ପୃଥିବୀକୁ ମାଡି ଆସୁଛି ଆଉ ଏକ ‘ମହାପ୍ରଳୟ’, ବୈଜ୍ଞାନିକମାନେ ଦେଲେ ଏହି ଭୟଙ୍କର ଭୟଙ୍କର ସୂଚନା, ଘଟିବ ଏମିତି ସବୁ ଘଟଣା

ବୈଜ୍ଞାନିକମାନେ ଦେଲେକି ସତର୍କ ସୂଚନା ମାଡ଼ି ଆସୁଛି। ବଡ଼ ପ୍ରଳୟ ମଣିଷ ଆଉ ପିଲା ଜନ୍ମ କରିବା ଉଚିତ ନୁହେଁ କିଛି ବୈଜ୍ଞାନିକ ଏମିତି କାହିଁକି ମତ ଦେଲେ ତେବେ ଆସନ୍ତୁ ଜାଣିବା। ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ ସମ୍ପୂର୍ଣ୍ଣ ବିବରଣୀ କଣ ରହିଛି ଆସନ୍ତୁ ଜାଣିବା।

ଦର୍ଶକବନ୍ଧୁ କେଉଁଠି ଆଗ୍ନେୟଗିରି ଓଗାଳୁଛି ନିଆଁ ଓ କେଉଁଠି ମହାବାତ୍ୟା ଓ ଭୂମିକମ୍ପ ଉଜାଡ଼ି ଦେଲାଣି ଜନବସତି। ତେବେ କେଉଁଠି ମାଡ଼ି ଆସୁଛି ଭୟଙ୍କର ସୁନାମି ପୁଣି କେଉଁଠି ମାଡ଼ି ଆସିଲାଣି ସମୁଦ୍ର ଜଳପ୍ରଳୟ କରିବାକୁ। ଏହା ସହିତ ପାଖାପାଖି ୩ ବର୍ଷ ହେବ ମହାମାରୀ କୋରୋନା ସାରା ବିଶ୍ବକୁ ଘାଇଲା କରି ସାରିଲାଣି। କେବେ ଓମିକ୍ରନ କେବେ ଡେଲ୍ଟା ଆଉ କେବେ ନିୟୋକୋଭାଇ ଆମକୁ ଭୟଭୀତ କରିଲାଣି। ଏହାରି ମଧ୍ୟରେ ବିଶ୍ଵଯୁଦ୍ଧର ମଧ୍ୟ ଆଶଙ୍କା ରହିଛି। ଆଉ ଏହି ଦୁଃସମୟରେ ବିଶ୍ୱକୁ ପ୍ରଳୟ ଆସିବା ନେଇ ଅନେକ ଖବର ସାମ୍ନାକୁ ଆସୁଅଛି। ଯାହା ଉପରେ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି।

ବର୍ତ୍ତମାନ ପୁଣିଥରେ ବିଶ୍ଵର ବଡ ବଡ ବୈଜ୍ଞାନିକମାନେ ଏହି ପ୍ରଳୟକୁ ନେଇ ଚେତାବନୀ ଦେଇଛନ୍ତିକି ତେବେ ବୈଜ୍ଞାନିକମାନେ ଆଳକନ କରି ଏପରି କଥା କହିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦୁନିଆର ସବୁଠାରୁ ବଡ଼ ପତ୍ରିକା ନେଚର ବୈଜ୍ଞାନିକମାନଙ୍କ ମତାମତ ଉପରେ ଏବଂ ଜଳବାୟୁ ଉପରେ ଏକ ସର୍ଭେ କରିଛି। ଯେଉଁମାନେ IPCର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରନ୍ତି ସେମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି। ଏହି ସର୍ଭେରେ ବୈଜ୍ଞାନିକମାନେ ପୃଥିବୀରେ ଘଟୁଥିବା ଜଳବାୟୁ ପରିବର୍ତ୍ତନ ବିଷୟରେ ମଧ୍ୟ ଅନେକ ପ୍ରକାର ଗୁରୁତ୍ଵପୂର୍ଣ୍ଣ ଏବଂ ଚାମକାଇ ଦେଲା ଭଳି ତଥ୍ୟ ବିଷୟରେ କଥା କହିଛନ୍ତି। ପୃଥିବୀରେ ଆସିବାକୁ ଥିବା ଏହି ବଡ ପ୍ରଳୟ ବିଷୟରେ ବୈଜ୍ଞାନିକମାନେ ଏକ ବଡ ଚେତାବନୀ ମଧ୍ୟ ଦେଇଛନ୍ତି।

