ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ ନୋଟ। ଏକ ସୁଇସାଇଡ ନୋଟ ଲେଖି ଭୁବନେଶ୍ୱର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଜୀବନ ହାରିଦେଇଛନ୍ତି। ଯେଉଁଥିରେ ରହିଛି ତାଙ୍କର ପ୍ରେମିକାର ପ୍ରତାରଣା ହେଟ ଷ୍ଟୋରୀ। ପାଖାପାଖି ମାସେ ଧରି ଜାରି ରହିଥିବା ଏହି ତ୍ରିକୋଣୀୟ ପ୍ରେମର ଯନ୍ତ୍ରଣାଦାୟକ କାହାଣୀ। ସୌମ୍ୟରଞ୍ଜନ ଏସବୁ ଲେଖି ନିଜର ଜୀବନ ହାରିଦେଇଛନ୍ତି। ଆଉ ଯାହାଙ୍କର ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଛି।
ଆତ୍ମହତ୍ୟା ପଛରେ ତାଙ୍କର ସୌମ୍ୟଙ୍କ ପରିବାର ଲୋକେ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଛନ୍ତି। ତେବେ ସୌମ୍ୟରଂଜନ ପାଣିଗ୍ରାହୀଙ୍କର ନିଶା ହେଉଛି ମଡେଲିଂ। ଏଥିପାଇଁ ସେ ମୁମ୍ବାଇରେ ମଧ୍ୟ ରହୁଥିଲେ। କିନ୍ତୁ ଲକଡାଉନ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କର କ୍ୟାରିୟର। ପରିବାର ଲୋକଙ୍କ କହିବା କଥା, ଜଣେ ଯୁବତୀଙ୍କ ସହ ପରିଚିତ ହୁଏ ଭୁବନେଶ୍ୱରର ଏକ ଜିମରେ। ସେହି ପରିଚୟରୁ ଉଭୟଙ୍କ ସମ୍ପର୍କରେ ନିବିଡ଼ତା ଆସେ।
ଏକଥା ସୌମ୍ୟରଞ୍ଜନଙ୍କର ପରିବାର ଲୋକେ ମଧ୍ୟ ଜାଣିଥିଲେ। ସେଥିପାଇଁ ବିବାହ ପର୍ଯ୍ଯନ୍ତ କଥା ମଧ୍ୟ ଯାଇଥିଲା। କିନ୍ତୁ ଗତ ୨୯ ଦିନ ମଧ୍ୟରେ ସମସ୍ତ ସମ୍ପର୍କ ବିଗିଡ଼ିଗଲା। ସଂପୃକ୍ତ ଯୁବତୀ ଆଉ ଜଣେ ଯୁବକଙ୍କର ସଂସ୍ପର୍ଶରେ ଆସିଥିବା କଥା ସୌମ୍ୟରଞ୍ଜନ ଜାଣିବା ପରେ ଶେଷରେ ସେ ଆତ୍ମହତ୍ୟା କରିଥିବା ସୌମ୍ୟରଞ୍ଜନଙ୍କର ପରିବାର ଲୋକେ କହିଛନ୍ତି। ତେବେ ସଂପୃକ୍ତ ଯୁବତୀଙ୍କର କୌଣସି ପ୍ରତିକ୍ରିୟା ମିଳିନଥିଲା। ତେବେ ବର୍ତ୍ତମାନ ସୌମ୍ୟରଞ୍ଜନଙ୍କର ଭଉଣୀ ମିଡ଼ିଆ ଆଗରେ କହିଛନ୍ତିକି ସେ ଝିଅ ପାଇଁ ମୋ ଭାଇ ବହୁତ କିଛି କରିଛି।
ତାର ଜନ୍ମଦିନ ପାଇଁ ସେ ବହୁତ କିଛି ପ୍ଲାନ ମଧ୍ୟ କରିଥିଲା ତେବେ ଶେଷରେ ସେ ମୋ ଭାଇକୁ ଧୋକା ଦେଲା। ଯାହା ପାଇଁ ହିଁ ମୋ ଭାଇ ଆଜି ଆତ୍ମହତ୍ୟା କରିଛି। ତେବେ ସେ ଏହା ମଧ୍ୟ କହିଥିଲେକି କାଲି ରାତିରେ ସେ ମୋ ସହ କଥା ହୋଇଥିଲା। ମୁଁ ଏବଂ ମୋ ସ୍ୱାମୀ ତାଙ୍କୁ ବହୁତ ବୁଝାଇଥିଲୁ। ଏବଂ ତାକୁ କହିଥିଲୁକି ଏସବୁ କଥା ଭାବିବା କିଛି ଦରକାର ନାହିଁ ।
ତେବେ ଭାଇ କହିଥିଲାକି ସେ ଝିଅ ଜଣେ ସାରସ୍ୱତ ନାମକ ପୁଅ ସହ ବର୍ତ୍ତମାନ ରିଲେସନସିପରେ ରହିଛି। ତା ପାଖରେ ଅଧିକ ପଇସା ଅଛି ବୋଲି ସେ ମୋତେ ଛାଡ଼ି ଦେଇଥିଲା। ତେବେ ମୁଁ ବହୁତ ଡରି ଯାଇଥିଲି ଏବଂ ତାକୁ ଏହା ମଧ୍ୟ କହିଥିଲିକି କିଛିବି ଭୁଲ ନିଷ୍ପତ୍ତି ନେବା ପୂର୍ବରୁ ବାପା, ମାଆ ଏବଂ ମୋ ପୁଅ ଆୟାନ ବିଷୟରେ ଭାବିବୁ। ତେବେ ସେ ମୋତେ ପାଟି କରି କହିଥିଲାକି ଏବଂ ଏଭଳି ଭୁଲ ମୁଁ କରିବି ନାହିଁ ବୋଲି ମଧ୍ୟ କହିଥିଲା ତେବେ କିନ୍ତୁ ଶେଷରେ ସେ ସକାଳୁ ଆତ୍ମହତ୍ୟା କରିଦେଇଛି। ଯାହା ମୁଁ ବିଶ୍ୱାସ କରି ପାରୁନାହିଁ। ତେବେ ଶେଷ ରେ ମୁଁ ଏହା ଚାହୁଁଚିକି ମୋ ଭାଇର ଦୋଷୀକୁ ଉଚିତ ଶାସ୍ତି ମିଳୁ। ଯାହା ଫଳରେ ଆଉ କେଉଁ ପୁଅ ସହ ଏଭଳି ନହେଉ।