ଲାଇଭ ଭିଡ଼ିଓ କଲରେ ପ୍ରେମିକା ଆଗରେ ଝୁଲିପଡିଲେ ଯୁବକ,ଦେଖନ୍ତୁ ଭିଡ଼ିଓ

ଲୋକମାନେ କହିଥାନ୍ତି କି ପ୍ରେମ ଅନ୍ଧ ହୋଇଥାଏ ଓ ଯେତେବେଳେ କାହା ସହିତ ପ୍ରେମ ହୋଇଯାଏ, ସେତେବେଳେ ଜାତି, ଟଙ୍କା, ବୟସ, ଓ ରୂପକୁ ଦେଖାଯାଇ ନଥାଏ । ନ ଚାହିଁ ମଧ୍ୟ ପ୍ରେମ ହୋଇ ଯାଇଥାଏ । ପ୍ରେମ ସବୁବେଳେ ଅନ୍ଧ । ପ୍ରେମ ଚିରନ୍ତନ ଚିର ଶାଶ୍ଵତ । କଥାରେ ଅଛି ପ୍ରେମ ଅନ୍ଧ, ପାଣି ଅନ୍ଧ, ନିଆଁ ଅନ୍ଧ । ଏମାନଙ୍କର ବାଡ ବତା ନାହିଁ। ପାଣି ଯେମିତି ବନ୍ଧବାଡ ମାନେ ନାହିଁ ।

ତାର ଇଚ୍ଛା ଅନୁସାରେ ନୂଆ ନୂଆ ଦିଗ ବଦଳାଏ । ତେବେ କହିବାକୁ ଗଲେ ନାରୀ ପାଇଁ ହିଁ ଦୁନିଆ ରେ ସବୁ କିଛି ଘଟଣା ଘଟିଥାଏ । ନାରୀ ପାଇଁ ଦିନେ ମହାଭାରତ , ରାମାୟଣ ଭଳି ଇତିହାସ ଘଟି ଯାଇଛି । ଆଜି କାଲି ପ୍ରେମ ରେ ନିଶ୍ଚୟ ଭାବେ ନାରୀ ମାନଙ୍କ ପାଇଁ ହିଁ ସବୁ କିଛି ଘଟଣା ଘଟିଥାଏ । ତେବେ ଏହି ପ୍ରେମ ପାଇଁ ଆଜି ଜଣେ ଯୁବକ ଙ୍କ ଜୀବନ ଅଦିନ ରେ ଚାଲି ଯାଇଛି ।

ଘଟଣା ଟି ଘଟିଛି ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଚନ୍ଦନ ବଜାର ସ୍ଥିତ ଏକ ଡ୍ରେସ୍ ଶୋ ରୁମ୍ ରେ ରହୁଥିବା ଜଣେ ଯୁବକ ଙ୍କ ସହିତ । ତେବେ ତାଙ୍କ ନାମ ପ୍ରତ୍ୟୟ ଜେନା । ଘର ହେଉଛି ଜଗତସିଂହପୁର । ପ୍ରତ୍ୟୟ ଏକ ଲୁଗା ଦୋକାନ ରେ କାମ କରନ୍ତି । ତେବେ ଗତ କାଲି ସେ ନିଜ ପ୍ରେମିକା କୁ ଭିଡିଓ କଲ କରି ଲାଇଭ ରେ ରଖି ଫେନ୍ ରେ ଝୁଲି ପଡ଼ିଲେ ।

ନିଜେ ନିଜକୁ ଶେଷ କରିଦେଲେ । ତେବେ ଏ ପଛରେ ରହସ୍ୟ କିଛି ଜଣା ପଡିନାହିଁ । ତେବେ ଆତ୍ମହତ୍ୟା ସମୟ ରେ ଏକ ସ୍କ୍ରିନ ସଟ ସୋସିଆଲ ମିଡିଆରେ ବର୍ତମାନ ଘୁଟିବୁଲୁଚି । ତେବେ ନିଜ ପ୍ରେମିକା କୁ ଲାଇଭ ରଖି ଏମିତି କାହିଁକି କରିଲେ ପ୍ରତ୍ୟୟ ପୋଲିସ ପକ୍ଷରେ ଖୋଜିବା କଷ୍ଟ ହୋଇ ପଡ଼ୁଚି । ତେବେ ସ୍ଥାନୀୟ ଲୋକ ଙ୍କ କହିବା କଥା ଅନୁସାରେ ସେହି ପିଲା ର ଏପରି କୌଣସି ଗୁଣ ନଥିଲା ।

ସ୍ଥାନୀୟ ଲୋକ ଙ୍କ ମଧ୍ୟ ରେ ଟିକିଏ ଅଶାନ୍ତି ଦେଖା ଦେଇଥିଲା । କାରଣ ଘଟଣା ଅନେକ ସମୟ ପରେ ପୋଲିସ ଆସି ପହଞ୍ଚିଥିଲା । ଲୋକ ମାନେ ଯେତେବେଳେ ଏହି ଘଟଣା ସମ୍ପର୍କରେ ପୋଲିସ ଙ୍କୁ ଅବଗତ କରାଇଥିଲେ , ପୋଲିସ ଥାନା ରୁ କୁହା ଯାଇଥିଲା ଯେ ତାଙ୍କ ପାଖରେ ଫରେନ୍ସିକ୍ ଗ୍ରୁପ ଗୋଟେ ମାତ୍ର ରହିଛି ତେଣୁ ଯିବାପାଇଁ ସମୟ ଲାଗିବ । ତେବେ ଅନେକ ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରିଛି ଓ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘର କୁ ପଠାଇବା ସୁବିଧା କରିଛି । ତେବେ ଏପଟେ ପ୍ରେମକ ର ଏପରି କାରନାମା ରେ ସ୍ତବ୍ଧ ହୋଇଯାଇଛି ପ୍ରେମିକା ।

Leave a Reply

Your email address will not be published. Required fields are marked *