ସେମାନେ କହିଛନ୍ତିକି ଏହି ଶତାବ୍ଦୀର ଶେଷ ଭାଗରେ ପୃଥିବୀରେ ଏକ ଭୟଙ୍କର ପ୍ରଳୟ ଆସିବ। ଏହି ସର୍ଭେରେ ସେମାନେ କହିଛନ୍ତିଯେ ପୃଥିବୀ ପ୍ରଳୟ ଆଡ଼କୁ ଗତି କରୁଅଛି ଏକବିଂଶ ଶତାବ୍ଦୀ ଶେଷ ସୁଧା ପୃଥିବୀରେ ଭୟଙ୍କର ପ୍ରଳୟ ଆସିବା ପାଇଁ ଯାଉଛି। ତାର ଖରାପ ପ୍ରଭାବ ସାରା ଜୀବଜଗତ ଉପରେ ପଡିବ। ଏହାର ବଡ଼ କାରଣ ହେଉଛି ଜଳବାୟୁରେ ପରିବର୍ତ୍ତନ। ଏହି ରିପୋର୍ଟର ସୂଚନା ଅନୁସାରେ ସାରା ବିଶ୍ଵର ୨୩୩ ଜଣ ମିଶି IPC ର ଜଳବାୟୁ ରିପୋର୍ଟକୁ ପ୍ରସ୍ତୁତ କରିଛନ୍ତି।

ବୈଜ୍ଞାନିକମାନଙ୍କ ମଧ୍ୟରେ କଲମ୍ବିଆର MT କୋୟା ବିଶ୍ଵବିଦ୍ୟାୟର ମୁଖ୍ୟ ଗବେଷକ ପାଉଲା ଆରୀୟସ ମଧ୍ଯ ଥିଲେ। ସେ କହିଛନ୍ତିକି ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏତେ ହେବାରେ ଲାଗିଛିଯେ ଯାହା ପ୍ରଳୟର ବଡ ସଙ୍କେତ ଅଟେ। ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଏତେ ଦୃତ ଗତିରେ ହେବାକୁ ଲାଗିଛିଯେ ତାକୁ ରୋକିବା ସମ୍ଭବ ହେଉନାହିଁ। ଯାହା ପାଇଁ ବିଶ୍ଵର ତାପମାତ୍ରା ସାଂଘାତିକ ଭାବରେ ପରିବର୍ତ୍ତନ ହେବାକୁ ଲାଗିଛି। ତେବେ ପାଉଲା ଆରୀୟସ ଚେତାବନୀ ଦେଇ କହିଛନ୍ତିଯେ ବିଶ୍ଵ ତାପମାତ୍ରା ସହ ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଉଅଛି ପାଣିପାଗ ଓ ପରିବେଶ ସୁରକ୍ଷା ପାଇଁ ସେମାନେ ଅତି ହାଲୁକା ଭାବରେ ଧୀରେ ଧୀରେ କାମ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତିକି ପରିବେଶ ଓ ଜଳବାୟୁକୁ ନେଇ ଯେଉଁସବୁ ରିପୋର୍ଟ ଆସିଛି ସେହି ଅନୁସାରେ ବର୍ତ୍ତମାନ ପୃଥିବୀକୁ ବଞ୍ଚାଇବା ପାଇଁ ମଣିଷ ପାଖରେ ବହୁତ କମ ସମୟ ରହିଛି। ୟୁନିଭର୍ସିଟି ଅଫ ଏଣ୍ଟିଗୋଆର ବୈଜ୍ଞାନିକମାନଙ୍କ ଏହି ରିପୋର୍ଟ ସହ ଅନେକ ବୈଜ୍ଞାନିକମାନେ ଏକମତ ମଧ୍ୟ ହୋଇଛନ୍ତି। ଏକବିଂଶ ଶତାବ୍ଦୀ ଶେଷ ସୁଧା ପୃଥିବୀରେ ଅନେକ ବର୍ଷା, ସୁନାମି, ମରୁଡ଼ି ବାତ୍ୟା ଭଳି ଅନେକ ଗୁଡ଼ିଏ ପ୍ରାକୃତିକ ବିପର୍ଯ୍ୟୟ ଘଟିବ। ଯେଉଁଥିପାଇଁ ଅନେକ ଦେଶ ସଂପୂର୍ଣ୍ଣ ରୂପରେ ଧ୍ଵଂସ ହୋଇଯିବ।

ପୁଣି ୮୮ ପ୍ରତିଶତ ବୈଜ୍ଞାନିକ କହିଛନ୍ତିଯେ ଜଳବାୟୁ ପରିବର୍ତ୍ତନ ପାଇଁ ଦୁନିଆରେ ହେବାକୁ ଯାଉଛି ଏକ ବଡ ପ୍ରଳୟ। ତେବେ ବୈଜ୍ଞାନିକମାନେ ଏକ ଅତି ସମ୍ବେଦନଶିଳ କଥା ମଧ୍ୟ କହିଛନ୍ତି। ସେମାନଙ୍କ ମତରେ ଯଦି ପୃଥିବୀରେ ପ୍ରଳୟ ଆସିବ ତେବେ ଆଗକୁ ମଣିଷମାନେ ପିଲା ଜନ୍ମ କରିବା ମଧ୍ୟ ଉଚିତ ନୁହେଁ। କାରଣ ବର୍ତ୍ତମାନ ସମୟର ଜଳବାୟୁ ସେମାନଙ୍କ ଭବିଷ୍ୟତକୁ ସମ୍ପୂର୍ଣ ରୂପରେ ଖରାପ କରିଦେବ।

Leave a Reply

Your email address will not be published. Required fields are marked *