ ବିବାହ କରିସାରିଛନ୍ତି। ତାଙ୍କର ବର୍ଷକର ଝିଅ ମଧ୍ୟ ଅଛି। ଘର ଛାଡି ଯିବା ସମୟରେ ସେ ନିଜର ଫୋନ ମଧ୍ୟ ଛାଡି ଯାଇଥିଲେ। ସେ ଲେଖିଥିଲେ ତାଙ୍କର ରୋଗ ବର୍ତ୍ତମାନ ଚତୁର୍ଥ ସ୍ଟେଜରେ ଅଛି। ଯେତିକି ତାଙ୍କ ଆତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଥାନ୍ତା ସେତିକି ଟଙ୍କାରେ ତାଙ୍କର ଝିଅ ପାଠ ପଢିପାରିବ।
ସେ ଘରକୁ ଆସିବା ପରେ ଗଣମାଧ୍ୟମ ସାମ୍ନାରେ ନିଜର ସମସ୍ୟା ବିଷୟରେ କହିଛନ୍ତି। ତାଙ୍କର କହିବା ଅନୁସାରେ-‘ମୋର ଆଗରୁ ଗୋଟେ ସମସ୍ୟା ଥିଲା ସ୍ପାଇନାଲ ପ୍ରୋବ୍ଲେମ। ମୁ ମେଡ଼ିସିନ ଖାଉଥିଲି ହେଲେ ମୋର ଆଉ ଗୋଟେ ସମସ୍ୟା ଥିଲା ଥ୍ରୋଡ ଇନ୍ଫେକ୍ସନ। ଏହି ସମସ୍ୟା ପାଇଁ ମୁ ଡାକ୍ତରଙ୍କୁ ଯାଇ ଦେଖାଇଥିଲି ସେ ମୋତେ ମେଡ଼ିସିନ ଦେଇଥିଲେ।’
ସେ ଆଗକୁ କହିଛନ୍ତି-‘ମୁଁ ମାସେ ମେଡ଼ିସିନ ଖାଇଲି ହେଲେ କିଛି ହେଲା ନାହିଁ । ଡାକ୍ତର ମଧ୍ୟ କ୍ୟାନ୍ସର ଡାକ୍ତରଙ୍କ ନିକଟକୁ ଯାଇ ଦେଖା କରିବା ପାଇଁ କହିଲେ। ମୁ ସେଠି ଏକୁଟିଆ ରହୁଥିଲି ତେଣୁ ମୁ ବହୁତ ଚିନ୍ତାରେ ଆସିଗଲି। ସେଠି କେହିନଥିଲେ କାହାକୁ କହି ମଧ୍ୟ ହେଉନଥିଲା କଣ କରିବି। ସେତେବେଳେ ମାନସିକ ଭାରସାମ୍ୟ ମୋର ମଧ୍ୟ ଠିକନଥିଲା। ଏହା ପରେ ମୁ ଛୁଟି ନ ନେଇ ଘରକୁ ଚାଲି ଆସିଥିଲି।’
ସେ ଆଗକୁ କହିଛନ୍ତିକି-‘ଘରକୁ ଆସି ଗୋଟେ ଚିଠି ଲେଖି ମୁ ଚାଲି ଯାଇଥିଲି। ପ୍ରଥମେ ମୁ ହାଉଡାରେ କିଛି ଦିନ ଥିଲି। ତା ପରେ ମୁ ବୃନ୍ଦାବନ ଚାଲିଗଲି। ଭଗବାନଙ୍କର ଦର୍ଶନ କରିବା ପରେ ମୋତେ ଲାଗିଲାକି ମୁଁ ଘରକୁ ଯିବା ଆବଶ୍ୟକ। ଏହା ପରେ ମୁ ଆସିଥିଲି ଘରକୁ।’