ଦୁନିଆରେ ଦିନକୁ ଦିନ ଆଶ୍ଚର୍ଯ୍ୟକର ଘଟଣା ଘଟିବାକୁ ଲାଗିଛି। ଆଉ ସବୁ ଠାରୁ ଅଧିକ ଘଟୁଛି ଆମ ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ଵରର ଲିଙ୍ଗରାଜ ଅଞ୍ଚଳରେ ଏକ ଘର ମଧ୍ୟରେ ଯୁବତୀଙ୍କ ମୃତ ଦେହ ମିଳିଥିବାର ଖବର ଆସିଚି କିନ୍ତୁ ଏହି ଯୁବତୀ ଜଣକ କିଏ ଓ କେଉଁଠି ଆସିଛନ୍ତି ତାଙ୍କର ମୃତ୍ୟୁ କେମିତି ହେଲା ଏହା ଏକ ବଡ଼ ପ୍ରଶ୍ନ ବଚି ସୃଷ୍ଠି କରିଛି ।
ଏହି ଘଟଣା ପଡୋଶୀ ଲୋକମାନେ ଅବଗତ ନୁହନ୍ତି । ଖବର ଅନୁସାରେ ଯୁବତୀ ଜଣକ ମୋ ବସର ଲେଡି କଣ୍ଡକ୍ଟର ଥିଲେ ଓ ସେ ଗତ ୪/ ୫ ମାସ ହେବ ଭୁବନେଶ୍ଵର ର ଲିଙ୍ଗରାଜ ଅଞ୍ଚଳ ରେ ଏକ ଭଡା ଘରେ ରହୁଥିଲେ । ମୋ ବସ ର ଜଣେ ଡ୍ରାଇଭର ସେହି ଲେଡି କଣ୍ଡକ୍ଟର କୁ ତାଙ୍କ ଘର ଭଡାରେ ଦେଇଥିଲେ ।
ଯେତେବେଳେ ସେଠାକାର ଲୋକୋ ସେହି ଘରର ମାଲିକଙ୍କୁ ଏହିଁ ଘଟଣା ବିଷୟ ରେ ପ୍ରଶ୍ନ କରାଗଲା ତେବେ ସେ କହିଲେ ଥିଲେ କି ସେ ତାଙ୍କୁ କାଲି ସକାଳେ ବାଥରୁମ ଯିବା ସମୟରେ ଦେଖିଲି ଆଉ ତାଙ୍କ ମୋବାଇଲ ତଳେ ପଡିଥିବାର ମଧ୍ୟ ସେ ଦେଖି ଥିଲେ । ଏହା ପରେ ସେ ସେହି ମୋବାଇଲକୁ ଉଠାଇ ସାଇଡରେ ରଖିଦେଇଥିଲେ। ଯେତେବେଳେ ସେ ସେଠାରେ ଥିବା ଏକ କୂଅ ରୁ ପାଣି ବାହାର କରିବା ପାଇଁ କୂଅ କୁ ପାଣି ବାଲ୍ଟି ପକାଇବାକୁ ଯାଇଥିଲେ ସେତେବେଳେ ସେ ଦେଖି ଥିଲେ କି ଝିଅଟି ଭାସୁଥିବାର ।
ସେ ସମସ୍ତ କୁ ଡାକିଥିଲେ ଆଉ ଘର ଲୋକ ମାନେ ସବୁ ଆସିଲେ ଓ ସବୁ ଦେଖିଲ ଆଉ ସେମାନେ ଥାନାକୁ ଖବର ମଧ୍ୟ ଦେଇଥିଲେ । ଘର ମାଲିକ ଆଗକୁ କହିଲେ କି ମୋ ବସରେ ସେ ଲେଡି କଣ୍ଡକ୍ଟର ଥିଲେ । ରାତି ୧୦ – ୧୧ ଟା ବେଳେକୁ ସେ ଘରକୁ ଫେରନ୍ତି ବୋଲି କହିଥିଲେ ବୋଲି । ଏହି ସବୁ ବୟାନ ପରେ ପୋଲିସ ଏହା ର ତଦନ୍ତ ଆରମ୍ଭ କରିଛି । ଏବେ ଅପେକ୍ଷା କି ଘଟଣା ର ସତ୍ୟତା ସାମ୍ନା କୁ ଆସିବା।